ବ୍ରଜରାଜନଗର : ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିରରେ ଆଜି ଏକ ନୂଆ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ଅନେକ ମାଙ୍କଡ଼ ଓ କିଛି କୁକୁର ଅଛନ୍ତି। ସବୁ ସମୟରେ ମାଙ୍କଡ଼ମାନଙ୍କୁ କୁକୁରମାନେ ଘଉଡ଼ାଇ ଥାଆନ୍ତି। କିନ୍ତୁ ଏବେ କରୋନା ପାଇଁ ମନ୍ଦିରକୁ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ କରାଯାଇଛି। ଫଳରେ ସେଠାରେ ଥିବା ମାଙ୍କଡ଼ଙ୍କୁ ଖାଦ୍ୟ ମିଳୁ ନହିଁ। ସେହିପରି ଉଠା ଜଳଖିଆ ଦୋକାନ ବନ୍ଦ କରାଯିବା ଫଳରେ କୁକୁରଙ୍କୁ ମଧ୍ୟ ଖାଇବାକୁ ମିଳୁନାହିଁ। ଆଜି କିଛି ସ୍ୱେଚ୍ଛାସେବୀ ମନ୍ଦିର ନିକଟରେ ଥିବା ଭିକାରିମାନଙ୍କ ପାଇଁ ରନ୍ଧା ଖାଦ୍ୟ ବାଣ୍ଟିଥିଲେ। ସେଠାରେ ଉପସ୍ଥିତ ଥିବା ମାଙ୍କଡ଼ ଓ କୁକୁରମାନେ ଭୋକିଲା ଥିବାରୁ କିଛି ଖାଦ୍ୟ ସେମାଙ୍କୁ ମଧ୍ୟ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଭୋକିଲା ମାଙ୍କଡ଼ ଓ କୁକୁରମାନେ ପୂର୍ବ ଶତ୍ରୁତାକୁ ଭୁଲି ଗୋଟିଏ ଜାଗାରେ ଖାଉଥିବା ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଭାଇରାଲ୍ ହେବା ପରେ ଲୋକଙ୍କଠାରୁ ବିଭିନ୍ନ ମତ ମିଳିଛି। କେହି କେହି କହୁଛନ୍ତି, କରୋନା ଏହି ଦୁଇ ଶତ୍ରୁଙ୍କୁ ମିଳାଇବାରେ ସହଯୋଗ କରିଛି। ସେହିପରି କେହି କେହି ଲେଖିଛନ୍ତି ପରିବର୍ତ୍ତିତ ପରିସ୍ଥିତିରେ ଏହି ଚିତ୍ର ମିଳୁଥିବା ଖାଦ୍ୟକୁ ସମସ୍ତେ ବାଣ୍ଟି ଖାଇବାର ବାର୍ତ୍ତା ଦେଉଛି।
ବ୍ରଜରାଜନଗର : ଏକାଠି ଖାଇଲେ ମାଙ୍କଡ଼-କୁକୁର
/sambad/media/post_attachments/wp-content/uploads/2020/03/brajarajnagar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)