ଆସୁଛି ନୂତନ ଉପକରଣ, ଯାହାଦ୍ୱାରା ମୂହୁର୍ତ୍ତକ ମଧ୍ୟରେ ମୋବାଇଲ ଚୋରକୁ ଧରିବ ପୁଲିସ!

ପ୍ରତିଦିନ ହଜାର ହଜାର ସଂଖ୍ୟକ ମୋବାଇଲ ଫୋନ ଚୋରି ହେଉଥିବାର ଅଭିଯୋଗ ଆସୁଛି । ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ ଚୋରିକୁ ରୋକିବା ଏବଂ ଚୋରକୁ ଧରିବା ଉଦ୍ଦେଶ୍ୟରେ ପୁଲିସ ସମାଧାନ ବାଟ ବାହାର କରିଛି । ବଜାରକୁ ଏକ ଏଭଳି ଉପକରଣ ଆସିବାକୁ ଯାଉଛି, ଯାହାଦ୍ୱାରା ଚୋରଙ୍କ ପାଇଁ ମୋବାଇଲ ଚୋରି କରିବା ରୋଜଗାରର ମାଧ୍ୟମ ନୁହେଁ ବରଂ ବିପଦର କାରଣ ପାଲଟିଯିବ। ଏଥି ସହିତ ଚୋରି ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କୁ ବି ପୁଲିସ୍‌ ମୁହୂର୍ତ୍ତକ ମଧ୍ୟରେ ଗିରଫ କରିପାରିବ।

ଟେଲିକମ୍ୟୁନିକେସନ୍‌ ଟେକ୍ନୋଲୋଜି ସେଣ୍ଟର ଏଭଳି ଏକ ମୋବାଇଲ ଉପକରଣ ତଥା Register-MER system ପ୍ରସ୍ତୁତ କରିଛି, ଯାହାଦ୍ୱାରା ଚୋରି ହୋଇଥିବା ମୋବାଇଲକୁ ଅତି ସହଜରେ ଟ୍ରାକ୍‌ କରାଯାଇପାରିବ ଏବଂ ଏହାର ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିବା ଦ୍ୱାରା ଏହା କେବଳ ଗୋଟିଏ ଖେଳନାରେ ପରିଣତ ହୋଇଯିବ।

photo by : Punjab news

ସି-ଡଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କୌଣସି ମୋବାଇଲ ଚୋରି କିମ୍ବା ଭାଙ୍ଗି ଯିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏମଇଆରକୁ ଚଳିତ ବର୍ଷ ଜୁଲାଇ ମାସରୁ ଲାଗୁ କରାଯିବ। ଯାହାକୁ ପ୍ରଥମେ ମହାରାଷ୍ଟ୍ରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଆଉ ଏହା ସଫଳ ହେବା ପରେ ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁ କରିଦିଆଯିବ। ମୋବାଇଲ ଚୋରି ଦିନକୁ ଦିନ ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ ଚୋରିକୁ ରୋକିବା ଏବଂ ଚୋରକୁ ଧରିବା ଉଦ୍ଦେଶ୍ୟରେ ପୁଲିସ୍‌ ଏହାର ଦାୟିତ୍ୱ ସି-ଡଟକୁ ଦେଇଛି। କାରଣ ଦେଶରେ ଗୋଟିଏ ହିଁ ଆଇଏମଇଆଇ ନମ୍ବରରେ ୧୮ ହଜାର ହ୍ୟାଣ୍ଡସେଟ ଚାଲୁଛି । ଏମଇଆର ବ୍ୟବସ୍ଥାରେ ବୈଷୟିକ ବ୍ୟବସ୍ଥା ମୋବାଇଲ ସଂଘ ତଥା ଜିଏସଏମଏତରଫରୁ ଜାରି ହୋଇଥିବା ଆଇଏମଇଆଇର ହିଁ ବ୍ୟବହାର କରାଯିବ।

ସର୍ବ ପ୍ରଥମେ ଆପଣ ଜାଣି ରଖିବା ଉଚିତ କି, ଜିଏସଏମଏ ହେଉଛି ଏକ ଏଭଳି ସଂସ୍ଥା, ଯେଉଁଠି ପ୍ରତିଟି ମୋବାଇଲ ପାଇଁ ଏକ ଆଇଏମଇଆଇ ନମ୍ବର ଜାରି କରାଯାଇଥାଏ। ଏହି ନମ୍ବର ବିନା କୌଣସି ବି ସିମ ମୋବାଇଲରେ କାମ କରିନଥାଏ। ସି-ଡଟ ଏହି ବ୍ୟବସ୍ଥା ପାଇଁ ସେବା ପ୍ରଦାନକାରୀଙ୍କୁ ବି ଦାୟୀ କରିପାରେ। ଯାହାଦ୍ୱାରା ଟେଲିକମ କଂପାନୀମାନେ ମୋବାଇଲ ପାଇଁ ଜାରି କରୁଥିବା ଆଇଏମଇଆଇ ସହିତ ଜିଏସଏମଏର ଡାଟା ସହ ସାମିଲ କରିବେ। ସେହିପରି ଯଦି ଏହି ଡାଟାରେ ତାଳମେଳ ନଆସେ, ତେବେ ମୋବାଇଲରେ ସିଗନାଲ ଆସିବ ନାହିଁ ଏବଂ ମୋବାଇଲଟି ଅଦରକାରୀ ହୋଇଯିବ। ବିନା ବଦଳାଇ ବ୍ୟବହାର କରାଯାଉଥିବା ଚୋରା ମୋବାଇଲକୁ ପୁଲିସ ଏହି ଏମଇଆର ବାବସ୍ଥା ଜରିଆରେ ହିଁ ମୁହୂର୍ତ୍ତକ ମଧ୍ୟରେ ଟ୍ରାକ କରିପାରିବେ। ଅନ୍ତଃରାଷ୍ଟ୍ରୀୟ ମୋବାଇଲ ଉପକରଣ ପରିଚୟ ନମ୍ବର ତଥା ଆଇଏମଇଆଇ ପ୍ରତି ହେଉଥିବା କୌଣସି ବି ଅପବ୍ୟବହାରକୁ ରୋକିବା ପାଇଁ ଭାରତୀୟ ଟେଲିଗ୍ରାଫ ଅଧିନିୟମର ଧାରା-୭ ଏବଂ ୨୬ରେ ସଂଶୋଧନ ମଧ୍ୟ ଏଥିପାଇଁ କରାଯାଇଛି ।

ସମ୍ବନ୍ଧିତ ଖବର