ଏବେ ବିନା ସିମ ଏବଂ ନେଟୱର୍କରେ କରିପାରିବେ ମୋବାଇଲ କଲିଂ !

ଭାରତର ଟେକ୍ନୋଲୋଜି ଦୁନିଆ ଧୀରେ ଧୀରେ ଆଗକୁ ବଢିବାରେ ଲାଗିଛି। ସେହିପରି ଏବେ ଏପରି ଏକ ଟେକ୍ନୋଲୋଜିର ଉଦ୍ଭାବନ ହୋଇଛି ଯାହା ଲୋକ ମାନଙ୍କୁ ଅସୁବିଧାରେ ସାହାଯ୍ୟ କରିପାରିବ। ଯଦି ଆପଣ ଏପରି କୌଣସି ସ୍ଥାନରେ ଫସିଯାନ୍ତି ଯେଉଁଠାରେ ସିଗନାଲ ଖୁବ ଧିମା ଥିବ କିମ୍ବା କୌଣସି ମୋବାଇଲର ନେଟୱର୍କ ଆସୁ ନଥିବ ସେ ସମୟରେ ଆପଣ ଖୁବ ଚିନ୍ତାରେ ପଡିଯାନ୍ତି। କିନ୍ତୁ ଏବେ ଏପରି କିଛି ନୂତନ ଟେକ୍ନୋଲୋଜି ବାହାରିଛି ଯାହା ଦ୍ୱାରା ଆପଣଙ୍କୁ ଏପରି ପରିସ୍ଥିତିରେ ସାହାଯ୍ୟ କରିବ।

ନେଟୱର୍କ ଖରାପ ଥିଲେ ଚିନ୍ତିତ ହେଉଥିବ ମୋବାଇଲ ଗ୍ରାହକ ମାନଙ୍କ ପାଇଁ ଖୁସିର ଖବର। ସେମାନେ ବ୍ରଡବ୍ୟାଣ୍ଡ ଓ ୱଇଫାଇ କନେକସନ ଜରିଆରେ ମୋବାଇଲ ଏବଂ ଲ୍ୟାଣ୍ଡଲାଇନକୁ କଲ କରିପାରିବେ। ଇଣ୍ଟରନେଟ ଟେଲିଫୋନ ସେବା ସଂକ୍ରାନ୍ତୀୟ ସେବାକୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଯେଉଁ କମ୍ପାନୀ ଗୁଡିକ ଟେଲିଫୋନିକ ଲାଇସେନ୍‌ସ ଦାଖଲ କରିବେ, କେବଳ ସେଇମାନେ ହିଁ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଜାରି କରିପାରିବେ। କିନ୍ତୁ କୌଣସି ସିମ ଦେଇ ପାରିବେ ନାହିଁ । ଟେଲିଫୋନି ଆପ ଜରିଆରେ ସେହି ନମ୍ବରକୁ କାର୍ଯ୍ୟକ୍ଷମ କରାଯିବ। କଲଡ୍ରପ ସମସ୍ୟାକୁ ଦୁର କରିବା ଏହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଗତ ଅକ୍ଟୋବର ମାସରେ ଟେଲିକମକୁ ଅଧିକ ଉନ୍ନତତର କରିବା ପାଇଁ ଟ୍ରାଇ ତରଫରୁ ଏକ ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯାଇଥିଲା। ତାହାକୁ ସରକାର ଏବେ ମଞ୍ଜୁରି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର