ଔଷଧ ଠାରୁ କେଉଁ ଗୁଣରେ କମ୍‌ ନୁହେଁ ପଇଡ଼ପାଣି

ପଇଡ଼ପାଣି ସ୍ୱାସ୍ଥ୍ୟକର ପାନୀୟ ହିସାବରେ ସୁପରିଚିତ। ପଇଡ଼ପାଣି କେବଳ ଶୋଷ ମେଣ୍ଟାଏ ନାହିଁ ସ୍ୱାସ୍ଥ୍ୟର ଅଶେଷ ଉପକାର ମଧ୍ୟ କରିଥାଏ।

ଶରୀରରୁ ଜଳଶୁଷ୍କତା ଦୂରାଏ: ପଇଡ଼ପାଣିରେ ଅଧିକ ପାଣିଭାଗ ଓ ମୂଲ୍ୟବାନ ପୋଷକତତ୍ତ୍ୱ ଥିବାରୁ ଜଳଶୁଷ୍କତା ଚିକିତ୍ସା ପାଇଁ ଉପଯୋଗ କରାଯାଏ। ଶରୀରୁ ମାତ୍ରାଧିକ ଜଳ ନିଷ୍କାସିତ ହୋଇଯାଇଥିଲେ ପଇଡ଼ପାଣି ତାହା ପୂରଣ କରେ।

ରକ୍ତଚାପ କମାଏ: ପଇଡ଼ପାଣିରେ ଭିଟାମିନ୍‌ ସି, ମାଗ୍ନେସିୟମ୍‌ ଏବଂ ପଟାସିୟମ ଥିବାରୁ ତାହା ରକ୍ତଚାପ ସ୍ତର କମାଇବାରେ ସହାୟତା କରେ। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ଦୈନିକ ପଇଡ଼ପାଣି ପିଇବା ଉଚିତ।

ମଧୁମେହ ଉପସମ କରେ: ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ପଇଡ଼ପାଣି ଚମତ୍କାର ପାନୀୟ। ଏହା ସେମାନଙ୍କ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ।

ହଜମକାରକ: ପଇଡ଼ପାଣିରେ ପ୍ରଚୁର ପରିମାଣର ତନ୍ତୁ ଥିବାରୁ ଏହା ହଜମ କ୍ରିୟା ପାଇଁ ଉତ୍ତମ ହେବା ସହ ଆମ ପାଚନ ପ୍ରଣାଳୀକୁ ଠିକ୍‌ ଭାବେ କାମ କରିବାରେ ସହାୟତା କରିଥାଏ।

ଅର୍ବୁଦ ହ୍ରାସକାରୀ: ପଇଡ଼ପାଣିରେ ବହୁ ପରିମାଣର ପଟାସିୟମ୍‌ ଥିବାରୁ ଏହାକୁ ପିଇବା ଦ୍ୱାରା ସୋଡିୟମ୍‌ ଯୋଗୁଁ ଶରୀର ମଧ୍ୟରେ ହୋଇଥିବା ଅର୍ବୁଦ ବା ଗେଟାଳି କମିଯାଇଥାଏ। ଓଜନ କମାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ।

ପରିସ୍ରାନଳୀ ସଂକ୍ରମଣ କମାଏ: ପଇଡ଼ପାଣିରେ ଔଷଧୀୟ ତତ୍ତ୍ୱ ଡିୟୁରେଟିକ୍‌ ଥିବାରୁ ତାହା ପରିସ୍ରାନଳୀରୁ ବ୍ୟାକ୍ଟେରିଆ ନିଷ୍କାସନ କରି ସଂକ୍ରମଣ ଉପସମ କରିଥାଏ।

ସମ୍ବନ୍ଧିତ ଖବର