ମେଘନାଦଙ୍କ ଆଘାତରେ ଲକ୍ଷ୍ମଣ ଚେତାଶୂନ୍ୟ ହେବାପରେ କ’ଣ କରିଥିଲେ ହନୁମାନ ? ଜାଣନ୍ତୁ କି ଅସୁବିଧା ହୋଇଥିଲା ବଜରଙ୍ଗବାଲୀଙ୍କର ?
ରାମାୟଣରେ ଅନେକ କଥା ରହିଛି । ସେଥିଭିତରୁ ଗୋଟିଏ ଘଟଣା ଥିଲା ଏପରି। ଲକ୍ଷ୍ମଣ ଏବଂ ମେଘନାଥଙ୍କ ମଧ୍ୟରେ ଯେତେବେଳେ ଭୀଷଣ ଯୁଦ୍ଧ ହେଲା , ସେତେବେଳେ ଲକ୍ଷ୍ମଣ ରାକ୍ଷସ ମେଘନାଥଙ୍କ ଆଘାତରେ ଚେତାଶୂନ୍ୟ ହୋଇ ଭୂମି ଉପରେ ଟଳିପଡ଼ିଲେ। ତେଣୁ ଲକ୍ଷ୍ମଣଙ୍କୁ ସୁସ୍ଥ କରିବାକୁ ଯାଇ ଭଗବାନ ଶ୍ରୀହନୁମାନ ସଂଜୀବନି ବୁଟି ଆଣିବାକୁ ପର୍ବତ ଉପରକୁ ଗଲେ। ହେଲେ ସେ ସେଠାରେ ସେ ବହୁତ କିଛି ଔଷଧୀୟ ବୃକ୍ଷକୁ ଦେଖିଲେ। ସେଥିମଧ୍ୟରୁ କେଉଁଟା ସଂଜିବନୀ ବୁଟି ବୋଲି ସେ ଜାଣିପାରିଲେ ନାହିଁ। ଫଳସ୍ୱରୂପ ମହବଳୀ ଭଗବାନ ବଜରଙ୍ଗବାଲୀ ଉକ୍ତ ପର୍ବତକୁ ହିଁ ନିଜର ହାତ ସାହାଯ୍ୟରେ ଉଠାଇ ଆଣିଥିଲେ। ହେଲେ ହନୁମାନ ଯେତେବେଳେ ତାଙ୍କ ହାତରେ ବିଶାଳ ପର୍ବତକୁ ଧରି ଉଡ଼ି ଉଡ଼ି ଅଯୋଧ୍ୟା ଉପରେ ଯାଉଥିଲେ,ସେତେବେଳେ ଆକାଶ ମାର୍ଗରେ ହନୁମାନଙ୍କର ଏହି ବିଶାଳକାୟ ରୂପକୁ ଦେଖି ଭରତ ତାଙ୍କୁ କୌଣସି ଏକ ରାକ୍ଷସ ଭାବି ବସିଲେ ଓ ତାଙ୍କୁ ବାଣ ମାରିଦେଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଦ୍ୱାରା ଭଗବାନ ଭରତଙ୍କ ସେହି ବାଣରେ ହନୁମାନଜୀ ଆଘାତ ହୋଇ ମାଟି ଉପରେ ପଡ଼ିଗଲେ।ଏହାପରେ ଭରତ ହନୁମାନଙ୍କ ପାଖକୁ ଯାଇ ସେ ଯେ ରାମଙ୍କ ଭକ୍ତ ବୋଲି ଜାଣି ତୁରନ୍ତ ହିଁ ତାଙ୍କୁ ସୁସ୍ଥ କରି ଦେଇ ଥିଲେ।