ଇଞ୍ଜିନିୟରିଂରେ ଇଣ୍ଟର୍ନସିପ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ମିଳିବ ୧୦,୦୦୦ଟଙ୍କା!

ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ଛାତ୍ରବୃତ୍ତି ଦେବା ସହ ବହୁ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ଏବେ ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ଇଣ୍ଟର୍ନସିପ ସହ ୧୦,୦୦୦ ଟଙ୍କା ପ୍ରତି ମାସକୁ ଦିଆଯିବା ବୋଲି ଘୋଷଣା କରିଛନ୍ତି। ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଦ୍ୟୋଗ ମନ୍ତ୍ରାଳୟ ଜରିଆରେ ବର୍ଷକୁ ୫୦ଜଣ ଛାତ୍ରଙ୍କୁ ଏହି ସୁବିଧା ଦିଆଯିବ। ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇଣ୍ଟର୍ନସିପ ପାଇଁ ଅନଲାଇନ ଆବେଦନ କରିବାକୁ ଇ-ପୋର୍ଟଲ ଆରମ୍ଭ କରିଛନ୍ତି।

୬୦% ନମ୍ବର ପ୍ରାପ୍ତ କରିଥିବା ପିଲାକୁ ମିଳିବ ଏହି ସୁଯୋଗ : କେନ୍ଦ୍ରମନ୍ତ୍ରୀ ପ୍ରସାଦ କହିବା ମୁତାବକ ଇଣ୍ଟର୍ନସିପ ଦ୍ୱାରା ଛାତ୍ରମାନଙ୍କୁ କାର୍ଯ୍ୟାଳୟରେ କାର୍ଯ୍ୟ କରିବାର ଅନୁଭୂତି ମିଳିବ। ସେମାନଙ୍କ ପାଇଁ ଏକ ପ୍ରକାର ଉପଲବ୍ଧି ରହିବ ଯାହାକି ଏହି କ୍ଷେତ୍ରରେ ବ୍ୟବସାୟ କରିବା ସହ ଅନ୍ୟ ପ୍ରକ୍ରିୟାରେ ମଧ୍ୟ ପଦକ୍ଷେପ ନେବା ଲାଗି ସହାୟକ ହେବ। ମନ୍ତ୍ରାଳୟ ମୁତାବକ ବିଟେକ କିମ୍ବା ବିଇଏ ଏମଟେକ କିମ୍ବା ଏମଇର ଦ୍ୱିତୀୟ କିମ୍ବା ୩ୟ ବର୍ଷ ଛାତ୍ର, ଯେଉଁମାନେ ପୂର୍ବ ପରୀକ୍ଷାରେ ୬୦% ହାସଲ କରିଛନ୍ତି ସେମାନେ ଏହି ଆବେଦନ କରିପାରିବେ।

ଖରାଦିନ ଇଣ୍ଟର୍ନସିପର ଅବଧି ୨ମାସ ରହିବ। ପ୍ରତି ଅଧିବେଶନରେ ୨୫ଜଣ ଛାତ୍ରଙ୍କୁ ଚୟନ କରାଯିବ ଏବଂ ପ୍ରତି ମାସରେ ସେମାନଙ୍କୁ ୧୦,୦୦୦ଟଙ୍କା ଦିଆଯିବ।

ମନ୍ତ୍ରାଳୟ ଅନୁସାରେ ଇଣ୍ଟର୍ନସିପ ପାଇଁ ପ୍ରସ୍ତାବିତ କ୍ଷେତ୍ରରେ ସାଇବର ଆଇନ, ଆଇଟି ଆକ୍ଟ, ଡିଜିଟାଲ ଫରେନସିକ, ମାଲବେୟର ଏନଲିସିସ, ମୋବାଇଲ ଗବର୍ନେସ, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଡିଜିଟାଲ ଶିକ୍ଷା ସାମିଲ କରାଯାଇଛି। ମନ୍ତ୍ରାଳୟଙ୍କ କହିବା ମୁତାବକ ଇଣ୍ଟର୍ନସିପରେ ସଫ୍‌ଟୱେୟାର, ହାର୍ଡୱେୟାର ଉଦ୍ୟୋଗ, ଡିଜିଟାଲ ପେମେଣ୍ଟ, ଇଲେକ୍ଟ୍ରୋନିକ ଉପକରଣ ଟେସ୍‌ଟିଂ ମଧ୍ୟ ରହିଛି mitey.gov.inରେ ଏହି ସ୍କିମକୁ ଆପଣ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର