୧୧ବର୍ଷର ପୁଅ ଦେଖାଇଲା ବାହାଦୁରୀ, ମା’ଙ୍କ ୫୫ହଜାର ଟଙ୍କାର ନେକ୍‌ଲେସ୍‌ ବଞ୍ଚାଇବା ପାଇଁ ଚୋର ସହିତ ଲଢ଼ିଥିଲା

ମୁମ୍ବାଇ: ଜଣେ ୧୧ ବର୍ଷର ପିଲା ତାର ମା’ର ନେକଲେସ୍‌ ବଞ୍ଚାଇବା ପାଇଁ ଚୋର ସହିତ ଲଢ଼ିବାକୁ ପଛାଇ ନ ଥିଲା। ଏହି  ଘଟଣା ମୁମ୍ବାଇର ବିରାର ଅଞ୍ଚଳରେ ଘଟିଛି।

ସୂଚନାଯୋଗ୍ୟ, ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ତନିଷ ମହାଦିକ ନିଜ ପରିବାର ସହିତ ନ୍ୟୁ ତପୋବନ ଅପାର୍ଟମେଣ୍ଟର ତୃତୀୟ ମହଲାରେ ବସବାସ କରନ୍ତି । ମଙ୍ଗଳବାର ଦ୍ୱିପହରରେ ତନିଷ ମହାଦିକ ନିଜ ଘରେ ଥିଲା। ତାଙ୍କ ପିତା ପ୍ରକାଶ କାମରେ ବ୍ୟସ୍ତ ଥିଲେ ଓ ମା’ ଦିବ୍ୟା ଝିଅକୁ ସ୍କୁଲ ଛାଡ଼ିବାକୁ ଯାଇଥିଲେ।

ସେହି ସମୟରେ ଅବଦ୍ଦୁଲ ଖାନ୍‌ (୫୨) ଆସି ଘରର ଘଣ୍ଟି ବଜାଇଥିଲା। ସେ ଲାଇନ୍‌ମ୍ୟାନ୍‌ ବନି ଘରେ ପହଞ୍ଚିଥିଲା। ସେ ବିଜୁଳି ଲାଇନ୍‌ ଯାଞ୍ଚ କରିବାକୁ ଆସିଥିବା କଥା କହିଥିଲା। ତନିଷ ମହାଦିକ ଯେତେବେଳେ ଅବଦୁଲ ଖାନ୍‌କୁ ପରେ ଆସିବାକୁ କହିଥିଲା, ସେ ଜବରଦସ୍ତି ଫ୍ଲାଟରେ ପଶି ଯାଇଥିଲା ଓ ତନିଷଙ୍କୁ ଧକ୍କା ପକାଇଥିଲା। ଚୋରି କରିବା ପରେ ଅବଦ୍ଦୁଲ ଖାନ୍‌ ଘରୁ ଫେରାର ହେବାକୁ ଉଦ୍ୟମ କରୁଥିଲା ସେହି ସମୟରେ ତନିଷ ମହାଦିକର ନଜର ଅବଦ୍ଦୁଲ ଖାନ୍‌ ଉପରେ ପଡ଼ିଥିଲା। ସେ ଦେଖିବାକୁ ପାଇଥିଲା କି ଚୋର ତାର ମା’ର ନେକ୍‌ଲେସ୍‌ ନେଇ ଫେରାର ହୋଇଯାଉଛି। ଏତିକି ଦେଖିବା ପରେ ତନିଷ ମହାଦିକ ଚୋରଠାରୁ ନେକ୍‌ଲେସ୍‌ ଛଡାଇବାକୁ ଉଦ୍ୟମ କରିବା ସହିତ ଜୋର୍‌ଜୋର୍‌ ଡାକ ଛାଡ଼ିଥିଲା। ଏହି ସମୟରେ ଆପାର୍ଟମେଣ୍ଟକୁ ଫେରୁଥିବା ତନିଷ ମହାଦିକଙ୍କ ମା’ ଦିବ୍ୟା ନଜି ପୁଅର ଡାକ ଶୁଣି ପଡୋଶୀକୁ ନେଇ ପହଞ୍ଚିଥିଲେ। ଏହାପରେ ଚୋରକୁ ଧରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର