ମମତା ଆଗରେ ହାର୍‌ ମାନି ଫେରିଗଲା ବାଘୁଣୀ; ଛୁଆକୁ ବଞ୍ଚାଇବା ପାଇଁ ଚିତାବାଘ ଉପରକୁ ଡେଇଁପଡ଼ିଲେ ମାଆ ଓ ଜେଜେମାଆ

ନାସିକ: ‘ମାଆଠାରୁ ବେଶୀ ସ୍ନେହ ଜୀବନରେ କେହି କରିପାରେନା’ ଉକ୍ତିିଟି ପୁଣି ଥରେ ସତ ପ୍ରମାଣିତ ହୋଇଛି। ମହାରାଷ୍ଟ୍ରର ନାସିକସ୍ଥିତ ଏକ ଗ୍ରାମରେ ଗୁରୁବାର ସଂଧ୍ୟାରେ ଏକ ଚମତ୍କାରୀ ଘଟଣା ଘଟିଯାଇଛି। ଜଣେ ୩ ବର୍ଷର ଶିଶୁକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ କେବଳ ମାଆ ନୁହେଁ, ଉଭୟ ମାଆ ଓ ଜେଜେମାଆ କିପରି ଭାବେ ଚିତାବାଘ ସହ କୁସ୍ତି କରିଛନ୍ତି ତାହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଦିନ୍ଦୋରି ତଲୁକାର କେତକୀ ଗ୍ରାମର ଜଣେ ୩ ବର୍ଷର ଶିଶୁ ନିଜ ମାଆ ଓ ଜେଜେମାଆଙ୍କ ମମତା ପାଇଁ ଏକ ମାଈ ଚିତାବାଘ କବଳରୁ ମୃତ୍ୟୁ ମୁହଁରୁ ବର୍ତ୍ତି ପାରିଛି।

ଶିଶୁଟି ଏକୁଟିଆ ଚାଷ ଜମିରେ ଖେଳୁଥିଲା। ହଠାତ ଏକ ଚିତାବାଘୁଣୀ ଆସି ଶିଶୁଟିକୁ ନିଜ ପଞ୍ଝାରେ ଟେକିନେଲା। ସୌଭାଗ୍ୟକୁ ଶିଶୁଟିର ସ୍ୱର ତା’ର ମାଆ ଓ ଜେଜେମାଆଙ୍କୁ ଶୁଣିବାକୁ ମିଳିଥିଲା। ଶିଶୁଟିକୁ ମୃତ୍ୟୁ ମୁଖରେ ଛାଡ଼ି ନଦେଇ ଶାଶୂ-ବୋହୂ ବାଘ ସହ ମୁକାବିଲା କରିବାର ନିଷ୍ପତ୍ତି ନେଇଥିଲେ।

ଶେଷରେ ମାଆ ଓ ଜେଜେମାଆ ଦୁହେଁ ବାଘ ଉପରକୁ କୁଦି ପଡ଼ିିଥିଲେ। ବାଘ ସହ ଲଢ଼େଇ କରି ଶିଶୁଟିକୁ ବାଘ ମୁହଁରୁ ଛଡ଼େଇ ଆଣିଥିଲେ। ଶେଷରେ ବାଘଟି ଶିଶୁଟିକୁ ଛାଡ଼ି ଦୌଡ଼ି ପଳାଇ ଯାଇଥିଲା। ଶିଶୁଟି ଏବେ ସୁରକ୍ଷିତ ଅବସ୍ଥାରେ ନାସିକ୍‌ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି।

ସମ୍ବନ୍ଧିତ ଖବର