ଫାଶୀ ପାଇଥିବା ୫ ଅପରାଧୀଙ୍କ ଚର୍ଚ୍ଚିତ ଶେଷଇଚ୍ଛା, ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ବି ଅଛନ୍ତି

ବିଶ୍ୱରେ ଅଧିକାଂଶ ସମୟରେ ଏହି ନିୟମ ରହିଛି ଯେ ଫାଶୀ ଦଣ୍ଡ ପୂର୍ବରୁ ବ୍ୟକ୍ତିକୁ ତା’ର ଶେଷ ଇଚ୍ଛା ପଚରା ଯାଇଥାଏ। ସାଧାରଣତଃ ଜେଲ୍‌ କର୍ତ୍ତୃପକ୍ଷ ଦୋଷୀମାନଙ୍କ ଶେଷ ଇଚ୍ଛା ବାବଦରେ ପ୍ରିୟ ଖାଦ୍ୟ ଖୁଆଇବାର ଅନେକ ଉଦାହରଣ ରହିଛି। ମାତ୍ର ଆମେ ଆଜି ଏମିତି କିଛି ଶେଷ ଇଚ୍ଛା ସଂପର୍କରେ ଆଲୋଚନା କରିବୁ ଯାହା ଆପଣଙ୍କୁ ଚକିତ କରିଦେବ।

ଭିକ୍ଟର ଫେଗୁୟର୍‌: ଏହି ବ୍ୟକ୍ତି ଜଣକ ଶେଷ ଇଚ୍ଛା ବାବଦରେ ଖାଦ୍ୟ ସହ ଅଲିଭ୍‌ ଫଳ ଖାଇବା ସହ ତାଙ୍କୁ ମାଟି ତଳେ ପୋତିବାକୁ ଅନୁରୋଧ କରିଥିଲେ। ସେ ବିଶ୍ୱାସ କରିଥିଲେ କି ତାଙ୍କ ପେଟର ଅଲିଭ୍‌ ମଞ୍ଜି ଦିନେ ଏକ ଗଛ ହୋଇ ଠିଆ ହେବ। ତାଙ୍କୁ ଅପହରଣ ଓ ହତ୍ୟା ଦୋଷରେ ୧୯୬୩ ମସିହାରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଲାଓରେନ୍ସ ରୁସେଲ ବି୍ରେଓ୍ଵର୍‌: ସେ ତାଙ୍କ ଶେଷ ଇଚ୍ଛାରେ ୧୦ ପ୍ରକାରର ଡେଲିସିୟସ୍‌ ଖାଦ୍ୟ ବରାଦ କରିଥିିଲେ। ମାତ୍ର ଖାଦ୍ୟ ଆସି ସାମ୍ନାରେ ପହଞ୍ଚିବା ପରେ ସେ କିଛି ବି ଖାଇନଥିଲେ।

ଉଇଲିୟମ୍‌ ବୋନିନ୍‌: ଉଇଲିୟମ୍‌ ବୋନିମ୍‌ ମଧୁମେହରେ ମରିବାକୁ ଚାହୁଁଥିଲେ। ସେଥିପାଇଁ ସେ କୋକାକୋଲା, ପେ୍‌ସି ଆଉ ଚେକୋଲେଟ୍‌ ଖାଇବାକୁ ବରାଦ କରିଥିଲେ। ଫଳରେ ରକ୍ତରେ ଶର୍କରା ଯେପରି ଶୀଘ୍ର ବଢ଼ିଯିବ। ସେ ଜଣେ ସିରିୟଲ୍‌ କିଲର୍‌ ଥିଲେ।

ଓଡେଲ୍‌ ବାର୍ଣ୍ଣେସ୍‌: ସେ ଶେଷ ଭୋଜନ ତ୍ୟାଗ କରି ବିଶ୍ୱରେ ଶାନ୍ତି, ନ୍ୟାୟ ଏବଂ ସମାନତା ଭିକ୍ଷା କରିଥଲେ। । ତାଙ୍କର ଏହି ଇଚ୍ଛା ଏଯାବତ୍‌ ପୂରଣ ହୋଇନାହଁ।

ଧନଞ୍ଜୟ ଚାଟାର୍ଜୀ: ଇଏ ହେଉଛନ୍ତି ଜଣେ ଭାରତୀୟ। ଇଏ ତାଙ୍କ ଶେଷ ଇଚ୍ଛାରେ ଜେଲ୍‌ ଡାକ୍ତର ବାସୁଦେବ ମୁର୍ଖର୍ଜୀଙ୍କ ପାଦ ଛୁଇଁବାକୁ ଚାହିଥିଲେ।

ସମ୍ବନ୍ଧିତ ଖବର