ଏମିତି ଏକ ମା’ ଯିଏକି ୬ ମାସର ଶିଶୁକୁ ପ୍ରତିଦିନ ପିଆଉଥିଲେ ମଦ!

ଏମିତି ଏକ ମା’ ଯିଏକି ନିଜ ଔରସରୁ ଜନ୍ମିତ ୬ ମାସର ଶିଶୁକୁ ପ୍ରତିଦିନ ପିଆଉଥିଲେ ମଦ। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ କଥାଟି ସତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଏ ଖବର ପ୍ରକାଶିତ ହେବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ସ୍ୱାମୀ ସହ ସିକାଗୋରେ ରହୁଥିବା ଏହି ମହିଳା ଜଣକ ଅଜାଣତରେ ନିଜ ଶିଶୁକୁ ଦୁଗ୍ଧ ସ୍ଥାନରେ ପ୍ରତିଦିନ ମଦ ପିଆଉଥିଲେ। ତଥ୍ୟ ଅନୁସାରେ ମହିଳାଙ୍କ ସ୍ୱାମୀ ଶିଶୁର ବୋତଲରେ ମଦ ପୁରାଇ ଲୁଚାଇ ରଖୁଥିଲେ। ପତ୍ନୀଙ୍କ ଠାରୁ ମଦ ଲୁଚାଇବା ପାଇଁ ମହିଳାଙ୍କର ସ୍ୱାମୀ ଏମିତି କରୁଥିଲେ। ଏହା ମହିଳା ଜଣକ ଜାଣିନଥିଲେ। ପ୍ରତିଦିନ ସେ ନିଜ ଶିଶୁକୁ ଦୁଗ୍ଧ ଭାବି ବୋତଲରେ ଥିବା ମଦକୁ ପିଆଉଥିଲେ।

photo by : Brokelyn

ଏହାପରେ ପିଲାଟିଠାରେ ଅଲଗା ପ୍ରକାରର ବ୍ୟବହାର ଦେଖିବାକୁ ମିଳୁଥିଲା। ପିଲାଟିର ଏପରି ବ୍ୟବହାର ଦେଖି ମହିଳା ଜଣକ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଟେଷ୍ଟ ରିପୋର୍ଟରେ ପିଲାଟି ଦେହରେ ଆଲକୋହଲିକର ମାତ୍ରା ଅଧିକ ଥିବାର ଜଣାପଡିଥିଲା। ଡାକ୍ତରମାନେ ଏତେ ଛୋଟ ପିଲାର ଏପରି ଅବସ୍ଥା ଦେଖି ଚକିତ ହୋଇଯାଇଥିଲେ। ପରେ ଏହା ଜଣାପଡିଥିଲା ଯେ ସ୍ୱାମୀର ଏହି ଭୁଲ୍‌ ଯୋଗୁଁ ସ୍ତ୍ରୀ ନିତିଦିନ ପିଲାକୁ ମଦ ପିଆଉଥିଲେ।

ସମ୍ବନ୍ଧିତ ଖବର