ଏହି ମୋମୋ ଚ୍ୟାଲେଞ୍ଜ କ’ଣ ଓ ଲୋକଙ୍କ ଉପରେ ଏହା କିପରି ପ୍ରଭାବ ପକାଉଛି ଆସନ୍ତୁ ଜାଣିବା

ମୋମୋ ଚ୍ୟାଲେଞ୍ଜ ଭୟ ଏବେ ଅଭିଭାବକଙ୍କୁ ଘାରିଛି, କାରଣ ଯୁବପିଢୀମାନେ ଏହି ଖେଳର ଅଧିକ ଶିକାର ହେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ମୋମା ଚ୍ୟାଲେଞ୍ଜ କ’ଣ ?

ପ୍ରଥମେ ହ୍ଵାଟସ୍‌ଆପ୍‌ ମେସେଞ୍ଜର ଜରିଆରେ ଏହି ଗେମର ଲିଙ୍କ୍‌ ପାଇଲା ପରେ ବ୍ୟବହାରକାରୀ ଏହା ପ୍ରତି ଆକୃଷ୍ଟ ହୋଇ ପଡୁଛନ୍ତି ଓ ଏହି ଖେଳ ଖେଳିବାରେ ମଜି ଯାଉଛନ୍ତି। ଏହାପରେ ଖେଳାଳିଙ୍କ ପାଖକୁ ବିଭିନ୍ନ ନିର୍ଦ୍ଦେଶ ଆସିଥାଏ ଓ ସେହି ନିର୍ଦ୍ଦେଶ ଅନୁସାରେ ବ୍ୟବହାରକାରୀ ଜଣଙ୍କୁ ଖେଳିବାକୁ କରିବାକୁ ପଡ଼ିଥାଏ। ମୋମୋର ଏକ ଆକାଉଂଟ ଖୋଲିବାକୁ ପଡ଼ିଥାଏ ।

ଏଥିରେ ନିଜକୁ କିମ୍ବା ନିଜ ପରିବାରକୁ କ୍ଷତି ପହଞ୍ଚଇବାକୁ ଚ୍ୟାଲେଞ୍ଜ ମିଳିଥାଏ। ଏହାସହ ଅନ୍ୟର ଫୋନ୍‌ ହାକ୍‌ କରିବା ଭଳି ନିର୍ଦ୍ଦେଶ ମଧ୍ୟ ଥାଏ । ବ୍ୟବହାରକାରୀ ପାଖକୁ ବିପଦଜନକ ଓ ଭୟାନକ ଚିତ୍ର ସବୁ ଆସିଥାଏ। ଏହାସବୁ ବିଭିନ୍ନ ବିପଦପୂର୍ଣ୍ଣ ଟାସ୍କ କରିବାକୁ ଖେଳାଳି ଜଣକୁ କୁହାଯାଇଥାଏ । ଏହି ସବୁ ନିର୍ଦ୍ଦେଶ ପାଳନ ନକଲେ ଖେଲାଳିଙ୍କ ପରିଣତି ଭୟାବହ ହେବ ବୋଲି ମଧ୍ୟ ମୋମୋ ଚ୍ୟାଲେଞ୍ଜ ଖେଳର ଆଡମିନ୍‌ ଧମକ ଦେଇଥାଏ ।

ଜୁଲାଇରେ ମୋମୋ ଚ୍ୟାଲେଞ୍ଜ ସାମ୍ନାକୁ ଆସିବା ପରେ ଏହା ସାରା ବିଶ୍ୱର ବିଭିନ୍ନଦେଶକୁ ବ୍ୟାପି ଯାଇଛି। ୟୁରୋପ ସହ ଆର୍ଜେଂଟିନା,କାନାଡ଼ା, ବ୍ରାଜିଲ୍‌ ,ଆମେରିକା ଓ ସ୍ପେନ୍‌ ପରି ଦେଶରୁ ମୋମୋ ଚ୍ୟାଲେଞ୍ଜର ଭୟାନକ ପରିଣତି ବିଷୟରେ ତଥ୍ୟ ସାମ୍ନାକୁ ଆସିଛି । ସେପଟେ ମୋମୋ ଚ୍ୟାଲେଞ୍ଜ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏନେଇ ସତର୍କତା ଜାରି କରି ସାରିଛନ୍ତି ।

କେମିତି ପାଇବେ ରକ୍ଷା ?

ଆପଣଙ୍କ ପିଲା ଯଦି ମୋବାଇପ୍ରେମୀ ତାହାହେଲେ ଆପଣଙ୍କୁ ହିଁ ନିଜ ପିଲା ଉପରେ ନଜର ରଖିବାକୁ ପଡିବ। କାରଣ ଛୋଟପିଲା ହୁଅନ୍ତୁ କି ଯୁବକ ସମସ୍ତେ ବର୍ତ୍ତମାନ ମୋବାଇଲ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି । ତେଣୁ ସେମାନଙ୍କୁ ଖୁବ୍‌ ଶୀଘ୍ର ମୋମୋ କବଳିତ କରିପାରେ ବୋଲି ଜଣାପଡିଛି । ସେଥିପାଇଁ ଆପଣ ନିଜ ପିଲାମାନଙ୍କର ଗତିବିଧି ଏବଂ ଦୈନନ୍ଦିନ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ ।

ଯଦି ଆପଣଙ୍କୁ ଅନୁଭବ ହେଉଛି ଯେ, ଆପଣଙ୍କ ପିଲା ଏହି ଗେମ୍‌ ଖେଳୁଛି ଏବଂ ତା’ ବ୍ୟବହାରରେ କିଛି ପରିବର୍ତ୍ତନ ହେଉଛି ତେବେ ଚେଷ୍ଟା କରନ୍ତୁ ତା ସହିତ କଥା ବାର୍ତ୍ତା ହୋଇ ସେ ଗେମ୍‌ ଦୁନିଆରୁ ବାହାର କରିବା ଆଣିବା ପାଇଁ । ଏହାସହ ପିଲାମାନଙ୍କ ହ୍ଵାଟଟ୍‌ସଆପ୍‌ ଏବଂ ମୋବାଇଲ ଗ୍ୟାଜେଟ୍‌ସକୁ ତନତନ କରି ଯାଞ୍ଚ କରନ୍ତୁ ।

ଯଦି କିଛି ଅଜଣା ନମ୍ବର ଅଛି କିମ୍ବା ସେଥିରୁ ବାରମ୍ବାର ମେସେଜ୍‌ ଆସୁଛି ତାକୁ ଡିଲିଟ୍‌ କରିଦଅନ୍ତୁ । ଏହାସହ କୌଣସି ହ୍ଵାଟଟ୍‌ସଆପ୍‌ ଗ୍ରୁପରେ ଆଡ ହୁଅନ୍ତୁ ନାହିଁ ଯେଉଁଥିର ଆଡମିନ୍‌ ଆପଣଙ୍କ ପାଇଁ ଅଜଣା ହୋଇଥିବ । ହ୍ଵାଟଟ୍‌ସଆପ୍‌ ଗ୍ରୁପରେ ପ୍ରାଇଭେସି ସେଟିଙ୍ଗକୁ ସର୍ବଦ ଅନ୍‌ ରଖନ୍ତୁ । ଯାହାକି ଆପଣଙ୍କ ମୋବାଇଲରେ ଥିବା ଅଜଣା ନମ୍ବର ଲୋକଙ୍କୁ ହ୍ଵାଟଟ୍‌ସଆପରେ ଦେଖା ଯିବ ନାହିଁ ।

ସମ୍ବନ୍ଧିତ ଖବର