ମାତା ଭଜଲକ୍ଷ୍ମୀଙ୍କର ଉପାସନା କରିବାର ପରଂପରା କାହିଁକି ଅଛି ?

ହିନ୍ଦୁମାନେ ଗୁରୁବାର ଦିନ ମାଆ ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳେ। ଏହି ଦିନ ସକାଳୁ ଉଠି ସ୍ନାନ ପରେ ଧଳା ବସ୍ତ୍ର ପରିଧାନ କରି ମା ଲକ୍ଷ୍ମୀ ଙ୍କର ଫଟୋ ସମ୍ମୁଖରେ ଛିଡା ହୋଇ ଶ୍ରୀ ଶୁକ୍ତର ପାଠ କରି ସାରିବା ପରେ ପୁଷ୍ପ ଅର୍ପଣ କରାଯାଇଥାଏ। ଧନର ଅଭାବ ଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ବତାଶେ, ପଦ୍ମ, କୌଡି, ଏବଂ ଶଙ୍ଖ ରଖିବା ଦରକାର । ଏହା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ।

ଯେଉଁ ବ୍ୟକ୍ତିଙ୍କୁ ସନ୍ତାନର ଅଭିଳାଷ ଅଛି, ସେମାନଙ୍କୁ ମାତା ଭଜଲକ୍ଷ୍ମୀଙ୍କର ଉପାସନା କରିବା ଦରକାର । ଏହା ଦ୍ୱାରା ସନ୍ତାନ ଓ ସଂପତ୍ତି ପ୍ରାପ୍ତି ହୋଇଥାଏ । ସୌଭାଗ୍ୟ ଓ ସ୍ୱାସ୍ଥ୍ୟ ଚାହୁଁଥିବା ବ୍ୟକ୍ତି ଲକ୍ଷ୍ମୀ ଦେବୀଙ୍କର ଉପାସନା କରିବା ଦରକାର । ଯଦି କେବେ ଶୁଭ କାମ କରିବାକୁ ବାହାରକୁ ଯାଉଛନ୍ତି ତା’ହେଲେ ଦହି ଚିନି ଖାଇବାକୁ ନ ଭୁଲନ୍ତୁ । ଯଦି ଆପଣଙ୍କ କାମ ଠିକ୍‌ ଭାବରେ ନ ହେଉଛି ତା’ହେଲେ କଳା ପିମ୍ପୁଡିକୁ ଚିନି ଦିଅନ୍ତୁ ।

ସମ୍ବନ୍ଧିତ ଖବର