ଅମାବାସ୍ୟାରେ ପୁତ୍ର ଜନ୍ମ ହୋଇଯିବା ଭୟରେ ନିଜକୁ ଗୋଟାଏ ଦିନ ଓଲଟା ଟାଙ୍ଗିଥିଲେ ଜଣେ ମାଆ! ଜାଣନ୍ତୁ ୫ ମହାନ ମାଆଙ୍କ ବିଷୟରେ
ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସେ ମାଆ ସୃଷ୍ଟି କରିଛନ୍ତି। ଏମିତି ଏକ ବାକ୍ୟ ଆଦୌ ମିଛ ନୁହେଁ। ମାଆ ରୂପରେ ସ୍ୱୟଂ ଭଗବାନ ଧରାଧାମରେ ଜନ୍ମ ନେଇଥାନ୍ତି ବୋଲି କଥାଟି ଏକଦମ ସତ। ଆଜି ବିଶ୍ୱ ମାତୃତ୍ୱ ଦିବସରେ ଏମିତି କିଛି ମାଆଙ୍କ ବିଷୟରେ ଆଲୋଚନା କରି ବା ଯାହାଙ୍କ ତ୍ୟାଗ ଓ ଉତ୍ସର୍ଗ ଆଜି ବି ସ୍ମରଣୀୟ।
Sambad is now on WhatsApp
Join and get latest news updates delivered to you via WhatsApp
କଳିଯୁଗ ଆରମ୍ଭର କଥା। ଜଣେ ମହିଳାଙ୍କର ସନ୍ତାନ ଜନ୍ମହେବାର ସମୟ ଆସି ସାରିଥାଏ। ସେଦିନ ଥାଏ ଅମାବାସ୍ୟା। ସେହି ସମୟରେ ଜଣେ ବୃଦ୍ଧ ମହିଳାଙ୍କ ଘରକୁ ପ୍ରବେଶ କରି କହିଲେ ଯଦି ସେ ସେଦିନ ସନ୍ତାନ ଜନ୍ମ କରନ୍ତି ତେବେ ସେ ସନ୍ତାନ ମହା ମୁର୍ଖ ହେବ। ନିଜ ପିଲାକୁ ମୁର୍ଖ ହେବାରୁ ବଞ୍ଚାଇବା ପାଇଁ ସେହି ମହିୟଶୀ ମାଆ ନିଜକୁ ଗୋଟାଏ ଦିନ ଦଉଡ଼ା ଲଗାଇ ଓଲଟା ଟାଙ୍ଗି ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପୁଅ ବିରାଟ ପଣ୍ଡିତ ହୋଇଥିଲେ ବୋଲି କଥା ରହିଛି। ଏହି କାହାଣୀଟି ମହା ପଣ୍ଡିତ ଓ କବି କାଳିଦାସଙ୍କର ବୋଲି କେହି କେହି ମତ ରଖନ୍ତି।
ଯଶୋଦା: ପୁରାଣର ମାଆଙ୍କ କଥା ପଡ଼ିଲେ ସବୁଠାରୁ ପ୍ରଥମେ ଆଖିକୁ ଆସନ୍ତି ନନ୍ଦରାଣୀ ଯଶୋଦା। ଜନ୍ମ ନ କରି ମଧ୍ୟ ସନ୍ତାନକୁ ଶ୍ରଦ୍ଧା କରିବାରେ କୌଣସି ଅସୁବିଧା ହୁଏ ନାହିଁ ବୋଲି ସାରା ସଂସାରକୁ ସେ ବାର୍ତ୍ତା ଦେଇ ଯାଇଛନ୍ତି। କୃଷ୍ଣଙ୍କୁ ଅଜର୍ଶ ସ୍ନେହ ଦେଇଥିବା ଏହି ମାଆ ଜଣକ ଆଜି ବି ନମସ୍ୟା।
କୁନ୍ତୀ: ମାଆର ଯନ୍ତ୍ରଣା କ’ଣ ତାହା କୁନ୍ତୀଙ୍କ କାହାଣୀ ପଢ଼ିବା ପରେ ଜାଣିହୁଏ। ଜଣେ ବିଧବ ନାରୀ ସ୍ୱାମୀ ହରାଇବା ଦୁଃଖକୁ ନିଜ ଭିତରେ ଚାପି ଧରି ୫ ଜଣ ପୁତ୍ରଙ୍କୁ ସଂସାର ସହ ତାଳ ଦେଇ ଚାଲିବା ପାଇଁ ସଦା ପ୍ରେରଣା ଯୋଗାଉଥିବା କୁନ୍ତୀ ଧରିତ୍ରୀଠାରୁ ବି କମ୍ ନୁହଁନ୍ତି।
ଅନୂସୟା: ସତୀ ଅନୂସୟାଙ୍କ କଥା ତ ଆପଣ ଜାଣିଥିବେ ନିଶ୍ଚୟ। ଅନୂସୟା ତାଙ୍କ ତପ ବଳରେ ଥରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କୁ ତୃପ୍ତ କରାଇଲେ। ସେ ସେମାନେ ସତୀଙ୍କୁ ବର ଦେବାକୁ ସ୍ଥିର କଲେ। ଏତିକି ବେଳେ ଲକ୍ଷ୍ମୀ, ପାର୍ବତୀ ଓ ସରସ୍ୱତୀ ଆସି ଅନୂସୟାଙ୍କ ସତୀତ୍ୱ ପରଖିବାକୁ ଆଗ୍ରହ୍ୟ ପ୍ରକାଶ କଲେ। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବି ସେମାନଙ୍କ କଥା ମାନି ୩ ଋଷି ବେଶରେ ମର୍ତ୍ତ୍ୟକୁ ଗଲେ। ଅନୂସୟାଙ୍କୁ ଯାଇ ଭିକ୍ଷା ମାଗିଲେ। ସର୍ତ୍ତ ରଖିଲେ ଯେ ସେ ଭିକ୍ଷା ବାବଦରେ ଖାଦ୍ୟ ଚାହାନ୍ତି। ସେ ଖାଦ୍ୟ ଜଣେ ନଗ୍ନ ନାରୀ ଖୁଆଇଲେ ହିଁ ସେ ଖାଇବେ। ଅନୂସୟା ନିଜ ନିଷ୍ଠା ବଳରେ ଋଷି ବେଶଧାରୀ ୩ ଠାକୁରଙ୍କୁ ୩ଟି କୁନି ପିଲା କରିଦେଲେ। ମାଆ ହୋଇ ନଗ୍ନ ଅବସ୍ଥାରେ ସ୍ତନ୍ୟପାନ କରାଇଲେ। ଲକ୍ଷ୍ମୀ, ପାର୍ବତୀ ଓ ସରସ୍ୱତୀ ନିଜ ଭୁଲ୍ ବୁଝିପାରି ଅନୂସୟାଙ୍କ ପାଖରୁ ଆସି ନିଜ ପତିମାନଙ୍କୁ ଫେରାଇ ନେଲେ।
ସୀତା: ଆଉ ଜଣେ ଦୁଃଖିନୀ ମାଆ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ପତ୍ନୀ ସୀତା। ସେ ନିଜର ୨ ପୁତ୍ର ଲବ-କୁଶଙ୍କୁ ଲାଳନପାଳନ କରିବା ପାଇଁ ପତି ପତିତ୍ୟକ୍ତା ହେବା ପରେ ବି ବଞ୍ଚି ରହିଥିଲେ। ଲବ-କୁଶଙ୍କ ପ୍ରତି ଥିବା କର୍ତ୍ତବ୍ୟ ସଂପାଦନ କରିବା ପରେ ହିଁ ଯାଇ ସେ ବସୁଧାରେ ପଶିଯାଇ ସଂସାରରୁ ବିଦାୟ ନେଇଥିଲେ।