ବାହାଘର ନିମନ୍ତ୍ରଣ ପତ୍ରରେ ନାହିଁ ହିନ୍ଦୁ ଦେବାଦେବୀଙ୍କ ଚିତ୍ର , ଅଛି ଏହି ଫଟୋ , ଜାଣନ୍ତୁ କାରଣ 

ସାମାଜିକ ବାସନ୍ଦ ଭଳି ଜାତିଗତ ବିବାଦ ଯୋଗୁଁ ଚର୍ଚ୍ଚିତ ହରିଆଣାର ହିସାର ଜିଲ୍ଲାର ଭାଟଲା ଗ୍ରାମର ଦଳିତ ମହିଳା ଜର୍ମିଲା ଦେବୀ ନିଜ ଝିଅର ବାହାଘର ହିନ୍ଦୁ ରୀତିନୀତିରେ ନକରି ବରଂ ବୌଦ୍ଧ ରୀତି ଅନୁଯାୟୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସେ ବାହାଘର ନିମନ୍ତ୍ରଣ ପତ୍ର ଛାପି ସାରିଲେଣି। ସେଥିରେ କୌଣସି ହିନ୍ଦୁ ଦେବାଦେବୀ ଚିତ୍ର ନାହିଁ।

ଏହି ବାହାଘର ନିମନ୍ତ୍ରଣ ପତ୍ରରେ ଭାରତୀୟ ସମ୍ବିଧାନର ପ୍ରଣେତା ଡ଼କ୍ଟର ବି.ଆର୍‌ ଆମ୍ବେଦକର,ଗୁରୁ ରବିଦାସ ଓ ଭଗବାନ ବୁଦ୍ଧଙ୍କ ଚିତ୍ର ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ କୌଣସି ଗଣ୍ଡଗୋଳର ଆଶଙ୍କା କରି ଜର୍ମିଲା ଦେବୀ ତାଙ୍କ ଝିଅର ବାହାଘର ଉତ୍ସବରେ ସୁରକ୍ଷା ଯୋଗାଇଦେବା ଲାଗି ମଧ୍ୟ ପୁଲିସକୁ ଅନୁରୋଧ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଭାଟଲା ଗ୍ରାମର ପ୍ରାୟ ୩୦୦ ଦଳିତ ପରିବାର ଗତ ଅଗଷ୍ଟ ୨୦ ତାରିଖରେ ଧର୍ମ ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଭାଟଲା ଦଳିତ ସଂଘର୍ଷ ସମିତିର ମୁଖ୍ୟ ବଲବାନ ସିଂହ କହିଛନ୍ତି ଯେ ବୌଦ୍ଧ ଧର୍ମ ଗ୍ରହଣ ପରେ ସେହି ରୀତିନୀତିରେ ବାହାଘର ଅନୁଷ୍ଠିତ ହେଉଥିବାରୁ ସେ ଖୁସି।

ସମ୍ବନ୍ଧିତ ଖବର