ମୁମ୍ବାଇ: ଧନୀ ତାଲିକାରେ ଦେଶରେ ପ୍ରଥମ ସ୍ଥାନରେ ଥିବା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବବାହ ହେବ ଏ ବର୍ଷର ସବୁଠାରୁ ବଡ଼ ବିବାହ। ଏହି ବିବାହ କେବେ ଓ କେଉଁଠାରେ ହେବ ଏ ନେଇ ସଭିଙ୍କ ଉତ୍ସୁକତା ରହିଥିଲା। ଶେଷରେ ପତୀକ୍ଷାର ଅନ୍ତ ଘଟିଛି। ଈଶା ଅମ୍ବାନୀଙ୍କ ବିବାହ ତାରିଖ ପ୍ରକାଶ ପାଇଛି। ଜାଣିବାକୁ ମିଳିଛି ଯେ ଚଳିତବର୍ଷ ଡିସେମ୍ବର ୧୨ ତାରିଖରେ ଈଶା ବ୍ୟବସାୟୀ ଆନନ୍ଦ ପିରାମିଲ୍ଙ୍କୁ ବିବାହ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ଅମ୍ବାନୀ ପରିବାର ପକ୍ଷରୁ ଗତକାଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସୋମବାର ଈଶାଙ୍କ ବାପାମାଆ ମୁକେଶ ଓ ନିତା ଅମ୍ବାନୀ ପାରମ୍ପରିକ ଭାବେ ତାଙ୍କ ଝିଅ ବିବାହର ପ୍ରଥମ ନିମନ୍ତ୍ରଣ କାର୍ଡ ମୁମ୍ବାଇର ପ୍ରସିଦ୍ଧି ଗଣେଶ ମନ୍ଦିର ସିଦ୍ଧି ବିନାୟକରେ ସମର୍ପଣ କରିଛନ୍ତି।
ଏହି ଗ୍ରାଣ୍ଡ୍ େଓ୍ଵଡିଂ ମୁମ୍ବାଇରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନିଙ୍କ ବାସଭବନରେ ହେବ ବୋଲି ସୂଚନା ରହିଛି। ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁସାରେ ଏହି ବିବାହ ସଂପନ୍ନ ହେବ। ଈଶାଙ୍କ ବିବାହକୁ ଦୃଷ୍ଟିରେ ରଖି ଡିସେମ୍ବର ୮ ଓ ୯ ତାରିଖରେ ଅମ୍ବାନୀ ଓ ପିରାମିଲ୍ ପରିବାର ପକ୍ଷରୁ ଉଦୟପୁରଠାରେ ସେମାନଙ୍କ ସଂପର୍କୀୟ ଓ ବନ୍ଧୁମାନଙ୍କ ସକାଶେ ଏ ଭୋଜିର ଆୟୋଜନ କରାଯାଇଛି। ଏହି ଭୋଜିରେ କେତେକ ବଲିଉଡ୍ ଷ୍ଟାର୍ ବି ଉପସ୍ଥିିତ ହେବେ ବୋଲି ଆଶା କରାଯାଉଛି।