‘ମୁଁ ଗୋଆର ମୁଖ୍ୟମନ୍ତ୍ରୀ, ମୋତେ ଭିତରକୁ ଯିବାକୁ ଦିଅ’ ବୋଲି କହିବା ପରେ ହୋଟେଲର ଚୌକିଦାର କହିଲେ ‘ତୁମେ ମୁଖ୍ୟମନ୍ତ୍ରୀ ହେଲେ ମୁଁ ରାଷ୍ଟ୍ରପତି’! ଜାଣନ୍ତୁ ଏପରି କହିବା ପଛର କାରଣ କ’ଣ ଥିଲା?

ପାଣାଜୀ : ଗତକାଲି ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଦେଶବାସୀଙ୍କୁ ଶୋକ ସାଗରରେ ଭସାଇ ଆର ପାରିକୁ ଚାଲି ଯାଇଛନ୍ତି । ୬୩ବର୍ଷ ବୟସରେ ସେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କର୍କଟ ରୋଗରେ ପୀଡ଼ିତ ଥିବା ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ରବିବାର ସକାଳ ସମୟରେ ଅଧିକ ଗୁରୁତର ହୋଇ ପଡ଼ିଥିବା ବେଳେ ସଂନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯିବା ସହ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଅନେକ ବିଶେଷ କଥା ସାମ୍ନାକୁ ଆସିଛି ।

ଥରେ ପାରିକର ଏକ ବୈଠକରେ ଯୋଗ ଦେବା ପାଇଁ ପଞ୍ଚ ତାରକା ହୋଟେଲରେ ଯାଇ ପହଞ୍ଚିଥିଲେ । ଭିତରକୁ ଯିବା ସମୟରେ ହୋଟେଲର ଚୌକିଦାର ତାଙ୍କୁ ଭିତରକୁ ଯିବା ପାଇଁ ଦେଇ ନଥିଲେ । ଏହା ପରେ ପାରିକର ମୁଁ ଗୋଆର ମୁଖ୍ୟମନ୍ତ୍ରୀ ବୋଲି କହି ପରିଚୟ ଦେଇଥିଲେ । କିନ୍ତୁ ପରିଚୟ ଦେବା ପରେ ମଧ୍ୟ ଚୌକିଦାର ପାରିକରଙ୍କ ପୋଷାକ ଦେଖି ମୁଖ୍ୟମନ୍ତ୍ରୀ ବୋଲି ବିଶ୍ୱାସ ନ କରିବା ସହ ତୁମେ ମୁଖ୍ୟମନ୍ତ୍ରୀ ହେଲେ ମୁଁ ରାଷ୍ଟ୍ରପତି ବୋଲି କହି ଥଟ୍ଟା କରିଥିଲେ । ଏହା ପରେ ବୈଠକର ଆୟୋଜକ ସେଠାରେ ପହଞ୍ଚିବା ପରେ ଚୌକିଦାର ପାରିକରଙ୍କୁ ଭିତରକୁ ଯିବା ପାଇଁ କହିଥିଲେ ।

Outlook India

ସୂଚନା ମୁତାବକ, ମନୋହର ପାରିକର ଯିବା ଆସିବା କରୁଥିବା ଗାଡ଼ି ଖରାପ ହୋଇଯିବା ପରେ ସେ ଟ୍ୟାକ୍ସି ଡ଼କାଇ ହୋଟେଲରେ ପହଞ୍ଚିଥିଲେ। ଏହା ସହ ସାଧା ପୋଷାକ ଏବଂ ଚପଲ ପିନ୍ଧି ସେ ହୋଟେଲରେ ପହଞ୍ଚିଥିବାରୁ ଚୌକିଦାର ତାଙ୍କୁ ଚିହ୍ନିବାରେ ଭୁଲ କରିଥିଲେ । କେବଳ ଟ୍ୟାକ୍ସି ନୁହେଁ ବେଳେ ବେଳେ ସ୍କୁଟି ନେଇ ସେ ଅନେକ ସ୍ଥାନକୁ ଚାଲି ଯାଇଥାନ୍ତି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର