ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏହି କେତୋଟି ବାଣୀ ବଦଳାଇ ଦେବ ଆପଣଙ୍କ ଜୀବନର ଧାରା

ଜାତୀର ପିତା ମହାତ୍ମା ଗାନ୍ଧୀ ପୂରା ଭାରତବର୍ଷ ପାଇଁ ଏକ ଚମତ୍କାର ସଦୃଶ। ଲହୁଲୁହାଣ ଯାହା କରିପାରିଲା ନାହିଁ ଗାନ୍ଧୀଙ୍କ ଅହିଂସା ନୀତି ତାହା କରି ଦେଖାଇଲା। ସେ ଜଣେ ସାଧାରଣ ଲୋକ ପରି ଦିଶୁଥିଲେ ବି ତାଙ୍କର ଜ୍ଞାନ-କୌଶଳରେ ସେ ଥିଲେ ଦିଗ୍‌ବିଜୟୀ। ତେବେ ଚାଲନ୍ତୁ ଜାଣିବା ଏହି ମହାନ ବ୍ୟକ୍ତି କହି ଯାଇଥିବା କିଛି ଆଦର୍ଶ କଥା। ଯାହାକୁ ଅନୁସରଣ କଲେ ଆମ ଜୀବନ ସୁଖମୟ, ଶାନ୍ତିମୟ ଓ ସଫଳତାପୂର୍ଣ୍ଣ ହୋଇଯିବ।

: ପ୍ରଥମେ ସେ ତୁମକୁ ଅଣଦେଖା କରିବେ, ତା’ପରେ ସେ ତୁମ ଉପରେ ହସିବେ, ତା’ପରେ ସେ ତୁମ ସହ ଲଢ଼େଇ କରିବେ,ଶେଷରେ ତୁମର ବିଜୟ ଘଟିବ।

: ଯାହା ତୁମେ ଭାବୁଛ, ଯାହା କହୁଛ ଓ ଯାହା କରୁଛ ସେଥିରେ ସମଞ୍ଜସ୍ୟ ରହିବା ହିଁ ପ୍ରକୃତ ଆନନ୍ଦ।

: ମାନବିକତା ଉପରୁ କେବେ ବିଶ୍ୱାସ ନହଟିବା ଉଚିତ, ମାନବିକତା ଏକ ସାଗର ସଦୃଶ। ଯଦି ସାଗରେ କିଛି ବୁନ୍ଦା ଖରାପ ପାଣି ମିଶାଯାଏ, ପୂରା ସାଗର ଖରାପ ହୁଏ ନାହିଁ।

: କୌଣସି ମଶିଷକୁ ତାହାର କାର୍ଯ୍ୟ ଦ୍ୱାରା ନୁହେଁ ବରଂ ସେ ଲୋକର ଉଦ୍ଦେଶ୍ୟ ଜରିଆରେ ଚିହ୍ନିବା ଉଚିତ। ବେଳେ ବେଳେ ଭଲ ଉଦ୍ଦେଶ୍ୟ ରଖି ବି ମନ୍ଦ କାର୍ଯ୍ୟ କରାଯାଏ।

: ମଣିଷର ବିଶ୍ୱାସ ତା’ର ଭାବନା ବନିଯାଏ, ଭାବନା ବନେ ଶବ୍ଦ, ଶବ୍ଦ ହୁଏ କାର୍ଯ୍ୟ, କାର୍ଯ୍ୟ କ୍ରମେ ଅଭ୍ୟାସରେ ପରିଣତ ହୁଏ, ଅଭ୍ୟାସ ଧୀରେ ଧୀରେ ମୂଲ୍ୟ ପାଲଟିଯାଏ, ଏହି ମୂଲ୍ୟ ହିଁ ହେଉଛି ଭାଗ୍ୟ।

: ପ୍ରାର୍ଥନା ଭଗବାନଙ୍କ ପାଇଁ ନୁହେଁ ନିଜ ପାଇଁ କରାଯାଏ। ପ୍ରାର୍ଥନା କଲେ ନିଜ ମନ ଶାନ୍ତ ରହେ; ଶାନ୍ତ ମନକୁ ସଫଳ ହେବାରୁ କେହି ରୋକିପାରେନା।

: ଶାରିରୀକ ସଂପର୍କ ଅପେକ୍ଷା ଆତ୍ମିକ ସଂପର୍କ ବେଶୀ ଶକ୍ତିଶାଳୀ। ସମୟ ଗଡ଼ିଲେ ଶାରିରୀକ ସଂପର୍କ କ୍ଷୁର୍ଣ୍ଣ ହୁଏ, ଆତ୍ମିକ ସଂପର୍କ ଦୃଢ଼ ହୁଏ।

: କ୍ରୋଦ୍ଧ ଓ ଅସହିଷ୍ଣୁତା ଉତ୍ତମ ବୁଝାମଣାର ଶତ୍ରୁ ହୋଇଥାନ୍ତିି।

: ମଣିଷ ସେପରି ଭାବେ ଗଢ଼ି ହୁଅନ୍ତି ଯେପରି ସେ ହେବାକୁ ଚାହାନ୍ତି।

: ପ୍ରତ୍ୟେକ ରାତି ମୁଁ ଶୋଇବାକୁ ଗଲା ବେଳେ ମରିଯାଏ। ତା’ପର ଦିନ ଏକ ନୂଆ ଜନ୍ମଲାଭ କରେ।

ସମ୍ବନ୍ଧିତ ଖବର