ଏହି ଦ୍ୱୀପରେ ଝୁଲି ରହିଛି ହଜାରରୁ ଊର୍ଧ୍ୱ କଣ୍ଢେଇ, ଆସନ୍ତୁ ଜାଣିବା ଏହା ପଛର ରହସ୍ୟ

ମୁମ୍ବାଇ: ବର୍ତ୍ତମାନ ସମୟରେ ଲୋକମାନେ ବ୍ୟସ୍ତବହୁଳ ଜୀବନରୁ ଟିକେ ବିଶ୍ରାମ ନେଇ ଦ୍ୱୀପରେ ସମୟ କାଟିବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ଦ୍ୱୀପ ସହର ଭଳି କୋଳାହଳପୁର୍ଣ୍ଣ ବତାବରଣରୁ ଦୁରେଇ ରହିଥାଏ। କେବଳ ଏତିକି ନୁହେଁ, ଆଜିକାଲି ସିନେମାର ସୁଟିଂ ମଧ୍ୟ ବିଭିନ୍ନ ଦ୍ୱୀପରେ ଅଧିକମାତ୍ରାରେ କରାଯାଉଛି। ତେବେ ଦୁନିଆରେ ଏମିତି କିଛି ଦ୍ୱୀପ ଅଛି ଯାହା ଭୟାବହ ହେବା ସହିତ ରାହସ୍ୟମୟ ବି । ତେବେ ଆସନ୍ତୁ ଜାଣିବ ଏମିିତି ଏକ ଦ୍ୱୀପ ସମ୍ପର୍କରେ ଯେଉଁଠାରେ ରହସ୍ୟମୟ ଭାବେ ହଜାରହଜାର ଭୟାନକ କଣ୍ଢେଇ ଗଛରେ ଝୁଲି ରହିଛନ୍ତି।

ମେକ୍ସିକୋ ସହରଠାରୁ ୧୭ମାଇଲ ଦୂରରେ ଯାହାର ନାକ ‘ଲାଲା ଇସ୍‌ ଡେ ଲା ମୁନେକାସ୍‌’ ଦ୍ୱୀପ । ଏହି ଦ୍ୱୀପକୁ ୧୯୯୦ପରେ ‘କଣ୍ଢେଇ ଆଇଲ୍ୟାଣ୍ଡ’ ବି କୁହାଯାଉଛି। କାରଣ ୧୯୯୦ ମସିହା ପରେପରେ ଏଠାରେ ଦ୍ୱୀପରେ ହଜାର ସଂଖ୍ୟାରେ ଭୟାବହ ଦେଖା ଯାଉଥିବା କଣ୍ଢେଇ ଗଛରେ ଝୁଲିଥିବାର ଦେଖିବାକୁ ମିଳିଥିଲା। ଏତଦ୍‌ ବ୍ୟତୀତ ଏହି ଦ୍ୱୀପକୁ ‘ଭାସୁଥିବା ବଗିଚା’ ଓ ‘ଚିନ୍‌ମପା’ ବି କୁହାଯାଇଥାଏ । ଏହି ଦ୍ୱୀପରେ ଖଣ୍ଡ-ବିଖଣ୍ଡ ଅବସ୍ଥାରେ ଝୁଲି ରହିଥିବା ହଜାରହଜାର କଣ୍ଢେଇ ପଛରେ ବହୁ ଭୟାନକ ରହସ୍ୟ ରହିଛି।

କୁହାଯାଉଛି କି, ସେଣ୍ଟାନା ବାର୍ରିରା ନାମକ ଜଣେ ବ୍ୟକ୍ତି ହଠାତ୍‌ ଦିନେ ନିଜ ପରିବାରକୁ ଛାଡି ଏକାକି ଏହି ଦ୍ୱୀପରେ ଆସି ରହିବାକୁ ଲାଗିଥିଲା। ସେଣ୍ଟାନା ଏହି ଦ୍ୱୀପକୁ ଆସିବା ପରେ କେତେକ ଲୋକ ବି ଏହି ଦ୍ୱୀପକୁ ବୁଲିବାକୁ ଆସିଥିଲେ। ଯେଉଁମାନଙ୍କ ସହିତ ଏକ ଶିଶୁ ମଧ୍ୟ ଥିଲା। ତେବେ ଅସତର୍କତା ହେତୁ ଏହି ଦ୍ୱୀପରେ ସେହି ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ତେବେ କିିଛିଦିନ ପରେ ଶିଶୁଟିର ଯେଉଁସ୍ଥାନରେ ମୃତ୍ୟୁ ହୋଇଥିଲା ସେଠାରେ ଏକ କଣ୍ଢେଇ ଭାସୁଥିବା ସେଣ୍ଟାନା ଦେଖିବାକୁ ପାଇଥିଲେ। ସେଣ୍ଟାନାଙ୍କୁ ଅନୁଭବ ହେଲା କି ମୃତ ଶିଶୁଟିର ଆତ୍ମା ଏହି କଣ୍ଢେଇ ଭିତରେ ଅଛି। ସେଣ୍ଟାନା ପାଣିରୁ ଆଣି ସେହି କଣ୍ଢେଇକୁ ଗଛରେ ଝୁଲାଇ ଦେଇଥିଲେ। ଏହି ଭଳି ବର୍ଷବର୍ଷ ପର୍ଯ୍ୟନ୍ତ ଦ୍ୱୀପ ପାଖରେ ବହୁ ଖଣ୍ଡ-ବିଖଣ୍ଡ ଅବସ୍ଥାରେ କଣ୍ଢେଇ ଭାସୁଥିବାର ଦେଖିବାକୁ ମିଳିଥିଲା। ସେଣ୍ଟାନା ସବୁ କଣ୍ଢେଇକୁ ଉଦ୍ଧାର କରି ଗଛରେ ଝୁଲାଇ ଦେଇଥାଆନ୍ତି। ଏଯାବତ୍‌ ଏହି ଆଇଲ୍ୟାଣ୍ଡରେ ହଜାରହଜାର କଣ୍ଢେଇ ଝୁଲିଥିବାର ଦେଖିବାକୁ ମିଳୁଛି।

ରିପୋର୍ଟ ମୁତାବକ, ସେଣ୍ଟାନା ପାଖାପାଖି ୫୦ବର୍ଷ ପର୍ଯ୍ୟନ୍ତ ଏହି ଦ୍ୱୀପରେ ରହିଥିଲେ। ୨୦୦୧ରେ ତାଙ୍କର ମୃତଦେହ ରହସ୍ୟମୟ ଅବସ୍ଥାରେ ପାଣିରେ ଭାସୁଥିବାର ମିଳିଥିଲା। ଏହି ଦ୍ୱୀପକୁ ଏବେବି ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। କିନ୍ତୁ ସନ୍ଧ୍ୟା ହେବା ପୂର୍ବରୁ ସମସ୍ତେ ଫେରି ଯାଇଥାଆନ୍ତି। ଶୁଣିବାକୁ ମିଳିଛି ସନ୍ଧ୍ୟା ହେଲାପରେ ଗଛରେ ଝୁଲିଥିବା ଏହି କଣ୍ଢେଇମାନେ ନିଜନିଜ ଭିତରେ ଟୁପୁରୁଟାପୁରୁ ହୋଇ କଥା ହୋଇଥାଆନ୍ତି। ତାଙ୍କ ଆଖି ଦେଖିଲେ ଲାଗେ କି ସେମାନେ ସବୁକିଛି ଦେଖୁଛନ୍ତି ।

ସମ୍ବନ୍ଧିତ ଖବର