ଦେଶର ପ୍ରଥମ, ବିଶ୍ୱର ଦ୍ୱିତୀୟ: ବିନା ପ୍ରଶିକ୍ଷଣରେ ଡିଜେ ବନିଲେ ଏହି ଦିବ୍ୟାଙ୍ଗ!

କଥାରେ ଅଛି ଯେଉଁଠି ଦକ୍ଷତା ଥାଏ, ସେଠାରେ ସୌନ୍ଦର୍ଯ୍ୟ, ସାମର୍ଥ୍ୟ, ଆର୍ଥିକ ଅବସ୍ଥା ଆଦି ସଂସାରର କୌଣସି ବି ପ୍ରତିବନ୍ଧକ ଚିରସ୍ଥାୟୀ ନୁହେଁ। ଶେଷରେ ଦକ୍ଷ ଲୋକଟି ହୁଏ ବିଜୟୀ। ପାଲଟିଯାଏ ଦୁନିଆ ପାଇଁ ଉଦାହରଣ। ଦିଲ୍ଳୀର ଏକ ଇଞ୍ଜିନିୟରିଂ ପରିବାରର ଏହି ଯୁବ ସଂଗୀତ ପ୍ରଯୋଜକ ତଥା ଡିସ୍କ୍‌ ଡିଜେ ବରୁଣ ଖୁଲାର ଏହାର ଏକ ଜ୍ୱଳନ୍ତ ନମୁନା।

ବରୁଣ ହେଉଛନ୍ତି ଭାରତର ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ଭିନ୍ନ ଧରଣର ଦିବ୍ୟାଙ୍ଗ ଡିଜେ, ଯିଏକି କୌଣସି ପ୍ରଶିକ୍ଷଣ ବିନା ନିଜେ ଜଣେ ସଫଳ ସଂଗୀତଜ୍ଞ ହେବା ସଙ୍ଗେ ସଙ୍ଗେ ଏକ ସଂସ୍ଥା ଖୋଲି ଅନ୍ୟମାନଙ୍କୁ ବି ସଂଗୀତ ଶିକ୍ଷା ଦେଉଛନ୍ତି। ୨୬ ବର୍ଷୀୟ ବରୁଣଙ୍କୁ ଲୋକେ ଡିଜେ ଆମିଶ ଅଣ୍ଡର୍‌ଗ୍ରାଉଣ୍ଡ୍‌ ଭାବେ ମଧ୍ୟ ଜାଣନ୍ତି।

ନିଜ ସଫଳତାର ରହସ୍ୟ ସଂପର୍କରେ ବରୁଣ କହନ୍ତି, ‘ନାନା ପାରିବାରିକ ସମସ୍ୟା ଥିବା ସତ୍ତ୍ୱେ ମୁଁ ମୋ ପିଲାଦିନରୁ ଜଣେ ଡିଜେ ହେବାକୁ ଇଚ୍ଛା ରଖିଥିଲି। ମୋ ସ୍ୱପ୍ନକୁ ନ ବୁଝିପାରୁବାରୁ ମୁଁ ମୋ ପରିବାର ଲୋକଙ୍କୁ ଦୋଷ ଦେଉନାହିଁ। କାହିଁକି ନା ସେମାନେ ଚାହୁଁଥିଲେ ଯେ ମୁଁ ପ୍ରଥମେ ମୋର ମାଷ୍ଟର୍‌ ଡିଗ୍ରି ପୂରା କରେ ବୋଲି। ଯେଉଁଭଳି ସମାଜରେ ଆମେ ରହୁଛୁ ସେଠାରେ ଲୋକେ କୌଣସି ପ୍ରକାର ନୂତନ ଭାବନାକୁ ଗ୍ରହଣ କରିବାକୁ ଭୟ କରନ୍ତି। ତାହା ସତ୍ତ୍ୱେ ବି ସଂଘର୍ଷ ଓ ଇଚ୍ଛାକୁ ସଂଯୋଗ କରି ସଫଳତା ଆଡ଼େ ମାଡ଼ିବାକୁ ହେବ।’

ବରୁଣ ଆହୁରି ବି କହିଛନ୍ତି ଯେ ‘ପ୍ରତ୍ୟେକ ବ୍ୟକ୍ତି ପାଖରେ ସଫଳତା ପାଇବାର ସାମର୍ଥ୍ୟ ଅଛି। କେବଳ ସମୟ ଏବଂ ସୁଯୋଗକୁ ଉପଯୋଗ କରିପାରେଲେ ହେଲା। ସବୁ ସଫଳତା ପାଇଁ ସମୟ ଲାଗିଥାଏ। ଯଦିଓ ସମସ୍ତେ ଜାଣନ୍ତି ଇତାଲିର ରାଜଧାନୀ ରୋମ୍‌ ପରି ଏକ ସହର ଗୋଟାଏ ଦିନରେ ତିଆରି ହୋଇ ପାରିନଥିଲା।’

‘ନାନା ପାରିବାରିକ ସମସ୍ୟା ଥିବା ସତ୍ତ୍ୱେ ମୁଁ ମୋ ପିଲାଦିନରୁ ଜଣେ ଡିଜେ ହେବାକୁ ଇଚ୍ଛା ରଖିଥିଲି। ମୋ ସ୍ୱପ୍ନକୁ ନ ବୁଝିପାରୁବାରୁ ମୁଁ ମୋ ପରିବାର ଲୋକଙ୍କୁ ଦୋଷ ଦେଉନାହିଁ। କାହିଁକି ନା ସେମାନେ ଚାହୁଁଥିଲେ ଯେ ମୁଁ ପ୍ରଥମେ ମୋର ମାଷ୍ଟର୍‌ ଡିଗ୍ରି ପୂରା କରେ ବୋଲି। ଯେଉଁଭଳି ସମାଜରେ ଆମେ ରହୁଛୁ ସେଠାରେ ଲୋକେ କୌଣସି ପ୍ରକାର ନୂତନ ଭାବନାକୁ ଗ୍ରହଣ କରିବାକୁ ଭୟ କରନ୍ତି। ତାହା ସାତ୍ତ୍ୱେ ବି ସଂଘର୍ଷ ଓ ଇଚ୍ଛାକୁ ସଂଯୋଗ କରି ସଫଳତା ଆଡ଼େ ମାଡ଼ିବାକୁ ହେବ।’

ସଂଗୀତ ପ୍ରତି ତାଙ୍କର ଜନ୍ମରୁ ଦୁର୍ବଳତା। ସଂଗୀତ ସହ ସେ କେବେ ବି ବୋର୍‌ ହେବେ ନାହିଁ ବୋଲି ଗଣମାଧ୍ୟମରେ ଜଣାଇଛନ୍ତି।

ବରୁଣ ଦିଲ୍ଳୀ ୟୁନିଭରସିଟି(ଡିୟୁ)ରେ ଫରେନ୍‌ ଟ୍ରେଡ୍‌ ଆଣ୍ଡ୍‌ ଇଣ୍ଟର୍‌ନ୍ୟାସନାଲ୍‌ ପ୍ରାକ୍ଟିସେସ୍‌ରେ ସ୍ନାତକ କରିଛନ୍ତି। ପରେ ଅମିତ୍‌ରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ସ୍ନାତକତ୍ତୋର କରିଛନ୍ତି। ବର୍ତ୍ତମାନ ସେ ଜଣେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟରତ।

ତିନି ବର୍ଷରୁ ଊର୍ଧ୍ୱ ହେବ ବରୁଣ ତାଙ୍କ ଶାରୀରିକ ସମସ୍ୟାକୁ ନିଜ ବୃତ୍ତିରେ ଆସିବାକୁ ଦେଇନାହାନ୍ତି। ନଜେ ଏକ ସଂଗୀତ ସଂସ୍ଥା ଆରମ୍ଭ କରି ଶିଖିବା ସହ ଅନ୍ୟକୁ ଶିକ୍ଷା ଦେଉଥିବା ବରୁଣ ଅଢ଼େଇ ବର୍ଷ ତଳୁ ନିଜର ଏକ ମ୍ୟୁଜିକ୍‌ ପ୍ରଡକ୍ସନ ନିର୍ମାଣ କରିଛନ୍ତିି। ସେ ୟୁଟ୍ୟୁବ୍‌ରୁ ବିଭିନ୍ନ ଭିଡିଓ ଦେଖି, ନାନା କଳାକାରଙ୍କ ବହି ପଢ଼ି ଏବଂ ମ୍ୟୁଜିକ୍‌ ଚ୍ୟାନେଲ୍‌ ଦେଖି ନିଜକୁ ସୃଜନଶୀଳ ବନେଇ ପାରିଛନ୍ତି।

 

 

ସମ୍ବନ୍ଧିତ ଖବର