ଭାରତର ସବୁଠାରୁ ଶସ୍ତା ମୋବାଇଲ ବଜାର : ଯେଉଁଠି ମାତ୍ର ୫୦୦ ଟଙ୍କାରେ ମିଳେ ସ୍ମାର୍ଟଫୋନ୍‌!

ଆମ ଦେଶରେ ଏପରି ଏକ ବଜାର ଅଛି ଯେଉଁଠି ଅତି ଶସ୍ତାରେ ମିଳେ ମୋବାଇଲ। ଏହି ବଜାରରେ ମାତ୍ର ୫୦୦ ଟଙ୍କାରେ ମଧ୍ୟ ମିଳିଥାଏ ସ୍ମାର୍ଟଫୋନ। ଏହାସହ ମୋବାଇଲର ବ୍ୟାକ କଭର ମଧ୍ୟ ମାତ୍ର ୧୦ ଟଙ୍କାରେ କିଣିପାରିବେ। ଏହା ହେଉଛି ଭାରତର ସବୁଠାରୁ ଶସ୍ତା ମୋବାଇଲ ବଜାର।

ରାଜଧାନୀ ଦିଲ୍ଲୀରେ ରହିଛି ଏମିତି ଏକ ବଜାର। ଯେଉଁଠି ଅତି ଶସ୍ତାରେ ମିଳୁଛି ସ୍ମାର୍ଟଫୋନ। କେବଳ ମୋବାଇଲ ଫୋନ ନୁହେଁ, ମୋବାଇଲ୍‌ର ସମସ୍ତ ସାମଗ୍ରୀ ମଧ୍ୟ ଏଠାରେ ଅତି କମ୍‌ ଦାମ୍‌ରେ ମିଳିଯାଇଥାଏ। ଏହି ମାର୍କେଟଟି ହେଉଛି ଦିଲ୍ଲୀରେ ଥିବା ଗଫର ମାର୍କେଟ। ଏହି ବଜାର ସାରା ଦେଶରେ ବେଶ ଲୋକପ୍ରିୟ ଅଟେ।

ଏହି ମାର୍କେଟରେ ମୋବଇଲ ଫୋନ ଠାରୁ ଆରମ୍ଭ କରି ମୋବାଇଲ ଆସେସୋରିଜ ପର୍ଯ୍ୟନ୍ତ, ସବୁ କିଛି ଅତି ଶସ୍ତାରେ ଉପଲବ୍ଧ ହୋଇଥାଏ। କରୋଲବାଗରେ ଥିବା ଗଫର ମାର୍କେଟରେ ସବୁବେଳେ ଭିଡ ଲାଗି ରହିଥାଏ। ଏଠାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଳ ଫୋନ୍‌ ୫୦୦ ଟଙ୍କାରେ ମିଳିଯାଇଥାଏ। କିନ୍ତୁ ସବୁଠାରୁ ବଡ କଥା ହେଉଛି ଏଠାରୁ ମୋବାଇଲ କିଣିବା ପୂର୍ବରୁ ଆପଣଙ୍କୁ ମୂଲଚାଲ କରିବା ଭଲ ଭାବେ ଆସୁଥିବା ଦରକାର। କାହିଁକି ନା ଏଠାରେ ପ୍ରତିଟି ଜିନିଷର ମୂଲ୍ୟକୁ ବଢାଇ ଚଢାଇ କୁହାଯାଇଥାଏ।

କେବଳ ମୋବାଇଲ ଫୋନ ନୁହେଁ ମୋବାଇଲ କଭର ମଧ୍ୟ ଏଠାରେ ଅତି ଶସ୍ତାରେ ମିଳିଥାଏ। ମୋବାଇଲ ପାଇଁ କଭର କିଣିବାକୁ ଏହି ସ୍ଥାନ ଆପଣଙ୍କ ପାଇଁ ଲାଭଦାୟକ ଅଟେ। ଏଠାରେ ମୋବଇଲ କଭର ସମେତ ଟେମ୍ପର ଗ୍ଲାସ ଆପଣ ମାତ୍ର ୧୦ ଟଙ୍କା କିମ୍ବା ୨୦ ଟଙ୍କା ଦେଇ କିଣିପାରିବେ। କେବଳ ଏତିକି ନୁହେଁ ଏହା ସହ କମ ମୂଲ୍ୟରେ ମଧ୍ୟ ନିଜର ମୋବାଇଲକୁ ଏଠାରେ ସଜାଡି ପାରିବେ।

ସମ୍ବନ୍ଧିତ ଖବର