ନିଜ ଅଣ୍ଡାକୁ ବଞ୍ଚାଇ ପାଇଁ ଟ୍ରାକ୍ଟରକୁ ଅଟକାଇ ଦେଲା ପକ୍ଷୀ, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଚୀନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ଏକ ଚଢ଼େଇ ଦେଖିବାକୁ ମିଳୁଛି। ଯିଏକି ନିଜ ଅଣ୍ଡାକୁ ବଞ୍ଚାଇବାକୁ ଟ୍ରାକ୍ଟର ସାମ୍ନାକୁ ଚାଲି ଆସିଥିଲା। ନିଜ ଛୁଆକୁ ବଞ୍ଚାଇବାକୁ ଯାଇ ଏହି ଛୋଟ ପକ୍ଷୀ ନିଜ ଜୀବନକୁ ବାଜି ଲଗାଇ ଦେଇଛି। ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକାଶିତ ଖବର ମୁତାବକ, ଏହି ଭିଡିଓ ଚୀନର ଉଲାକବ ସହରର ବୋଲି ଜଣାପଡ଼ିଛି। ଏଠାରେ ଗୋଟିଏ ପକ୍ଷୀ ଯେମିତି ହିଁ ଟ୍ରାକ୍ଟରକୁ ନିଜ ଅଣ୍ଡା ଆଡକୁ ଆସୁଥିବା ଦେଖିଥିଲା, ନିଜ ପଙ୍ଖ ମେଲାଇ ଗାଡ଼ି ସାମ୍ନାରେ ଛିଡା ହୋଇଯାଇଥିଲା। ଏବଂ ନିଜ ଅଣ୍ଡାକୁ ବଞ୍ଚାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲା। ପକ୍ଷୀଟିକୁ ଏମିତି କରୁଥିବା ଦେଖି ଚାଳକ ଟ୍ରାକ୍ଟର ଅଟକାଇ ଦେଇଥିଲେ ଓ ସାମ୍ନାରେ ପାଣି ବି ରଖି ଦେଇଥିଲେ। ଫଳରେ ପକ୍ଷୀଟି ଏହି ପାଣି ପିଇକି ନିଜ ତୃଷ୍ଣା ମେଣ୍ଟାଇ ପାରିବ ।

 

ଭାଇରାଲ୍‌ ହେଉଥିବା ଏହି ଭିଡିଓ ଟୁଇଟରରେ ଏଯାବତ ୩୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ହଜାର ଲୋକ ଏହାକୁ ସେୟାର ବି କରି ସାରିଲେଣି।

ସମ୍ବନ୍ଧିତ ଖବର