ଏମିତି ସଂସାରରେ କ’ଣ ଅଛି ଯାହାକୁ ପବନ ଉଡ଼ାଇ ପାରେନା, ଜଳ ବୁଡ଼ାଇ ପାରେନା କି ନିଆଁ ଜଳାଇ ପାରେନା?

ଶୀର୍ଷକ ଦେଖି ଆପଣ ବୁଝି ସାରିବେଣି ନିଶ୍ଚୟ ଯେ ସଂସାର ଏପରି ଏକ ଦୁର୍ଲଭ ଜିନିଷ ଅଛି ଯାହାର କ୍ଷୟ ନାହିଁ। ତେବେ ତାହା କ’ଣ? ଭଗବାନ୍‌ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଏ ସଂପର୍କରେ ବୁଝାଇଛନ୍ତି।

ସଂସାରରେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ସବୁ ରହିଛି। କାହାର କ୍ଷଣ ପାଣିରେ ହୋଇଥାଏ ତ କାହାର କ୍ଷୟ ନିଆରେ ହୋଇଥାଏ। ପୁଣି କାହାକୁ ପବନ ନଷ୍ଟ କରିଥାଏ। ଏପରିକି ବହୁତ ବର୍ଷ ରହିବା ପରେ ଅନେକ ଜିନିଷ ଆପେ ଆପେ ନଷ୍ଟ ହୋଇ ଯାଆନ୍ତି।

ମାତ୍ର ସବୁ ଏକା ପରି ନୁହେଁ। ଏମିତି କିଛି ଅଛି ଯାହାର କ୍ଷୟ ନାହିଁ କି ହ୍ରାସ ନାହିଁ। ତାହାର ପତନ ନାହିଁ।

ତାହା ହେଉଛି ‘ଆତ୍ମା’। ମଣିଷ ଶରୀର ପତନ ଅଛି ମାତ୍ର ଆତ୍ମାର ନାହିଁ। ଶରୀର ପାଣିରେ ବୁଡ଼ିପାରେ, ନିଆଁରେ ଜଳିପାରେ। ମାତ୍ର ଆତ୍ମା କେବେ ବୁଡ଼େନା କି ଜଳେନା। ତାହା ସର୍ବର୍ଦା ଅକ୍ଷୁର୍ଣ୍ଣ ରହେ।

ଏହା ସତ ଯେ ଆତ୍ମାର ପୁନର୍ଜନ୍ମ ଅଛି। ମାତ୍ର ମୃତ୍ୟୁ ନାହିଁ। ଏହା ଗୋଟାଏ ଶରୀର ଛାଡ଼ି ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ। ମାତ୍ର ଏହାର ନାଶ କେବେ ହେଲେ ହୂଏ ନାହିଁ।

ସମ୍ବନ୍ଧିତ ଖବର