ହରପାର୍ବତୀ ୬ଟି ସ୍ଥାନରେ ଅଟକିବା ପରେ ଅମରନାଥ ଗୁମ୍ଫାରେ ପହଞ୍ଚିଥିଲେ, ଜାଣନ୍ତୁ ଅଟକିଥିବା ୬ ସ୍ଥାନରେ ଶିବ ନିଜର କ’ଣ ସବୁ ତ୍ୟାଗ କରି ଯାଇଥିଲେ

ଅମରନାଥ ଯାତ୍ରା କରିବା ପାଇଁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଅମରନାଥରେ ପହଞ୍ଚିବା ମଧ୍ୟରେ ଶ୍ରଦ୍ଧାଳୁ ଅନେକ ସ୍ଥାନରେ ରହି ରହି ଯାଇଥାନ୍ତି। ଏହି ସବୁ ରହଣୀ ପଛରେ ଗୋଟିଏ ଗୋଟିଏ କାହାଣୀ ରହିଛି।

ବିଶ୍ୱାସ କରାଯାଏ ଯେ ଶିବ ଅମରନାଥ ଯାତ୍ରା କରିବା ସମୟରେ ପ୍ରଥମେ ପହଲଗାମଠାରେ ଅଟକିଥିଲେ। ସେଠାରେ ସେ ତାଙ୍କ ବାହନ ନନ୍ଦୀଙ୍କୁ ଛାଡ଼ି କରି ଯାଇଥିଲେ। ଶ୍ରୀନଗରଠାରୁ ପହଲଗାନ ୯୬ କିଲୋମିଟର ଦୂରରେ ଅବସ୍ଥିତ।

ଶିବଙ୍କର ପରବର୍ତ୍ତୀ ରହଣୀ ସ୍ଥାନ ଥିଲା ଚନ୍ଦନବାଡ଼ିଠାରେ। ଚନ୍ଦନବାଡ଼ି ପହଲଗାନଠାରୁ ୧୬ କିଲୋମିଟିର ଦୂରରେ ଅବସ୍ଥିତ। ଶିବ ସେଠାରେ ତାଙ୍କ ମଥାରେ ଥିବା ଚାନ୍ଦକୁ ତ୍ୟାଗ କରିଥିଲେ ବୋଲି ସେହି ସ୍ଥାନର ନାକକରଣ ଏପରି ରହିଛି ବୋଲି ବିଶ୍ୱାସ କରାଯାଏ। ସେଠାରେ ଚାନ୍ଦ ଭଗବାନ ଶିବଙ୍କ ଫେରିବାକୁ ଅପେକ୍ଷା କରି ରହିଛି ବୋଲି ବିଶ୍ୱାସ ରହିଛି।

ଶିବ ଓ ପାର୍ବତୀ ଚନ୍ଦନବାଡ଼ି ପରେ ତୃତୀୟ ସ୍ଥାନ ପିସୁ ଟପ୍‌ଠାରେ ରହିଥିଲେ। ବିଶ୍ୱାସ କରାଯାଏ ଯେ ଏହି ସ୍ଥାନରେ ଦେବତା ଓ ଦାନବଙ୍କ ମଧ୍ୟରେୀ ଏଠାରେ ଲଢ଼େଇ ହୋଇଥିଲା।

ପିସୁ ଟପ୍‌ ପରେ ଶିବ, ପାର୍ବତୀ ଶେଷନାଗଠାରେ ଅଟକିଥିଲେ। ବିିଶ୍ୱାସ କରାଯାଏ ଯେ ଭଗବାନ ଶିବ ନିଜ ବେକରୁ ନାଗ କାଢ଼ି ସେଠାରେ କରିକରି ଯାଇଥିଲେ। ନାଗ ବିଷରେ ସେଠାରେ ଥିବା ହ୍ରଦ ଜଳର ରଂଗ ନୀଳ।

ତା’ପରେ ହରପାର୍ବତୀ ଯାଇ ଅଟକିଥିଲେ ମହାଗୁନା ପର୍ବତରେ। ଏହି ପର୍ବତ ଶେଷନାଗଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ବିଶ୍ୱାସ ରହିଛି ଯେ ଶିବ ଏଠାରେ ତାଙ୍କ ପୁତ୍ର ଗଣେଶଙ୍କୁ ତ୍ୟାଗ କରି ଆଗକୁ ଯାଇଥିଲେ।

ମହାଗୁନା ପର୍ବତଠାରୁ ୬ କିଲୋମିଟର ଦୂରରେ ଥିବା ପଞ୍ଚତ୍ରାଣୀଠାରେ ହରପାର୍ବତୀ କରିଥିଲେ ପରବର୍ତ୍ତୀ ରହଣୀ। ଶିବ ସେଠାରେ ଆକାଶ, ଜଳ, ଅଗ୍ନି, ପବନ, ଏବଂ ପୃଥିବୀ ଆଦି ପଞ୍ଚଭୁତଙ୍କୁ ତ୍ୟାଗ କରିଥିଲେ।

ଶେଷ ଗନ୍ତବ୍ୟ ହେଉଛି ଅମରନାଥ ଗୁମ୍ଫା। ସେଠାରେ ପହଞ୍ଚିବା ପରେ ଶିବ ପାର୍ବତୀଙ୍କୁ ଅମରତ୍ୱର ରହସ୍ୟ ସଂପର୍କରେ କହିଥିଲେ ବୋଲି ବିଶ୍ୱାସ କରାଯାଏ।

ସମ୍ବନ୍ଧିତ ଖବର