ମୋବାଇଲ ଫୋନ୍‌କୁ ନେଇ ଏପରି ସତର୍କତା ଅବଲମ୍ବନ କରନ୍ତୁ

ମୋବାଇଲ୍‌ ଫୋନ୍‌ରୁ ଏକ ପ୍ରକାର ଚୁମ୍ବକୀୟ-ବୈଦ୍ୟୁତିକ ଶକ୍ତି ବିକିରିତ ହୁଏ। କମ୍‌ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାର ନିରାପଦ; କିନ୍ତୁ, କ୍ରମାଗତ ତିରିଶ ମିନିଟ୍‌ରୁ ଅଧିକ ସମୟ ବ୍ୟବହାର ଦ୍ୱାରା ଶରୀରର କ୍ଷତି ହୁଏ। କାନରେ ମୋବାଇଲ୍‌ ଫୋନ୍‌ ଚାପିରଖି କୋଡ଼ିଏ ମିନିଟ୍‌ରୁ ଅଧିକ ସମୟ କଥା ହେଲେ, ମଝି କାନର ତାପମାତ୍ରା ପ୍ରାୟ ଏକ ଡିଗ୍ରି ସେଲ୍‌ସିଅସ୍‌ ବଢ଼େ। ଏହା ବଧିରତା, ନିଦ୍ରାହୀନତା କରାଏ। ଶୋଇବା ବେଳେ ମୁଣ୍ଡକୁ ଲଗାଇ କିଂବା ତକିଆ ତଳେ ମୋବାଇଲ୍‌ ଫୋନ୍‌ ରଖିବା ଅନୁଚିତ। ଏହା ଦ୍ୱାରା ରକ୍ତ ଓ ମସ୍ତିଷ୍କ କର୍କଟ ହୋଇପାରେ। ହୃତ୍‌ପିଣ୍ଡ, ଚକ୍ଷୁ, ବୃକ୍କ, ଅଣ୍ଡକୋଷର କାର୍ଯ୍ୟଦକ୍ଷତା କମିଯାଇପାରେ।

ଠିକ୍‌ ଭାବେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କଲେ ଭ୍ରୂଣ ପ୍ରଭାବିତ ହୁଏ। ଶିଶୁର ମାନସିକ ବିକାଶ ବାଧାପ୍ରାପ୍ତ ହୁଏ ଓ ଶିଶୁଠାରେ ମୂର୍ଚ୍ଛା ରୋଗ ସୃଷ୍ଟି ହୋଇପାରେ। କ୍ଳାନ୍ତିି, ମୁଣ୍ଡବ୍ୟଥା, ସ୍ମୃତିଶକ୍ତି ହ୍ରାସର ଏହା ଏକ କାରଣ। ଏଥି ପାଇଁ ସାବଧାନ ରହନ୍ତୁ। ଫୋନ୍‌କୁ ଏକ ଫୁଟ୍‌ ଦୂରତାରେ ରଖି କଥା ହେବା ନିରାପଦ। ହେଡ୍‌ ସେଟ୍‌, ସ୍ପିକର୍‌ ଦ୍ୱାରା କଥା ହେଲେ ବିପଦ କମେ। ମୋବାଇଲ୍‌ ଫୋନ୍‌କୁ ଛାତି ପକେଟ୍‌ କିଂବା ଅଣ୍ଟାରେ ବାନ୍ଧିବା ଅନୁଚିତ। ଫୋନ୍‌କୁ ଚାଜ୍‌ର୍ କରୁଥିବା ବେଳେ କଥା ହୁଅନ୍ତୁନାହିଁ। ଫୋନ୍‌ର ବିକିରଣକୁ ହ୍ରାସ କରିବା ଲାଗି ଏସ୍‌ଏଆର୍‌ ସିଲ୍‌ଡ ବ୍ୟବହାର କରନ୍ତୁ।

-ଡା. ବିପିନ ବିହାରୀ ମହାନ୍ତି,
ଫୋନ୍‌- ୦୬୭୪-୨୩୫୦୪୫୫

ସମ୍ବନ୍ଧିତ ଖବର