ଦିନକୁ ଦିନ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଣ୍ଟ ମାରିବା ଏବଂ ଦୁଷ୍କର୍ମ କରିବା ଆଦି ଘଟଣା ସବୁଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏଣିକି ଏପରି ଆଚରଣ ଉପରେ ରୋକ ଲାଗିବ । ଆଉ ଅଭିଯୁକ୍ତଙ୍କୁ ଏଥିପାଇଁ ଜରିମାନା ଦେବାକୁ ପଡ଼ିବ ବୋଲି ଫ୍ରାନ୍ସ ସରକାର ଏପରି ନିୟମ ପ୍ରଣୟନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଦିନ ହଜାର ହଜାର ମହିଳା ମାନସିକ ଭାବେ ହେଉ କିମ୍ବା ଶାରୀରକି ଭାବେ ନିର୍ଯାତନା ହେଉଛନ୍ତି। ଏପରିସ୍ଥଳେ ଫ୍ରାନ୍ସ ସରକାର ଦୁର୍ବୃତ୍ତଙ୍କ ଉପରେ ରୋକ ଲଗାଇବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି। ଏବେ ଝିଅଙ୍କୁ ଦେଖି ସିଟି ବଜାଇବା, ଅଶ୍ଳୀଳ କମେଂଟ କରିବା, ନମ୍ବର ମାଗିବା ଓ ପିଛା କରିବା ପରି ଅପରାଧ କଲେ ଅଭିଯୁକ୍ତଙ୍କୁ ପାଖାପାଖି ୭୫୦ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ତେବେ ଏହି ନିୟମ ପ୍ରଣୟନ ହେବା ପରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିବ ବୋଲି ଆଶା କରାଯାଇଛି ।