୬୨ ବର୍ଷରେ ପଦାର୍ପଣ କଲେ ଅମ୍ବାନୀ: ଜାଣନ୍ତୁ ତାଙ୍କ ସଂପର୍କିତ ଏହି ସବୁ କଥା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ତଥା ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆଜି ୬୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅମ୍ବାନୀ କେବଳ ଭାରତର ଜଣେ ଶକ୍ତିଶାଳୀ ବ୍ୟବସାୟୀ ନୁହଁନ୍ତି, ତାଙ୍କ ବ୍ୟକ୍ତିତ୍ୱ ସାରା ବିଶ୍ୱରେ ପରିଚିତ। ସେ ୧୯୫୭ ମସିହା ଏପ୍ରିଲ୍‌ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତେବେ, ଚାଲନ୍ତୁ ଆଜି ତାଙ୍କର ସ୍ୱତନ୍ତ୍ର ଦିନରେ ତାଙ୍କ ବିଷୟରେ କିିଛି ଜାଣିବା।

: ମୁକେଶ ଅମ୍ବାନୀ ୧୯୮୧ ମସିହାରେ ଆନୁଷ୍ଠାନିକ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଜଏନ୍‌ କରିଥିଲେ।

: ଅମ୍ବାନୀ ତାଙ୍କ ସ୍କୁଲ୍‌ ସମୟରେ ହକି ଖେଳାଳି ହେବାର ସ୍ୱପ୍ନ ଦେଖୁଥିଲେ। ପାଠ ପଢ଼ିବାକୁ ତାଙ୍କୁ ଭଲ ଲାଗୁନଥିଲା।

: ସେ ସଂପୂର୍ଣ୍ଣ ଶାକାହାରୀ। ସାଧାରଣ ଜୀବନଯାପନ କରିବାକୁ ଭଲପାଆନ୍ତି। ତାଙ୍କ ପ୍ରିୟ ଖାଦ୍ୟ ଦେଉଛି ଚପାତି-ରାଇସ୍‌-ଡାଲ୍‌।

: ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ବ୍ୟବହାର କରୁଥିବା ଭ୍ୟାନିଟ୍‌ ଭ୍ୟାନ୍‌ର ମୂଲ୍ୟ ୨୫ କୋଟି ଟଙ୍କା।

: ସେ ଜଣେ ଅତ୍ୟନ୍ତ ସିନେମା ପ୍ରେମୀ। ସପ୍ତାହକୁ ସେ ୩ଟି ଚଳଚ୍ଚିତ୍ର ଦେଖିଥାନ୍ତି।

: ଅମ୍ବାନୀଙ୍କ ଘର ଆଣ୍ଟିଲିଆର ମୂଲ୍ୟ ପାଖାପାଖି ୧ ବିଲିୟନ୍‌। ଏହା ୨୭ ମହଲା ବିଶିଷ୍ଠ କୋଠା। ଏଠାରେ ପ୍ରାୟ ୬୦୦ରୁ ଊର୍ଧ୍ୱ କର୍ମୀ କମ କରନ୍ତି।

ସମ୍ବନ୍ଧିତ ଖବର