ପ୍ରଥମେ ବ୍ଲୁ ହ୍ଵୁଲ୍ ଏହାପରେ କିକି ଚ୍ୟାଲେଞ୍ଜ ଆତଙ୍କ ସୃଷ୍ଟି କରିବା ପରେ ଏବେ ଭାରତରେ ଦିନକୁ ଦିନ ବଢିଚାଲିଛି ମୋମୋ ଚ୍ୟାଲେଞ୍ଜର ଆତଙ୍କ। ଭାରତରେ ଧିରେ ଧିରେ କାୟାବିସ୍ତାର କରୁଛି ଏହି ମୃତ୍ୟୁର ଖେଳ। ପ୍ରତିଦିନ ଗେମ୍ ସମ୍ବନ୍ଧୀୟ କିଛିନା କିଛି ମାମଲା ସାମ୍ନାକୁ ଆସୁଛି। ପଶ୍ଚିମ ବଙ୍ଗଳାରେ ମୋମୋ ଚ୍ୟାଲେଞ୍ଜ ନିଜର ପ୍ରଭାବ ବିସ୍ତାର କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ଯୁବବର୍ଗମାନଙ୍କୁ ଏହି ଗେମ୍ ଟାର୍ଗେଟ କରୁଥିବା ଜଣାପଡିଛି। ଏହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନଜରରେ ରଖି ସିଆଇଡି ସତର୍କ ହେବା ସହ ସଚେତନତା ଅଭିଯାନ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଅଲିପୁରଦ୍ୱାରର ଜଣେ ଛୋଟ ପିଲାର ମୋବାଇଲରେ ମୋମୋ ଚ୍ୟାଲେଞ୍ଜ ଲିଙ୍କ୍ ଆସିଥିଲା। ଏହି ପିଲାଟିର ନାଁ ହେଉଛି ନେହାଲ ହୁସେନ୍। ନେହାଲଙ୍କ କହିବା ଅନୁଯାୟୀ, ତାଙ୍କ ନମ୍ବରକୁ ମୋମୋ ଚ୍ୟାଲେଞ୍ଜର ଏକ ଭୟାନକ ଡିପି ଥିବା ଏକ ଅଜ୍ଞାତ ନମ୍ବରରୁ ମେସେଜ ଆସିଥିଲା ଏବଂ ଏଥିରେ ଗେମ୍ ଖେଳିବା ପାଇଁ ଚ୍ୟାଲେଞ୍ଜ ଦିଆଯାଇଥିଲା। ଏହା ପରେ ନେହାଲ ଉକ୍ତ ନମ୍ବରଟିକୁ ବ୍ଲକ କରିଦେଇଥିଲେ। ତେବେ ମେସେଜରେ ଲେଖାଥିଲା ଯେ, ହାଏ ଆଇ ଏମ୍ ମୋମୋ ! ଉଇଲ ୟୁ ପ୍ଲେ ଏ ଗେମ୍ ?
ଏହିପରି ଅନେକ ମାମଲା ଧିରେ ଧିରେ ସାମ୍ନାକୁ ଆସୁଥିବା ବେଳେ ମୋମୋ ଚ୍ୟାଲେଞ୍ଜ ଭାରତରେ ନିଜର କାୟା ବିସ୍ତାର କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି। ତେବେ ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି। ମୋମୋ ଚ୍ୟାଲେଞ୍ଜ ବିଶେଷ କରି ଯୁବ ବର୍ଗର ପିଲାମାନଙ୍କୁ ନିଜ କବଳରେ ନେଉଥିବା ଜଣାପଡିଛି। ତେଣୁ କୌଣସି ଅଜ୍ଞାତ ନମ୍ବରରୁ ମେସେଜ ଆସିଲେ ଏହାକୁ ଅଣଦେଖା କରିବା ସହ ଉକ୍ତ ନମ୍ବରକୁ ବ୍ଲକ କରିଦିଅନ୍ତୁ।