ମେରାଇନ ଡ୍ରାଇଭ: ଫ୍ଲପ ପ୍ରକଳ୍ପ କିଭଳି ସାଜିଥିଲା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ

ମୁମ୍ବାଇ: ମାୟାନଗରୀ ମୁମ୍ବାଇ | ମୁମ୍ବାଇକୁ ଯାଉଥିବା ପର୍ଯ୍ୟଟକ ଗେଟ ୱେ ଅଫ ଇଣ୍ଡିଆ, ଛତ୍ରପତି ଶିବାଜୀ ଟର୍ମିନାଲ ସହ ମେରାଇନ ଡ୍ରାଇଭକୁ ମଧ୍ୟ ବୁଲିବାକୁ ଯାଇଥାନ୍ତି | ବିଶାଳ କୋଠା ସହ ସମୁଦ୍ରର ଲହଡି ଏଠାକୁ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ | ଆଜି ଆମେ ଆପଣଙ୍କୁ ମେରାଇନ ଡ୍ରାଇଭ ବାବଦରେ ଏମିତି ଏକ ସତ କାହାଣୀ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ | କିଭଳି ଏକ ବିଫଳ ପ୍ରକଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା, ତାହା ମୁମ୍ବାଇର ମେରାଇନ ଡ୍ରାଇଭ ହିଁ ପ୍ରମାଣ କରିଥାଏ |

Photo-Tripsavvy

ମୁମ୍ବାଇର ଗିରଗାଓଁରୁ ନରିମାନ ପଏଣ୍ଟ ପର୍ଯ୍ୟନ୍ତ ରାସ୍ତାକୁ ମେରାଇନ ଡ୍ରାଇଭ ବୋଲି ସମସ୍ତେ କହିଥାନ୍ତି | ନରିମାନ ପଏଣ୍ଟକୁ ମାଲବାର ହିଲ ପର୍ଯ୍ୟନ୍ତ ଯୋଡିବାକୁ ୧୮୬୦ ମସିହାରେ ଏକ ପ୍ରକଳ୍ପ ହାତକୁ ନିଆଯାଇଥିଲା | କିନ୍ତୁ କୌଣସି କାରଣରୁ ଏହା ସଫଳ ହୋଇପାରିନଥିଲା | ଏହା ପରେ ୧୯୨୦ ମସିହାରେ ପୁଣି ଥରେ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା | କିନ୍ତୁ ଏଥର ବି ଏହି ପ୍ରକଳ୍ପ ସଫଳ ହୋଇପାରିନଥିଲା | ୧୫୦୦ ଏକର ଜମିକୁ ବ୍ୟବହାର କରି ଏହି ପ୍ରକଳ୍ପକୁ ରୂପ ଦେବାକୁ ଯୋଜନା କରାଯାଇଥିଲା | ପରେ ଜମିର ପରିମାଣ ୪୪୦ ଏକରକୁ ଖସିଆସିଥିଲା | ଏହା ପରେ ୨୩୫ ଏକର ଜମିକୁ ସେନା ପକ୍ଷରୁ ନିଆଯାଇଥିଲା | ଅନ୍ୟପଟେ କିଛି ଜମି ମୁମ୍ବାଇର ଅନ୍ୟ କିଛି ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥିଲା |

ଶେଷରେ ନରିମାନ ପଏଣ୍ଟକୁ ମାଲବାର ହିଲ ପର୍ଯ୍ୟନ୍ତ ଯୋଡିବାକୁ ହୋଇଥିବା ପ୍ରକଳ୍ପ ୧୭ ଏକର ଜମିରେ ସୀମିତ ରହିଯାଇଥିଲା | ଯାହାକୁ ଆଜି ମେରାଇନ ଡ୍ରାଇଭ ବୋଲି କୁହାଯାଉଛି | ମେରାଇନ ଡ୍ରାଇଭ ମୁମ୍ବାଇ ସହର ଓ ସମୁଦ୍ର ମଧ୍ୟରେ କାନ୍ଥ ଭଳି କାର୍ଯ୍ୟ କରିଥାଏ | ଏହାର ନିର୍ମାଣ କାର୍ଯ୍ୟ ବ୍ରିଟିଶ ସମୟରେ ୧୯୧୫ ମସିହାରେ ଆରମ୍ଭ କରାଯାଇଥିଲା | ମେରାଇନ ଡ୍ରାଇଭର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପାଞ୍ଚ ବର୍ଷ ସମୟ ଲାଗିଥିଲା | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିର୍ମାଣ ହେବା ପରଠାରୁ କେବେ ବି ଏହାର ମରାମତି ଆବଶ୍ୟକ ପଡ଼ିନାହିଁ |

ସମ୍ବନ୍ଧିତ ଖବର