ଡ୍ୟାନ୍‌ସିଂ ଅଙ୍କଲଙ୍କ ପରେ ଏବେ ସୋମା ଆଣ୍ଟି ବନିଲେ ଇଣ୍ଟରନେଟ ସେନ୍‌ସେସନ୍‌: ସମସ୍ତଙ୍କୁ କହୁଛନ୍ତି ‘ହେଲୋ ଫ୍ରେଣ୍ଡ୍‌ସ,ଚାଏ ପିଲୋ’

0 390

ମୁମ୍ବାଇ : ଏକ ବାହାଘର ପାର୍ଟିରେ ବଲିଡଡ୍‌ ଅଭିନେତା ଗୋବିନ୍ଦାଙ୍କ ଶୈଳୀରେ ନାଚି ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ ମଧ୍ୟପ୍ରଦେଶ ବିଦିଶାର  ଡ଼ବୁ ଅଙ୍କଲ । ଏକ ବିବାହ ଭୋଜିରେ ନାଚୁଥିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଏମିତି କି ତାଙ୍କୁ ବଲିଉଡରୁ ମଧ୍ୟ ଅଫର ଆସିବା ଆରମ୍ଭ ହୋଇଥିଲା । ଡ଼୍ୟାନ୍‌ସିଙ୍ଗ ଅଙ୍କଲଙ୍କ ପରେ ଏବେ ଜଣେ ମହିଳା ସୋସିଆଲ ମିଡ଼ିଆରେ ଛାଇ ଯାଇଛନ୍ତି । ସୋମବତୀ ମହାବର ନାମକ  ଏହି ମହିଳାଙ୍କ ଚା’ ପିଇବା ଅନ୍ଦାଜ ଏବଂ ଚା’ ପିଇବ କି ନାହିଁ ପଚାରିବାର ଅନ୍ଦାଜର  ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତଙ୍କୁ ତାଙ୍କ ମଜାଦାର ଶୈଳୀ ପସନ୍ଦ ଆସୁଥିବାର ଦେଖିବାକୁ ମିଳୁଛି । କିଛି ଲୋକ ୟୁ ଟ୍ୟୁବ୍‌ରେ ସୋମବତୀଙ୍କ ଭିଡ଼ିଓ ଦେଖି ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି ।

Panda Mobile only
NDTV.com

ଯେଉଁ ଭଳି ଭାବରେ ଡ଼ବୁ ଅଙ୍କଲଙ୍କ ଭିଡ଼ିଓକୁ ଜଣେ କେହି ସେୟାର କରିବା ପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ ସେହିଭଳି ଭାବରେ ମୁମ୍ବାଇ ପୁଲିସର ଏକ ଟ୍ଵିଟ୍‌ ପରେ ସୋମବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୧୪-୧୫ସେକେଣ୍ଡର ଏହି ଭିଡ଼ିଓରେ ସୋମବତୀ ସମସ୍ତଙ୍କୁ ‘ହେଲୋ ଫ୍ରେଣ୍ଡସ୍‌ ଚାଏ ପିଲୋ’ ବୋଲି କହୁଛନ୍ତି । ଏହି ଭିଡ଼ିଓକୁ ନେଇ ମୁମ୍ବାଇ ପୁଲିସ ଏକ ସଚେତନତାର ବାର୍ତ୍ତା ଲେଖି ଟ୍ଵିଟରରେ ପୋଷ୍ଟ କରିବା ପରେ ଏହି ଭିଡ଼ିଓଟି ଅଧିକ ଚର୍ଚ୍ଚିତ ହୋଇଛି । ‘ହେଲୋ ଫ୍ରେଣ୍ଡସ୍‌ ଚାଏ ପିଲୋ’କୁ କାଟି ମୁମ୍ବାଇ ପୁଲିସ ‘ହେଲୋ ଫ୍ରେଣ୍ଡସ୍‌ ହେଲ୍‌ମେଟ୍‌ ପେହେନ୍‌ଲୋ’ ଲେଖିଥିଲେ । ଲୋକମାନଙ୍କ ମଧ୍ୟରେ ହେଲ୍‌ମେଟ୍‌କୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ମୁମ୍ବାଇ ପୁଲିସ ଏପରି କରିଥିଲା, ଯାହା ପରେ ସୋମବତୀଙ୍କୁ ଚର୍ଚ୍ଚିତ କରାଇଥିଲା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.