ଆପଣ ହୁଏତ ପିଲାଦିନେ ଏପରି ଅନେକ ଖେଳ ଖେଳିଥିବେ। ଏବେ ହୁଏତ ଏସବୁ କଥା ଆମ ପାଇଁ ଆଉ ସେପରି ଗୁରୁତ୍ୱ ରଖୁ ନାହିଁ। ମାତ୍ର ପିଲାଙ୍କ ସକାଶେ ଏହା ଖୁବ୍ ମଜାଦାୟକ ହୋଇଥାଏ। ଏପରି ଏକ ଖେଳ ଖେଳିବା ସହ ଆପଣ ମନୋରଞ୍ଜନ କରିବା ସହ ନିଜ ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯଦି ଆପଣଙ୍କ ପିଲା ଗଣିତରେ ଟିକେ ଦୁର୍ବଳ ଅଛନ୍ତି ତେବେ ଏପରି କେଳ ସେମାନଙ୍କୁ ବାରମ୍ବାର ଖେଳାନ୍ତୁ। ତେଖିବେ ଖେଳରେ ଖେଳରେ ଗଣିତକୁ ନେଇ ତାଙ୍କ ମନରେ ଥିବା ଭୟ ନିଶ୍ଚୟ କମିଯିବ। ତେବେ, ଶୀର୍ଷକରୁ ତ ଏକଥା ବୁଝି ସାରିବେଣି ନିଶ୍ଚୟ ଯେ ଯେଉଁ ଗଣିତ ଆପଣ ସମାଧାନ କରିବେ ତାହାର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ। ନିମ୍ନରେ ଆମେ ଗଣିତ ସହ ଏହି ପଜଲ୍ର ସମାଧାନ କରିଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣଙ୍କ ସୁବିଧା ସକାଶେ ଆମେ ସିଧା ସଳଖ ଉଦାହରଣ ସହ ଆପଣଙ୍କୁ ବୁଝାଇ ଦେଉଛୁ। ଆପଣ ଯାହାଙ୍କୁ ଏହି ସମାଧାନ କରିବାକୁ କହିବେ ସେ ଯେଉଁ ବି ସଂଖ୍ୟା ନେଇପାରନ୍ତି ସେଥିରେ ବାଧା ନାହିଁ। ମାତ୍ର ସୂଚନା ଅନୁସାରେ ହିଁ ଖେଳିବାକୁ ପଡ଼ିବ। ପ୍ରଥମେ ଆପଣ ଆପଣଙ୍କ ବନ୍ଧୁଙ୍କୁ ୪ ସଂଖ୍ୟକ ଏକ ପରିମାଣ ନେବାକୁ କୁହନ୍ତୁ।
ଧରାଯାଉ ସଂଖ୍ୟାଟି ୧୫୨୧
ସେହି ସଂଖ୍ୟାଗୁଡ଼ିକୁ ପୃଥକ ଭାବେ ମିଶାଇ ଦିଅନ୍ତୁ ୧+୫+୨+୫=୧୩
ଯେଉଁ ସଂଖ୍ୟାଟି ମିଳିଲା ତାହାକୁ ପ୍ରଥମ ଚାରି ସଂଖ୍ୟକ ଅର୍ଥାତ ୧୫୨୫ରୁ ଫେଡ଼ି ଦିଅନ୍ତୁ। ୧୫୨୫-୧୩= ୧୫୧୨
ଫେଡ଼ିବା ପରେ ଯେଉଁ ସଂଖ୍ୟା ମିଳିଲା ସେଗୁଡ଼ିକୁ ପୁନଶ୍ଚ ପୃଥକ ଭାବେ ମିଶାନ୍ତୁ, ୧+୫+୧+୨=୯
ଉତ୍ତର: ୯
(ମନେ ରଖନ୍ତୁ, ଏହିପରି ଭାବେ ଖେଳିଲେ ଯେକଣସିର ଉତ୍ତର ୯ ଆସିବ। ଆପଣ ଉତ୍ତର କହିପାରୁଛନ୍ତି ବୋଲି ବନ୍ଧୁଙ୍କ ସାମ୍ନାରେ ଶ୍ରେୟ ନେଇପାରନ୍ତ)