ଗାଡିରେ ଲଗାନ୍ତୁ ମୋବାଇଲ ସିମ୍‌, ଚୋରି ହେବା କ୍ଷଣି ତୁରନ୍ତ ମିଳିବ ସୂଚନା, ଫୋନରେ ଦେଖିପାରିବେ ଲାଇଭ୍‌ ଲୋକେସନ

ଏଣିକି ଗାଡି ଚୋରି ହେବାର ରହିବ ନାହିଁ କୌଣସି ଭୟ। କାରଣ ଆପଣ ଆପଣଙ୍କର ଗାଡିକୁ ମୋବାଇଲ ସିମ ଜରିଆରେ ବି ସୁରକ୍ଷିତ କରିପାରିବେ। ସେହିପରି ମାର୍କେଟରେ ବି ଏବେ ଏଭଳି ଅନେକ ଡିଭାଇସ ଉପଲବ୍ଧ, ଯେଉଁଥିରେ ସିମ ଲଗାଇ, ତାକୁ ଗାଡି ସହ କନେକ୍ଟ କରି ଚୋରଙ୍କ କବଳରୁ ଗାଡିକୁ ରକ୍ଷା କରିପାରିବେ। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା।

ବିଭିନ୍ନ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତ କରୁଥିବା କଂପାନୀ iMars ମାଇକ୍ରୋ ଜିପିଏସ ଟ୍ରାକର ଲଂଚ କରିଛି। ଯେଉଁଥିରେ ସିମ ଲଗାଯାଇପାରିବ। ଏହାପରେ ଏହାକୁ ଗାଡିର ବ୍ୟାଟେରୀ ସହ କନେକ୍ଟ କରି ଲୁଚାଇଦିଆଯାଇଥାଏ। ଏବେ ୟୁଜରଙ୍କୁ ନିଜ ସ୍ମାର୍ଟଫୋନରେ ଏହା ସହ ଜଡିତ ଏକ ଆପ ଇନଷ୍ଟଲ କରିବାକୁ ପଡିବ ଏବଂ ଯେତେବେଳେ ଆପଣଙ୍କ ବିନା ଅନୁମତିରେ କେହି ଆପଣଙ୍କ ଗାଡିକୁ ଛୁଇବାକୁ ଚେଷ୍ଟା କରିବେ କିମ୍ବା ଚଲାଇବାକୁ ଚେଷ୍ଟା କରିବେ ତେବେ ଏନେଇ ତୁରନ୍ତ ଆପଣଙ୍କ ଫୋନକୁ ନୋଟିଫିକେସନ ଚାଲିଆସିବ।

ଏହି ଡିଭାଇସରେ ଆପଣଙ୍କୁ ଏକ ମାଇକ୍ରୋ ସିମ ଲଗାଇବାକୁ ହେବ। ଡିଭାଇସରେ ୩ଟି ତାର ଦିଆଯାଇଛି। ଯେଉଁଥିରୁ ଦୁଇଟି ବ୍ୟାଟେରୀ ପାଇଁ ହୋଇଥିବା ବେଳେ ଅନ୍ୟଟି Ignitionianରେ ଲଗାଇବାକୁ ପଡିଥା। ତେବେ ଏଥିରେ ଥିବା କଳା ରଙ୍ଗର ତାରକୁ ବ୍ୟାଟେରୀର ନେଗେଟିଭ, ନାଲି ରଙ୍ଗର ତାରକୁ ବ୍ୟାଟେରୀର ପଜେଟିଭ ପଏଂଟରେ କନେକ୍ଟ କରିବାକୁ ହେବ। ସେହିପରି କମଳା ରଙ୍ଗର ତାରକୁ Ignitionianର ନେଗେଟିଭ ପଏଂଟରେ କନେକ୍ଟ କରିବାକୁ ପଡିଥାଏ।

ଗାଡିରେ ଡିଭାଇସକୁ ଫିଟ କରିବା ପରେ ଏଥିରେ ସିମ ଲଗାଇଦିଅନ୍ତୁ। ଏହାପରେ ଡିଭାଇସର ଲାଇଟ ଅନ ହୋଇଯିବ ଏବଂ ତା ସହିତ ହିଁ ଡିଭାଇସଟି କାମ କରିବା ଆରମ୍ଭ କରିଦେବ। ଏହାପରେ ଆପଣଙ୍କୁ ଡିଭାଇସର ମାନ୍ୟୁଆଲରେ ଦିଆଯାଇଥିବା କ୍ୟୁଆର କୋଡକୁ ସ୍କାନ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ଏହି ଆପକୁ ଇନଷ୍ଟଲ କରିବାକୁ ହେବ ଓ ତାକୁ ଲଗଇନ କରିବାକୁ ପଡିବ। ଏଠାରୁ ଆପଣ ଗାଡିର ଲୋକେସନ ଟ୍ରାକ କରିପାରିବେ। ଏଥିସହିତ ହିଁ ଏହି ଆପରେ ଆପଣ ଗାଡିର ରିଡିଂ ମଧ୍ୟ ଦେଖିପାରିବେ। ଏହାଛଡା ଯଦି କେହି ଆପଣଙ୍କ ବିନା ଅନୁମତିରେ ଗାଡିକୁ ଛୁଇଁବାକୁ କିମ୍ବା ଚଲାଇବାକୁ ଚେଷ୍ଟା କରେ ତେବେ ସଙ୍ଗେ ସଙ୍ଗେ ଏନେଇ ଆପଣଙ୍କ ମୋବାଇଲକୁ ନୋଟିଫିକେସନ ଚାଲିଆସିବ। ଯାହାଦ୍ୱାରା ଆପଣ ଚୋରିରୁ ନିଜ ଗାଡିକୁ ରକ୍ଷା କରିପାରିବେ।

ସମ୍ବନ୍ଧିତ ଖବର