କାହିଁକି ଭାରତୀୟମାନଙ୍କ ପାଇଁ ମରିସସର ଆକର୍ଷଣ ଅଧିକ?

ସମଗ୍ର ପୃଥିବୀର ଯେଉଁ ଦେଶମାନଙ୍କୁ ପର୍ଯ୍ୟଟକ ମାନେ ଯିବାକୁ ବିଶେଷ ଆଗ୍ରହ ଦେଖାଇ ଥାଆନ୍ତି, ସେଥିମଧ୍ୟରେ ମରିସସ୍‌ ଅନ୍ୟତମ । ଯିଏ ଥରେ ଏଠାକୁ ଆସିଛି, ସେ ଜୀବନ ସାରା ତାକୁ ଝୁରୁଛି । ହିନ୍ଦ୍‌ ମହାସାଗରର ନୀଳ ଗଭୀର ଜଳରେ ସ୍ଥିତ ଏକ ବିସ୍ମୟକର ସ୍ଥାନ । ରଙ୍ଗ, ସଂସ୍କୃତି ଓ ସ୍ୱାଦ ରେ ଏଠାରେ ଥିବା ବିବିଧତା ହିଁ ଏଠାକାର ବୈଶିଷ୍ଟ୍ୟ । ମରିସସ୍‌ର ଭୌଗୋଳିକ ସ୍ଥିତି ଓ ଜଳବାୟୁ ଏତେ ମନୋରମ ଯେ ପ୍ରାୟତଃ ବର୍ଷସାରା ଏଠାକୁ ପର୍ଯ୍ୟଟକ ମାନଙ୍କର ଆଗମନ ହୋଇଥାଏ । ଏଠାକାର ଜଳବାୟୁ ଖୁବ୍‌ ଭଲ ହୋଇଥିବା ଯୋଗୁଁ ବର୍ଷା ଦନି ବ୍ୟତୀତ ଅନ୍ୟ ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ପରିଲକ୍ଷିତ ହୋଇଥାଏ ।

photo-mauritius.com

ମରିସସ୍‌ର ମୁଖ୍ୟଦ୍ୱୀପଟି ଚତୁର୍ଦ୍ଦିଗରେ କେତେକ ଛୋଟ ଛୋଟ ଦ୍ୱୀପ ମଧ୍ୟ ଅଛି । ମରିସସର ସଂସ୍କୃତି ଭାରତୀୟ ସଂସ୍କୃତି ସହିତ ଅନେକାଂଶ ରେ ମେଳ ଖାଏ । ଏଥିପାଇଁ ଭାରତୀୟମାନଙ୍କ ପାଇଁ ମରିସସ୍‌ର ସ୍ଥାନ ସ୍ୱତନ୍ତ୍ର । ଏହାର ରାଜଧାନୀ ପୋର୍ଟଲୁଇ ପଶ୍ଚିମ ଉପକୂଳ ରେ ଅବସ୍ଥିତ ରହିଛି । ମରିସସ୍‌ର ପୂର୍ବତଟ ଗୁଡିକ ଖୁବ୍‌ ରୋମାଣ୍ଟିକ୍‌ । ଉତ୍ତର ପଶ୍ଚିମ ତଟ ରୋମାଞ୍ଚ ପ୍ରେମୀମାନଙ୍କ ପାଇଁ ସ୍ୱର୍ଗ । ଏଠାରେ ଆପଣ ସର୍ଫିଙ୍ଗ, ସ୍ନେକଲିଫ୍‌ , ଡିପସ୍‌ ଫିଶିଙ୍ଗ୍‌ ଭଳି ଅଧିକାଂଶ ସାମୁଦ୍ରିକ କ୍ରୀଡାର ଆନନ୍ଦ ଉଠାଇପାରିବେ । ଏଠାକାର ସମୁଦ୍ର ତଟମାନଙ୍କରେ ଉଚ୍ଚ ପର୍ବତମାଳା ମଧ୍ୟ ଦେଖିବାକୁ ମିଳିଥାଏ । ମରିସସ୍‌ର ଆଭ୍ୟନ୍ତରୀଣ ସଂସ୍କୃତି ବିଭିନ୍ନ ରଙ୍ଗରେ ରଙ୍ଗାୟିତ । ଏଠାରେ ଆୟୋଜିତ ‘ ମହା ଶିବରାତ୍ରି’ ପର୍ବ ଦେଖିଲେ ଲାଗିବ ସତେ ଯେମିତି ଆପଣ ମରିସସ୍‌ରେ ନାହାଁନ୍ତି ଭାରତରେ ଅଛନ୍ତି ।

କିପରି ଯିବେ? -ମରିସସ୍‌ ଯିବାପାଇଁ ଦିଲ୍ଲୀ ଓ ମୁମ୍ବାଇ ଭଳି କେତେକ ମହାନଗରରୁ ସିଧାସଳଖ ଏୟାରଲାଇନ୍ସ ର ସୁବିଧା ରହିଛି । ନୂଆଦିଲ୍ଲୀ ରୁ ମରିସସ୍‌ ବିମାନଯାତ୍ରା ପାଇଁ ପ୍ରାୟ ସାତ ଘଣ୍ଟା ସମୟ ଲାଗିଥାଏ । ଦୁବାଇ ବାଟ ଦେଇ ମଧ୍ୟ ଆପଣ ମରିସସ୍‌ ଯାତ୍ରା କରିପାରନ୍ତି । ମରିସସ୍‌ ଯିବା ଟିକେ ମହଙ୍ଗା, ମାତ୍ର ସେଠାକାର ହୋଟେଲ ଗୁଡିକର ରହଣି ଖୁବ୍‌ ଶସ୍ତା । ଆପଣ ବଜେଟ୍‌ ଅନୁଯାୟୀ ହୋଟେଲ୍‌ ସେଠି ପାଇପାରିବେ ।

ସମ୍ବନ୍ଧିତ ଖବର