ଝିଅର ପୁଲିସ ପୋଷାକରେ ଲାଗିଥିବା ତାରାକୁ ସ୍ପର୍ଶକରି ଭାବବି‌ହ୍ବଳ ହେଲେ ପିତା, ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ସଂପ୍ରତି ସୋସିଆଲ ମିଡିଆରେ ଏକ ଫଟୋ ଖୁବ ଭାଇରାଲ୍‌ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ଖୁସି ହୋଇଯିବେ। ମଣିପୁର ପୁଲିସ ଅଧିକାରୀ ରତନ୍ନା ନଗସେପ୍ପମଙ୍କ ଏକ ଫଟୋ ସହସ୍ରାଧିକ ଲୋକଙ୍କ ହୃଦୟ ଜିଣି ନେଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ଦେଖି ଖୁବ୍‌ ପ୍ରଶଂସା ବି କରୁଛନ୍ତି। କିଛି ଲୋକଙ୍କର ଫଟୋକୁ ଦେଖିବା ପରେ ଆନନ୍ଦରେ  ଆଖିରେ ଲୁହ ଜକେଇ ଆସିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଫଟୋଟି କିଛି ମାସ ତଳର ବୋଲି କୁହାଯାଉଛି। ନଗସେପ୍ପମ ସମ୍ପ୍ରତି ମଣିପୁର ପୁଲିସର ଅତିରିକ୍ତ ଏସ୍‌ପି ଅଛନ୍ତି। ଏହି ପୋଷ୍ଟକୁ ପୋଷ୍ଟ କରିଥିବା ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ‘ମଣିପୁରର ଇମ୍ଫାଲର ଡେପୁଟି ଏସ୍‌ପି ରତନ୍ନା ନଗସେପ୍ପମ। ତାଙ୍କ ପିତା ଝିଅର ପୁଲିସ ପୋଷାକରେ ଲାଗିଥିବା ତାରା ଚିହ୍ନକୁ ଅତି ଖୁସିରେ ହାତ ମାରି ଦେଖୁଛନ୍ତି। ଇମ୍ଫାଲର ଡେପୁଟି ଏସ୍‌ପି ରତନ୍ନା ନଗସେପ୍ପମଙ୍କୁ ବି ହସ୍‌ହସ ମୁହଁରେ ଦେଖିବାକୁ ମିଳୁଛି। ଏହି ଟୁଇଟକୁ ଏଯାବତ ୧୫ହଜାରରୁ ଅଧିକ ଲାଇକ୍ସ ଓ ଦୁଇହଜାର ଥର ରି-ଟୁଇଟସ୍‌ କରାଯାଇ ସାରିଲାଣି। ୨୦୦ରୁ ଅଧିକ ଲୋକ ଏହି ଫଟୋକୁ ଦେଖି ଖୁବ୍‌ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି।

ସମ୍ବନ୍ଧିତ ଖବର