ନିଜର ପୂର୍ବ ରେକର୍ଡ ଭାଙ୍ଗିଲା ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ : ମୁମ୍ବାଇ ବିମାନବନ୍ଦର ବିଶ୍ୱର ସବୁଠାରୁ ବ୍ୟସ୍ତତମ ସିଙ୍ଗଲ ରନ୍‌ଓ୍ଵର ଏକ ନୂଆ ରେକର୍ଡ କରିଛି। ଏହି ବିମାନବନ୍ଦର ନିଜର ପୂର୍ବ ରେକର୍ଡ ବ୍ରେକ୍‌ କରିଛି। ମୁମ୍ବାଇ ବିମାନବନ୍ଦରରେ ଗତ ଡିସେମ୍ବର ୮ ତାରିଖ ଦିନ ୨୪ ଘଣ୍ଟା ଭିତରେ ୧୦୦୪ ବିମାନ ସେବାର ରେକର୍ଡ ସୃଷ୍ଟି ହୋଇଛି ।ଏହା ପୂର୍ବରୁ ଜୁନ୍‌ ୬ ତାରିଖରେ ଏହି ବିମାନ ବନ୍ଦରରୁ ଜୁନ୍‌ ୬ ତାରିଖରେ ୧୦୦୩ଟି ବିମାନ ଯାତାୟତ କରିଥିଲା।
ରିଲିଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟିଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ବୁଧବାର ଦିନ ମୁମ୍ବାଇରେ ହେଉଛି ଓ ବିବାହ ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଉଦୟପୁରରେ ଅନୁଷ୍ଠିତ ହେଉଛି।

କୁହାଯାଉଛି ମୁମ୍ବାଇରୁ ଉଦୟପୁର ଯାଉଥିବା ଅତିଥିମାନଙ୍କ ଯୋଗୁଁ ମୁମ୍ବାଇ ବିମାନ ବନ୍ଦରର ବ୍ୟସ୍ତତା ବୃଦ୍ଧି ପାଇଛି। ଏହି ଉତ୍ସବରେ ଯୋଗ ଦେବା ଲାଗି ମୁମ୍ବାଇରୁ ଅନେକ ରାଜନେତା,ଶିଳ୍ପପତି ଓ ବଲିଉଡ ସେଲିବ୍ରିଟି ନିଜର ବ୍ୟକ୍ତିଗତ ବିମାନରେ ଉଦୟପୁର ଯାତ୍ରା କରିଥିଲେ। ଏହା ଫଳରେ ମୁମ୍ବାଇ ବିମାନବନ୍ଦର ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛି । ଏଥିମଧ୍ୟରୁ ୯୦୩ ନିର୍ଦ୍ଧାରିତ,୫୯ ଅନିର୍ଦ୍ଧାରିତ,୮ଟି ଚାର୍ଟର,୩୧ ଫ୍ରେଟର୍‌ ଓ ୩ ସୈନ୍ୟ ବିମାନ ରହିଛି।

ସମ୍ବନ୍ଧିତ ଖବର