ରୋକିପାରିଲାନି କର୍କଟ ରୋଗ: ଦୀର୍ଘ ୨୦ବର୍ଷ ହେଲାଣି ରୋଗୀଙ୍କୁ ମାଗଣାରେ ଖାଇବା ଯୋଗାଇ ଆସୁଥିବା ୮୫ବର୍ଷୀୟ ବୃଦ୍ଧଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ୮୫ବର୍ଷୀୟ ଜଗଦିଶ ଲାଲ୍ ଆହୁଜାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ନେଇ ଗତକାଲି ଘୋଷଣା କରାଯିବା ପରେ ଏବେ ତାଙ୍କ ସଂଘର୍ଷମୟ କାହାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାକଡ଼ରେ ଫଳ ବିକିବାଠାରୁ ଆରମ୍ଭ କରି ପାଖକୁ ଟଙ୍କା ଆସିବା ପରେ ଡାକ୍ତରଖାନା ବାହାରେ ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଇବା ଓ ପରେ କର୍କଟ ରୋଗର ଶିକାର ହେବା ଘଟଣା ତାଙ୍କ ଜୀବନକୁ ଏବେ ଚର୍ଚ୍ଚିତ ବନାଇଛି। ଏତେ ସବୁ ସଂଘର୍ଷ କରିବା ପରେ ‌ଦୀର୍ଘ ୨୦ବର୍ଷ ଧରି ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାର କାମ ପାଇଁ ଆଜି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଏତେ ବଡ଼ ସମ୍ମାନ ମିଳିବା ପରେ ଜଗଦିଶ ଲାଲ୍ କହିଛନ୍ତି, ମୁଁ ଜାଣି ନାହିଁ କିଏ ମୋର ନାମ ଏହି ସମ୍ମାନ ପାଇଁ ସୁପାରିସ୍ କରିଥିଲା ଏବଂ କିଭଳି ଏହି ସୁପାରିସକୁ ଗ୍ରହଣ କରାଗଲା। ମୁଁ କେବଳ ଚାହୁଛି କି, ସରକାର ମୋ ପାଇଁ ଆୟକର ଛାଡ୍ କରନ୍ତୁ। ଏହା ଦ୍ବାରା ମୋର ମୃତ୍ୟୁ ପରେ ବି ମୋ ପରିବାର ମାଗଣାରେ ଖାଦ୍ୟ ଯୋଗାଇବା କାମ ଜାରି ରଖି‌ବେ।

Image result for Meet 85-Year-Old 'Langar Baba', Who Serves Free Food To Poor Patients Despite Battling Cancer
Indiatimes.com

ସୂଚନା ମୁତାବକ, ୧୯୪୭ମସିହାରେ ନିଜ ପରିବାର ସହ ପେଶାୱରରୁ ଭାରତ ଆସିଥିଲେ ଜଗଦିଶ ଲାଲ୍। ଏଠାକୁ ଆସିବା ପରେ ସେ ରୋଜଗାର କରିବା ପାଇଁ ରାସ୍ତା କଡ଼ରେ କଦଳୀ ବିକିବା ଆରମ୍ଭ କରିଥିଲେ। କିଛି ଦିନ ପରେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବା ପରେ ସେ ଡାକ୍ତରଖାନା ବାହାରେ ମାଗଣାରେ ଖାଇବା ଯୋଗାଇବେ ବୋଲି ମନସ୍ତ କରରିଥିଲେ। ଏହା ମଧ୍ୟରେ ସେ ପାକସ୍ତଳୀ କର୍କଟ ରୋଗର ଶିକାର ହୋଇଥିଲେ ମଧ୍ୟ ଖାଦ୍ୟ ଯୋଗାଇବା କାମ ବନ୍ଦ କରିନଥିଲେ। ଦୀର୍ଘ ୨୦ବର୍ଷ ହେଲାଣି ସେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତିି। ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କିଛି ଲୋକ ଲଙ୍ଗର ବାବା ବୋଲି ମଧ୍ୟ ଡ଼ାକୁଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର