ମାନବ ସମାଜକୁ ବଡ଼ ବାର୍ତ୍ତା ଦେଲା ମାଙ୍କଡ଼, ଭାଇରାଲ ଭିଡିଓରେ ଦେଖନ୍ତୁ ପାଣି ପିଇ ସାରି ମାଙ୍କଡ଼ କ’ଣ କରୁଛି?

ନୂଆଦିଲ୍ଲୀ : ମାଙ୍କଡ଼ ମାନେ ଖୁବ୍‌ ଚାଲାକ ବୋଲି ଲୋକେ କୁହନ୍ତି । ଯାହାର ଅନେକ ଉଦାହରଣ ଆମକୁ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରୁ ମାଙ୍କଡ଼ କେତେ ବୁଦ୍ଧିମାନ ତାହା ସ୍ପଷ୍ଟ ହୋଇଛି । ଭିଡିଓଟି ମାନବ ସମାଜକୁ ଅନେକ କିଛି ଶିଖାଇଛି । ଜଣେ ଟୁଇଟ୍‌ର ବ୍ୟବହାରକାରୀ ଭିଡିଓକୁ ଟୁଇଟ୍‌ କରିବା ସହ, ମାନବ ସମାଜ ପାଇଁ କେତେ ଭଲ ମେସେଜ ବୋଲି ଲେଖିଛନ୍ତି ।

୧୧ସେକେଣ୍ଡର ଭିଡିଓରେ, ମାଙ୍କଡ଼ଟି ଶୋଷିଲା ହୋଇ ଆସି ରାସ୍ତା କଡ଼ରେ ଲାଗିଥିବା ଟ୍ୟାପ୍‌ ଖୋଲି ପାଣି ପିଉଛି । ପାଣି ପିଇ ସାରିବା ପରେ ସେ ଟ୍ୟାପ୍‌କୁ ଖୋଲା ନ ଛାଡ଼ି ଏହାକୁ ଭଲ ଭାବରେ ବନ୍ଦ କରୁଥିବା ଦେଖାଯାଇଛି । ମାଙ୍କଡ଼ର ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଦେଶରେ ଏବେ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ମାଙ୍କଡ଼ର ଏଭଳି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର