ପୁରସ୍କୃତ ହେବା ପରେ କ’ଣ କହନ୍ତି ଦେରେକର ମାଆ? କାହିଁକି ଏହି କୁନି ପିଲାର ଗୋଡ଼ ଟାଣିବାରେ ଲାଗିପଡ଼ିଛନ୍ତି ଲୋକେ?

ଆଇଜଲ୍‌: ଗତ ଦୁଇ ଦିନ ହେବ ଇଣ୍ଟର୍‌ନେଟ୍‌ରେ ଘୂରିବାରେ ଲାଗିଛି ଜଣେ ଗୁଲୁଗୁଲିଆ ଶିଶୁର ଫଟୋ। ଶିଶୁଟି ଗୋଟିଏ ହାତରେ କୁକୁଡ଼ା ଛୁଆ ଓ ଅନ୍ୟ ହାତରେ ୧୦ ଟଙ୍କା ଧରିଥିବା ବେଳର ଏହି ଫଟୋଟି ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛି।

ଫଟୋ ପଛର କାହାଣୀ ତ ଆପଣ ଜାଣନ୍ତି। ମିଜୋରାମରେ ବସବାସ କରୁଥିବା ୬ ବର୍ଷିଅ ବାଳକ ଦେରେକ୍‌ ସି ଲଲାଚାହିମା ନାମକ ଏହି କୁନି ବାଳକର ବିଶାଳ ମନ ଏବେ ସଭିଙ୍କ ମନ ଜିଣିଛି। ଦେରେକ ନିଜ ନୂଆ କିଣା ଯାଇଥିବା ସାଇକେଲ୍‌ ଧରି ରାସ୍ତାରେ ଚଲାଉଥାଏ। ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍‌ ସାମ୍ନାକୁ ଚାଲି ଆସିଲା ପଡ଼ୋଶୀ ଘରର କୁକୁଡ଼ା। ପିଲାଟି ସାଇକେଲ୍‌ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଦେହରେ ଆଘାତ ଲାଗିଲା।

କୁୁକୁଡ଼ାଟି ଖଣ୍ଡିଆ ଖାପରା ହୋଇ ଯାଇଛି ଦେଖିବା ପରେ କମ୍ପି ଉଠିଲା କୁନି ପିଲାର ହୃଦୟ। ତା’ପରେ ସେ ନିଜ ପାଖରେ ରଖିଥିବା ୧୦ ଟଙ୍କା ଧରି କୁକୁଡ଼ାଟିକୁ ଭଲ କରିବା ପାଇଁ ହସ୍ପିଟାଲ୍‌ ଯାଇ ପହଞ୍ଚିଗଲା।

 

ତେବେ, ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ ଏହି ପିଲାଟିର ଫଟୋକୁ ପ୍ରଥମେ କିଏ ଭାଇରାଲ୍‌ କଲା? ଏହି ଫଟୋଟି ହେଉଛି ମିଜୋରାମର ଆଇଜଲ୍‌ ଜଲ୍ଲାସ୍ଥିତ ସାଇରଂଗରେ ଥିବା ପ୍ରାଇମେରି ହେଲ୍‌ଥ୍‌ ସେଣ୍ଟର୍‌ର, ଯେଉଁଠି ପିଲାଟି ଯାଇ କୁକୁଡ଼ା ଛୁଆକୁ ଭଲ କରିବାକୁ ୧୦ ଟଙ୍କା ନେଇ ପହଞ୍ଚିଥିଲା। ପଲାଟିକୁ ଦେଖିବା ପରେ ହସ୍ପିଟାଲ୍‌ରେ ଥିବା ନର୍ସଙ୍କୁ ତା’ ପ୍ରତି ଖୁବ୍‌ ଶ୍ରଦ୍ଧା ଆସିଥିଲା। ସେ ପିଲାଟିକୁ ଦେଖିବା ମାତ୍ରେ ତାଙ୍କ କ୍ୟାମେରାରେ ତା’ ଫଟୋ ଉଠାଇ ଫେସ୍‌ବୁକ୍‌ରେ ଦେବା ପରେ ଏହା ଭାଇରାଲ୍‌ ହେବାରେ ଲାଗଥିଲା।

ଦେରେକର ଫଟୋ ଉଠାଇଥିବା ନର୍ସ

ଦେରେକ୍‌କୁ ତା’ର ବିଶାଳ ହୃଦୟ ପାଇଁ ପରଦିନ ସ୍କୁଲ୍‌ ପକ୍ଷରୁ ତାକୁ ପୁରସ୍କୃତ କରାଯାଇଛି। ଏ ସଂପର୍କରେ ଦେରେକର ମାଆ କହନ୍ତି, ‘ ସେ ତା’ର ସରଳପଣରେ ଯାହା କରିଥିଲା ତାହାକୁ ନେଇ ଲୋକେ ତା’ ଗୋଡ଼ ଟାଣିବା ଆରମ୍ଭ କରିଦେଲେଣି। ତାକୁ ଜଣେ ସେଲିବ୍ରିଟି ବୋଲି କହି ଥଟ୍ଟା କରିବା ଆରମ୍ଭ କଲେଣି, ଯଦିଓ ଏହି କୁନି ପିଲାଟି ସେଲିବ୍ରିଟି ଶବ୍ଦର ଅର୍ଥ ଜାଣେନା। ସେ ହୃଦୟରୁ କରିଥିବା କାମଟିରେ ଏକ ଜାତୀୟ ଖବର ବନିଯିବ ତାହ କିଏ ଜାଣିଥିଲା?

ସମ୍ବନ୍ଧିତ ଖବର