ବିଶ୍ୱର ସର୍ବାଧିକ ଧନୀ ରାଷ୍ଟ୍ର ମଧ୍ୟରୁ ମୋନାକୋ ଅନ୍ୟତମ। ଫ୍ରାନ୍ସର ଦକ୍ଷିଣ ଉପକୂଳରେ ଅବସ୍ଥିତ ଏହି ରାଷ୍ଟ୍ର ଏକାଧିକ କାରଣ ପାଇଁ ସାରା ବିଶ୍ୱରେ ସବୁବେଳେ ଚର୍ଚ୍ଚାରେ ଥାଏ। ମୋନାକୋର ପ୍ରମୁଖ ବିଶେଷତ୍ବ ହେଉଛି, ଭାଟିକାନ୍ ସିଟି ପରେ ଏହା ବିଶ୍ୱର ଦ୍ୱିତୀୟ କ୍ଷୁଦ୍ରତମ ରାଷ୍ଟ୍ର ଏବ˚ ଏହାର ଏକ ତୃତୀୟା˚ଶ ବ୍ୟକ୍ତି କୋଟିପତି। ଏହା ହେଉଛି ବିଶ୍ୱର ସବୁଠାରୁ କମ୍ ଜାଗାରେ ସବୁଠାରୁ ଅଧିକ ଲୋକ ବାସ କରୁଥିବା ରାଷ୍ଟ୍ର।
/sambad/media/post_attachments/wp-content/uploads/2020/02/monaco-a-300x190.jpg)
ମୋନାକୋର ଆୟତନ ମାତ୍ର ୨.୦୨ ବର୍ଗକିଲୋମିଟର୍ ଏବ˚ ଜନସ˚ଖ୍ୟା ଚାଳିଶ ହଜାର ମଧ୍ୟରେ। ପର୍ଯ୍ୟଟନ ଶିଳ୍ପ ଓ ଜୁଆ ଖେଳ ଏ ରାଷ୍ଟ୍ର ପାଇଁ ଆୟର ମୁଖ୍ୟ ମାଧ୍ୟମ। ଏଠାକାର ବାସିନ୍ଦାମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼େ ନାହିଁ କିଂବା ଟ୍ୟାକ୍ସର ପରିମାଣ ଖୁବ୍ କମ୍। ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ଏହା ଏକ ସୁରକ୍ଷିତ ରାଷ୍ଟ୍ର। ଏଥିପାଇଁ ଏଠାରେ ଜାଗା କିଣି ରହିବା ଲାଗି ବିଶ୍ୱର ଧନୀ ବ୍ୟକ୍ତି ଓ ସେଲିବ୍ରିଟିମାନେ ଭିଡ଼ ଜମାନ୍ତି। ଜାଗାର ମୂଲ୍ୟ ମଧ୍ୟ ଅତି ମହଙ୍ଗା। ୨୦୧୨ରେ ଏକ ବର୍ଗମିଟର୍ ଜାଗାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ବୟାଳିଶ ଲକ୍ଷ ଟଙ୍କା ଥିଲା। ଏବେ ସ୍ଥଳ ଭାଗରେ ଜାଗା ନାହିଁ। ଏଥିପାଇଁ ମୋନାକୋର ରାଜା ପ୍ରିନ୍ସ ଆଲବର୍ଟ୍ ସମୁଦ୍ର ଭିତରେ ଗୃହ ନିର୍ମାଣ ପାଇଁ ଯୋଜନା କରୁଥିବା ଜଣାଯାଏ।