ଜାଣନ୍ତୁ ଏହି ଦେଶୀ ସୁପରମ୍ୟାନ୍‌ କିପରି ବଞ୍ଚାନ୍ତି ଲୋକଙ୍କ ଜୀବନ

ମୁଜାଫରନଗର: ହଲିଉଡ ଫିଲ୍ମରେ ସୁପରମ୍ୟାନ୍‌କୁ ତ ଆପଣମାନେ ଦେଖିଥିବେ। କିପରି ସୁପରମ୍ୟାନ୍‌ ଶେଷ ମୁହୂର୍ତ୍ତରେ ଆସି ଲୋକମାନଙ୍କ ଜୀବନ ବଞ୍ଚାଇ ଥାଏ। ଲୋକମାନଙ୍କ ବିଶ୍ୱାସ ସୁପରମ୍ୟାନ୍‌ ପାଖରେ ଯେଉଁ ଶକ୍ତି ଅଛି ତାହା କୌଣସି ବ୍ୟକ୍ତିଙ୍କ ପାଖରେ ନାହିଁ। ଏହି କ୍ରମରେ ଭାରତର ଜଣେ ବ୍ୟକ୍ତିଙ୍କୁ ଲୋକମାନେ ସୁପରମ୍ୟାନ୍‌ ବୋଲି ଆଖ୍ୟା ଦେଇଛନ୍ତି। ଏହି ଦେଶୀ ସୁପରମ୍ୟାନ୍‌ଙ୍କ କାହାଣୀ ସିନେମାର ସୁପରମ୍ୟାନ୍‌ଠାରୁ କିଛି କମ୍‌ ନୁହେଁ। କିନ୍ତୁ ନା ଏହି ସୁପରମ୍ୟାନ୍‌ ପାଖରେ କୌଣସି ସୁପର ପାଓ୍ଵାର ଅଛି, ନାହିଁ କୌଣସି ଫ୍ୟାନ୍ସି ସୁଟ୍‌।

ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ମନୋଜ କୁମାର। ଯାହାଙ୍କୁ ଲୋକମାନେ ସୁପରହିରୋ ବା ସୁପରମ୍ୟାନ୍‌ ବୋଲି କହୁଛନ୍ତି। ମନୋଜ କୁମାରଙ୍କ ମୁଜାଫରନଗର ଭୋପା ଅଞ୍ଚଳରେ ଏକ ଫଳ ଦୋକାନ ଅଛି। ଏହି ସ୍ଥାନଟିକୁ ସୁସାଇଡ୍‌ ପଏଣ୍ଟ ବୋଲି ବି କୁହାଯାଇଥାଏ।

ଏକବର୍ଷ ହେବ ମନୋଜ କୁମାର ୭ଲୋକଙ୍କ ଜୀବନ ବଞ୍ଚାଇ ସାରିଛନ୍ତି। ମନୋଜ କୁମାରଙ୍କ କହିବାନୁସାରେ, ପ୍ରଥମ ଥର ଜଣେ ଯୁବକ ଲହଡିରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାର ସେ ଦେଖିବାକୁ ପରିଥିଲେ। ଏହି ଦୃଶ୍ୟ ଦେଖି ସେ ବିଚଳିତ ହୋଇଯାଇଥିଲେ। କିଛି ସମୟ ଉକ୍ତ ବ୍ୟକ୍ତିଙ୍କୁ ଦେଖିବା ପରେ ସେ ନିଜ ଆଖି ଉପରେ ବିଶ୍ୱାସ କରି ପାରି ନଥିଲେ। ଏହାପରେ ସେ ସେହି ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ଠାଣି ନେଇଥିଲେ। ଯେମତି ହିଁ ଉକ୍ତ ବ୍ୟକ୍ତି ଲହଡିରେ କୁଦା ମାରିଛି ତତକ୍ଷଣାତ୍‌ ମନୋଜ ବି ସେହି ଲହଡିକୁ ନେଇ ଯୁବକଙ୍କ ଜୀବନ ବଞ୍ଚାଇ ଥିଲେ।

ଏହି ସୁସାଇଡ୍‌ ପଏଣ୍ଟ ମୁଜାଫରନଗରରୁ ୧୬କିଲୋମିଟର ଦୂରରେ ଅବସ୍ଥିତ। ଏପରି ଭାବେ ଗତ ଗୁରୁବାର ମନୋଜ କୁମାର ଆଉ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ଏହାପରେ ପୁଲିସ ମନୋଜଙ୍କୁ ଥାନାକୁ ଡାକି ତାଙ୍କ ସାହାସିକତା ପାଇଁ ଏକ ହଜାର ଟଙ୍କା ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର