ସ୍ୱାମୀ ହାତ ଛାଡ଼ି ଦେବା ପରେ ପରିବାର ଚଳାଇବା ପାଇଁ ଦିନରେ ଫୁଡ୍‌ ଡେଲିଭରୀ ଏବଂ ରାତିରେ ଓଲା କ୍ୟାବ୍‌ ଚଳାଉଛନ୍ତି ମହିଳା

କୋଲକାତା : କୋଲକାତାରେ ରହୁଥିବା ରୁପା ଚୌଧୁରୀ ନାମକ ଜଣେ ମହିଳା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମାତା-ପିତାଙ୍କ ଦେହାନ୍ତ ହେବା ପରେ ହାତ ଛାଡ଼ି ଦେଇଥିଲେ ସ୍ୱାମୀ । ତଥାପି ହାର ନ ମାନି ଜୀବନର ଯୁଦ୍ଧ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ରୁପା । ନିଜ ପରିବାରକୁ ଚଳାଇବା ପାଇଁ ସେ କାହା ଆଗରେ ହାତ ପତେଇବା ପରିବର୍ତ୍ତେ ନିଜେ ନିଜ ଗୋଡ଼ରେ ଠିଆ ହେବା ପାଇଁ ମନସ୍ଥ କରିଥିଲେ । ଯାହା ପାଇଁ ସେ ପ୍ରଥମେ ଫେବୃଆରୀରେ କୋଲକାତାର ପ୍ରଥମ ମହିଳା ଭାବେ ଓଲାର ବାଇକ୍‌ ଟାକ୍ସି ଚାଳକ ହୋଇ ନିଜର ଯାତ୍ରା ଆରମ୍ଭ କରିଥିଲେ ।

Money Bhaskar

ଓଲା ପରେ ସେ ସ୍ୱିଗୀର କୋଲକାତାର ପ୍ରଥମ ଡେଲିଭରୀ ଗର୍ଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱିଗୀରେ ନିଯୁକ୍ତି ମିଳିବା ପରେ ସେ କମ୍ପାନୀକୁ ଅଧିକ ମହିଳାଙ୍କୁ ଡେଲିଭରୀ କାମରେ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ରୁପାଙ୍କ ପ୍ରସ୍ତାବ ଉପରେ ଚିନ୍ତା କରି ଏବେ କମ୍ପାନୀ ୨,୦୦୦ମହିଳାଙ୍କୁ ଡେଳିଭରୀ ପାଇଁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । ଓଲା ପରେ ରୁପା ଏବେ ରାପିଡୋରେ କାମ ଆରମ୍ଭ କରିବେ ବୋଲି ଜଣା ପଡ଼ିଛି । ତେବେ ଅଦାଲତରେ ଛାଡ଼ପତ୍ର ମାମଲା ଚାଲୁ ରହିଥିବା ବେଳେ ରୁପାଙ୍କ ପୁଅ ଏବେ ତାଙ୍କ ସ୍ୱାମୀଙ୍କ ପାଖରେ ରହିଛନ୍ତି । ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରି ସେ ନିଜ ପୁଅର କଷ୍ଟଡି ନେବାକୁ ଚାହୁଁଥିବାରୁ ଏତେ ପ୍ରକାରର କାମ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର