ଜାମ୍ସେଦପୁର:କରିମ୍ ନାମକ ଜଣେ ମୁସଲମାନ ଯୁବକ ତାଙ୍କର ଦୁଇପତ୍ନୀଙ୍କ ସହିତ ପ୍ରାୟ ସାତ ବର୍ଷ ଧରି ଖୁସିରେ ଜୀବନ ଅତିବାହିତ କରୁଥିଲେ। କିନ୍ତୁ କରିମ୍ ତୃତୀୟ ବାହାଘର କରୁଥିବା ଜାଣିବାପରେ ଥାନାରେ ଅଭିଯୋଗ କରିଲେ। ଏହାଫଳରେ ପୁଲିସ କରିମ୍ଙ୍କୁ ଗିରଫ କରିଥିଲା। କରିମ୍ ହରଡ଼ ଘଟଣାରେ ପଡ଼ି ନିଜ ସାନଭାଇ ରହିମ୍କୁ ବର ବେଶରେ ପଠାଇଥିଲା କନ୍ୟା ଘରକୁ। ହେଲେ କନ୍ୟା ଘର ବର ବେଶରେ କରିମ୍ ବଦଳରେ ରହିମ୍କୁ ଦେଖି ରାଗି ଗଲେ ଓ ବାହାଘରକୁ ନା କହିଲେ। ଖାଲି ସେତିକି ନୁହେଁ,କନ୍ୟା ଘର ଲୋକେ କରିମଠାରୁ ବାହାଘରର ଆୟୋଜନରେ ଖର୍ଚ୍ଚ ହୋଇଥିବା ୨ ଲକ୍ଷ ଟଙ୍କା ଦେବାକୁ ବି ଦାବି କରିଲେ। ଏଣେ ଥାନାରେ କରିମ୍ କହିଥିଲା ଯେ ତା’ର ମାଆଙ୍କ ଚାପରେ ତୃତୀୟ ବିବାହ କରିବାକୁ ରାଜି ହୋଇଥିଲା।
ଅପରପକ୍ଷରେ କରିମର ଦୁଇ ସ୍ତ୍ରୀ କହିଲେ ଯଦି କରିମ୍ ତୃତୀୟ ବିବାହ ନ କରେ,ତେବେ ସେମାନଙ୍କର କିଛି ସମସ୍ୟା ନାହିଁ। କରିମ ବାରାତ୍ ନେଇ ବାହା ହେବାକୁ ଯାଉଥିବା ବେଳେ ପୁଲିସ ତାକୁ ଉଠାଇ ନେଇଥିଲା ଥାନାକୁ। ପୁଲିସ ଅଧିକାରୀ ପୁନମ୍ କୁଦରେଙ୍କ ଅନୁଯାୟୀ କରିମ୍ ଦୁଇ ସ୍ତ୍ରୀଙ୍କ ସହିତ ପୂର୍ବ ଭଳି ରହିବାକୁ ଓ ତୃତୀୟ ବିବାହ ନ କରିବାକୁ ଲିଖିତ ଆକାରରେ ଜଣାଇବା ପରେ ତାକୁ ଛଡ଼ାଯାଇଛି।