ଅଜବ ଏ ପ୍ରେମ କାହାଣୀ:  ଘରୁ ଫେରାର, ପରେ ଜେଲ, ତା’ପରେ ବିବାହ

ଜୟପୁର: ଦୁନିଆରେ ବିଭିନ୍ନ ପ୍ରକାରର ପ୍ରେମକାହାଣୀମାନ ସାମ୍ନକୁ ଆସିଥାଏ। କେହି କେହି ନିଜ ପ୍ରେମ ପାଇଁ ଜୀବନ ଦେଇ ଦେଇଥାଆନ୍ତି ତ ଆଉ କେହି ଘର ପରିବାର ଛାଡ଼ି ନିଜ ପ୍ରେମିକ/ପ୍ରେମିକା ସହ ଫେରାର ହୋଇଯାଇଥାଆନ୍ତି। ନିକଟରେ ଏଭଳି ଏକ ପ୍ରେମ କାହାଣୀର ପରିସମାପ୍ତି ଅର୍ଥାତ୍‌ ହାପି ଏଣ୍ଡିଂ ଘଟିଛି। ଦମ୍ପତିରେ ପରିଣତ ହୋଇଥିବା ଏହି  ପ୍ରେମିକପ୍ରେମିକାଙ୍କ ନାମ ହେଉଛି ଅନୁ ବାଘେଲ ଓ ସଚିନ କୁମାର। ଆସନ୍ତୁ ଜାଣିବା ଏ ମାନଙ୍କ ସଂଘର୍ଷମୟ ପ୍ରେମକାହାଣୀ ସମ୍ପର୍କରେ…।

ରାଜସ୍ତାନ ଢ଼ୋଲପୁରରେ ରହୁଥିବା ଅନୁ ବାଘେଲଙ୍କର  ଭରତପୁରରେ ରହୁଥିବା ସଚିନ୍‌ କୁମାରଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ସଚିନ ନୀଚ୍ଚ ଜାତିର ହୋଇଥିବାରୁ ଏହି ଦୁହିଁଙ୍କ ସମ୍ପର୍କକୁ ନେଇ ପରିବାର ଲୋକ ଅସନ୍ତୁଷ୍ଟ ଥିଲେ। ଦୁହେଁ ଦୁହିଁଙ୍କଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ବୋଲି ବି ସୂଚାଇ ଦେଇଥିଲେ। ହେଲେ ପ୍ରେମ ଅନ୍ଧ ବୋଲି ତ ଆମେ ଶୁଣିଛୁ। ଅନୁ ସଚିନ୍‌ଙ୍କ ବିନା ରହିପାରିବେ ନାହିଁ ବୋଲି ବି ପରିବାରବର୍ଗଙ୍କୁ ଜଣାଇଥିଲେ, କିନ୍ତୁ ଅନୁଙ୍କ କୌଣସି କଥା ସେମାନଙ୍କୁ କିଛି ଫରକ ପକାଇ ନ ଥିଲା। ଶେଷରେ ଅନୁ ବାଧ୍ୟ ହୋଇ ୨୦୧୫ ମସିହା  ଫେବ୍ରୁଆରି ୧୫ ତାରିଖରେ  ସଚିନଙ୍କ ସହିତ ଘରୁ ଲୁଚି ପଳାଇଥିଲେ। ଏହାପରେ ଅନୁଙ୍କ ପରିବାର ଲୋକ ଝିଅକୁ ବହୁ ଖୋଜାଖୋଜି କରିଥିଲେ। ଅନୁଙ୍କୁ ନ ପାଇବାରୁ ତାଙ୍କ ପିତା-ମାତା ସଚିନ୍‌ଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ଢ଼ୋଲପୁର କୋଲରି ପୁଲିସରେ ରୁଜୁ କରିଥିଲେ।

୨୦୧୫ ମଇରେ ପୁଲିସ ସଚିନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ଅନୁଙ୍କୁ ସରକାରୀ ତଦାରଖରେ ରଖଥିଲେ। ସେତେବେଳେ ଅନୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯିଏକି ଏବେ ଦୁଇବର୍ଷରେ ପଦାର୍ପଣ କରିଛି। ୧୮ମାସ ଜେଲରେ ରହିବା ପରେ ସଚିନ୍‌ ୨୦୧୬ ଜାମିନ ନେଇ ଆସିଥିଲେ। ଜୁଲାଇରେ ସେ ଜେଲରୁ ସମ୍ପୁର୍ଣ୍ଣ ଭାବେ ମୁକୁଳି ଆସିଲେ ଏବଂ ମାମଲାର ସମାଧାନ ପାଇଁ କହିଥିଲେ।

ଅନୁଙ୍କୁ ଏହି ଅକ୍ଟୋର ୧୮ରେ ୧୮ବର୍ଷରେ ହୋଇଯାଇଥିଲା ଓ ତାଙ୍କୁ ଢ଼ୋଲପୁର ବାଲ କାଲ୍ୟାଣ ସିମିତି ପାଖକୁ ନିଆ ଯାଇଥିଲା। ସେମାନେ ଅନୁଙ୍କୁ କ’ଣ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ, ଅନୁ ତାଙ୍କ ବିବାହ ସଚିନଙ୍କ ସହ କରି ଦିଆଯାଉ ବୋଲି କହିଥିଲେ ।

ଢ଼ୋଲପୁର ବାଲ କାଲ୍ୟାଣ ସିମିତ ଅଧ୍ୟକ୍ଷ ବିଜେନ୍ଦ୍ର ପରମାର କହିଲେ, ଆମେ ସଚିନ ଓ ଅନୁଙ୍କ ପରିବାରବର୍ଗଙ୍କୁ ଡକାଇ ପୁଅ ଓ ବୋହୂ ଓ ଶିଶୁକୁ ସ୍ୱୀକାର କରିବା ପାଇଁ କହିଥିଲୁ। ହେଲେ ଅନୁ ନୀଚ୍ଚ ଜାତିର ପୁଅ ସହିତ ବିବାହ କରୁଛି ବୋଲି ସେମାନେ ନିଜ ସମ୍ମାନକୁ ଜଗି  ଉପସ୍ଥିତ ରହିପାରିବେ ନାହିଁ ବୋଲି ମନା କରିଦେଇଥିଲେ।

ବୁଧବାର ଆଇନ ଅନୁଯାୟୀ ଅନୁ ଓ ସଚିନ ସ୍ୱାମୀ-ସ୍ତ୍ରୀ ଭାବେ ବଞ୍ଚିବାର ସୁବିଧା ପାଇଲେ। ଆଜି ଅନୁ ଓ ସଚିନ୍‌ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ସମାରୋହରେ  ବାଲ କାଲ୍ୟାଣ ସିମିତ ସଦସ୍ୟ, ଅନୁ ଓ ସଚିନ୍‌ଙ୍କ ୨ବର୍ଷର ଝିଅ ବି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର