ବିଶ୍ୱର ଦ୍ୱିତୀୟ ଦାମୀ ଘର ସୂଚୀରେ ସାମିଲ ହେଲା ମୁକେଶ ଅମ୍ବାନୀଙ୍କ ଘର ଅଣ୍ଟେଲିଆର ନାଁ

ମୁମ୍ବାଇ : କିଛି ଦିନ ତଳେ ବିଶ୍ୱର ୧୦୦ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନାଁ ସାମିଲ ହୋଇଥିଲା । ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମ୍ସ ପକ୍ଷରୁ ୨୦୧୯ପାଇଁ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହି ତାଲିକାରେ ମୁକେଶ ଅମ୍ବାନୀଙ୍କ ସମେତ ତିନି ଜଣ ଭାରତୀୟଙ୍କ ନାଁ ରହିଥିଲା । ତେବେ ଏବେ ପୁଣି ଥରେ ଆମ୍ବାନୀ ପରିବାର ଚର୍ଚ୍ଚାକୁ ଆସିଛି । ମୁମ୍ବାଇସ୍ଥିତ ତାଙ୍କର ବିଳାସପୂର୍ଣ୍ଣ ଘର ଆଣ୍ଟିଲିଆ ଏବେ ବିଶ୍ୱର ଦ୍ୱିତୀୟ ଦାମୀ ଘର ଭାବରେ ନାମିତ ହୋଇଛି । ବକିଂଘମ ମହଲ ପରେ ଆଣ୍ଟିଲିଆ ଦ୍ୱିତୀୟ ଦାମୀ ଘର ଭାବେ ନାମିତ ହେବା ପରେ ଚର୍ଚ୍ଚାରେ ରହିଛି ଆମ୍ବାନୀ ପରିବାର । ତେବେ ଆସନ୍ତୁ ଜାଣିବା ଆଣ୍ଟିଲିଆ ସହ ଜଡ଼ିତ କିଛି ଖାସ୍‌ କଥା ।

architecturaldigest.in

୧. ଏହାର ନିର୍ମାଣ ଏଭଳି କରାଯାଇଛି, ଯେମିତି ୮ତୀବ୍ରତାର ଭୂମିକମ୍ପ ହେଲେ ମଧ୍ୟ ଆଣ୍ଟିଲିଆ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏବେ ଏହାର ମେଣ୍ଟେନାନ୍ସ ଦାୟିତ୍ୱରେ ୬୦୦ଜଣ କର୍ମଚାରୀ ରହିଥିବା ଜଣା ପଡ଼ିଛି ।

୨. ଘର ଭିତରେ ୫୦ଜଣ ବସିବା ଭଳି ସିନେମା ଘର ଥିବା ସହ, ହେଲିପ୍ୟାଡ୍‌, ସାଲୋନ, ବଡ଼ ମନ୍ଦିର, ଆଇକ୍ରିମ୍‌ ପାର୍ଲର ରହିଛି ।

୩. ଆଣ୍ଟିଲିଆରେ ସର୍ବମୋଟ ୨୭ଟି ଫ୍ଲୋର ଥିବା ବେଳେ ସେ ମଧ୍ୟରେ ୬ଟି ଫ୍ଲୋରରେ କେବଳ ବିଳାସପୂର୍ଣ୍ଣ କାର୍‌ ରଖାଯାଏ ।

architecturaldigest.in

୪. ଉପରୁ ତଳ ପର୍ଯ୍ୟନ୍ତ ଶୀତତାପ ଯନ୍ତ୍ର ଲଗା ଯାଇଥିଲେ ମଧ୍ୟ ୨୭ଟି ଫ୍ଲୋର ମଧ୍ୟରେ ଗୋଟେ ସ୍ନୋ ରୁମ୍‌ ରହିଛି । ଯାହା ବଢ଼ୁଥିବା ତାପମାତ୍ରରୁ ପରିବାରକୁ ରକ୍ଷା କରିଥାଏ ।

ସମ୍ବନ୍ଧିତ ଖବର