ମା’ ନବଜାତ ଶିଶୁର ପ୍ରଥମ ସ୍ପର୍ଶ ପାଇଁ ନିଜେ କରାଇଲେ ନିଜର ପ୍ରସବ

କାରଥା: ଅଷ୍ଟ୍ରେଲିଆରେ ୩୬ବର୍ଷର ଜଣେ ମା’ ନିଜର ଶିଶୁକୁ ନିଜେ ଜନ୍ମ ଦେବାର ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନୁହେଁ। ଏହି ମହିଳା ଜଣକ ପେସାରେ ଜଣେ ନର୍ସ ବୋଲି ଜଣାପଡ଼ିଛି। ନିଜର ଶିଶୁକୁ ନିଜେ ଜନ୍ମ ଦେଇଥିବା ମା’ଙ୍କ ନାମ କାର୍ଲେ ବାଲିକୁଆଲା। ସେ ଏହି ସନ୍ତାନକୁ ଜନ୍ମ ଦେବା ପରେ ତୃତୀତ ସନ୍ତର ଜନନୀ ହୋଇଛନ୍ତି। ଏହାପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ଗୋଟିଏ ପୁତ୍ର ଓ ଅନ୍ୟଟି କନ୍ୟା ସନ୍ତାନ ଥିଲା।

ତେବେ କାର୍ଲେଙ୍କ ପ୍ରସବ ସମୟ ହେବା ବେଳରୁ ଡାକ୍ତର ନରମାଲ ପ୍ରସବ ହୋଇ ପାରିବ ନାହିଁ ବୋଲି ତାଙ୍କୁ କହିଥିଲେ। ଏହା ତାଙ୍କ ପାଇଁ ସୁରକ୍ଷିତ ହେବ ନାହିଁ। ଡାକ୍ତରଙ୍କଠାରୁ କାର୍ଲେ ଏପରି କଥା ଶୁଣି ଆଦୌ ନିରାଶ ହୋଇ ନଥିଲେ ବରଂ ନିଚ ହାତରେ ଶିଶୁକୁ ଜନ୍ମ ଦେବା ପାଇଁ ସ୍ଥିର କରିଥିଲେ। ଶେଷର ଏକ ନୂତନ ପଦ୍ଧତିରେ ନିଜ ହାତରେ ସିଜରିୟନ୍‌ ଡେଲିଭରି ଜରିଆରେ ନିଜ ଶିଶୁକୁ ଜନ୍ମ ଦେଇଥିଲେ।

ପ୍ରସବ ସମୟର ଅନୁଭୂତ ବିଷୟରେ କାର୍ଲେ କହନ୍ତି, ‘ମୁଁ ଏହା ପୂର୍ବରୁ ଦୁଇଟି ସନ୍ତାନକୁ ଜନ୍ମ ଦେଇ ସାରିଛି, କିନ୍ତୁ ଏହି ଝିଅ ଜନ୍ମର ଅନୁଭୂତି ମୋ ପାଇଁ ସମ୍ପୂର୍ଣ୍ଣ ନିଆରା ଅଟେ। ଯାହାକୁ ମୁଁ ଶବ୍ଦରେ ପ୍ରକାଶ କରି ପାରିବି ନାହିଁ।  ମୋର ବହୁତ ଇଚ୍ଛା ଥିଲା ମୋର ନବଜାତ ଶିଶୁକୁ ମୁଁ ପ୍ରଥମେ ସ୍ପର୍ଶ କରିବି। ଭଗବାନଙ୍କୁ ଧନ୍ୟବାଦ ଯିଏକି ମୋର ଏହି ଇଚ୍ଛାକୁ ପୂର୍ଣ୍ଣ କରିଛନ୍ତି ଓ ମୋ ଶିଶୁକୁ ସୁସ୍ଥ ରଖିଛନ୍ତି। ପ୍ରସବ ପୂର୍ବରୁ ଏଭଳି ସିଜରିନ୍‌କୁ ନେଇ ବହୁତ ଗବେଷଣା ମଧ୍ୟ କରିଥିଲି।’

 

 

ସମ୍ବନ୍ଧିତ ଖବର