ପୁଅ ସରକାରୀ ଚାକିରିଆ, ଏହା ସତ୍ତ୍ୱେ ମା’ ୧୫ବର୍ଷ ହେବ ଘରଘର ବୁଲି ଛାଡୁପୋଛା ମାରି ନିଜ ଗୁଜୁରାଣ ମେଣ୍ଟାଉଥିଲେ….

ନୂଆଦିଲ୍ଲୀ: ପାଖାପାଖି ୧୫ବର୍ଷ ହେବ ଏକାକି ରହି ଆସୁଥିବା ୬୧ବର୍ଷୀୟ ବୃଦ୍ଧା ମା’ଙ୍କ ଦୁଇପୁଅ ଭଲ ପଦବୀରେ ରହିଥିବା ସତ୍ତ୍ୱେ ବି ସେ ଘରଘର ବୁଲି ଛାଡୁପୋଛା ମାରୁଥିଲେ। ଏହି ବୃଦ୍ଧଙ୍କ ଜଣେ ପୁଅ ବିକ୍ରି କର କାର୍ଯ୍ୟାଳୟର ଜିଏସ୍‌ଟି ବିଭାଗରେ ଥିବା ବେଳେ ଅନ୍ୟ ଜଣେ ସରକାରୀ ବସ୍‌ କଣ୍ଡେକ୍ଟର ଅଛନ୍ତି।

ମହାରାଷ୍ଟ୍ରର ନାସିକ୍‌ ଜିଲ୍ଲାରେ ପ୍ରମିଳା ନାନା ପଓ୍ଵାର ନାମକ ଜଣେ ମହିଳାଙ୍କ ଦୁର୍ଦଶା ସେତେବେଳେ ସାମ୍ନାକୁ ଆସଲା ଯେତେବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଭିଡିଓକୁ ଯାଞ୍ଚ କରିବା ପରେ ସହର ପୁଲିସ ବୃଦ୍ଧାଙ୍କୁ ତାଙ୍କ ପୁଅଙ୍କ ସହିତ ଭେଟାଇବାକୁ ଚେଷ୍ଟା କରିଥିଲେ। ୧୯୯୫ ମସିହାରେ ପ୍ରମିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ତାଙ୍କ ଦୁଇ ପୁଅକୁ ମଣିଷ କରିବାକୁ ବହୁ ଚେଷ୍ଟା ସଂଘର୍ଷ କରିଥିଲେ।

ପୁଲିସ ଅଧିକାରୀଙ୍କ କହିବାନୁସାରେ, କିଛି ଭୁଲ ବୁଝାମଣା ହେତୁ ସେ ଦୁଇ ପୁଅ ଠାରୁ ଅଲଗା ହୋଇଯାଇଥିଲେ। ଏହାପରଠାରୁ ସେ ଏକାକ ରହୁଥିଲେ। ନିଜ ଗୁଜୁରାଣ ମେଣ୍ଟାଇବାକୁ ଘରଘର ବୁଲି ଝାଡୁ ପୋଛା କରୁଥିଲେ। ତାଙ୍କର ପୁଅ କେଉଁଠାରେ ଅଛି ସେ ତାହା ବି ଜାଣି ନଥିଲେ।

ndtv

ପୁଲିସ ପ୍ରମିଳାଙ୍କ ଦୁଇପୁଅକୁ ଠିକଣା ପାଇବା ପରେ ପୁଲିସ ଷ୍ଟେସନକୁ ଡାକି ମା’ ଓ ପୁଅକୁ ଭେଟାଇ ଥିଲା। ଏବଂ ସେମାନଙ୍କ ମଧ୍ୟରେ ଥିବା ଭୁଲବୁଝାମଣାକୁ ସମାଧାନ କରିଥିଲା। ଏହାପରେ ଉଭୟ ମା’ ଓ ପୁଅ ପରସ୍ପରକୁ ମିଠା ଖୁଆଖୁଇ ହୋଇ ଘରକୁ ଯାଇଥିଲେ।

ସମ୍ବନ୍ଧିତ ଖବର