ଏକାକୀ ଦୁଇଟି ମହାସାଗରକୁ ବିମାନ ଉଡ଼ାଇ ଅତିକ୍ରମ କରିବାରେ ପ୍ରଥମ ମହିଳା ପାଇଲଟ ଆରୋହୀ ପଣ୍ଡିତ

ନୂଆଦିଲ୍ଲୀ : ମୁମ୍ବାଇରେ ରହୁଥିବା ଆରୋହୀ ପଣ୍ଡିତ ଏବେ ଇତିହାସ ରଚିଛନ୍ତି । ଆରୋହୀ ଏବେ ନିଜର ଛୋଟ ବିମାନ ଧରି ବିଶ୍ୱ ଭ୍ରମଣରେ ବାହାରିଥିବା ବେଳେ ବୁଧବାର ସେ ଆଟଲାଣ୍ଟିକ୍‌ ମହାସାଗର ଓ ପ୍ରଶାନ୍ତ ମହାସାଗରକୁ ଏକା ପାର୍‌ କରିଥିଲେ । ଏପରି କରିବାରେ ସେ ପ୍ରଥମ ମହିଳା ପାଇଲଟ୍‌ ବନିଛନ୍ତି । ନିଜର ଲାଇଟ୍‌ ସ୍ପୋର୍ଟସ ଏୟାରକ୍ରାଫ୍ଟ  ଯୋଗେ ସେ ଏହାକୁ ସମ୍ଭବ କରି ପାରିଛନ୍ତି । ଆଲାସ୍କାର ଉନାଲାକ୍ଲିଟ୍‌ ସହରରୁ ନିଜର ଲାଇଟ୍‌ ସ୍ପୋର୍ଟସ ଏୟାରକ୍ରାଫ୍ଟ ଯୋଗେ ଉଡ଼ାଣ ଭରିବା ପରେ ଦୁଇ ମହାସାଗରକୁ ପାର୍‌ କରି ଋଷିଆରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ ଆରୋହୀ । ଋଷିଆରେ ପହଞ୍ଚିବା ପରେ ସେ ଥକି ଯାଇଥିଲେ ମଧ୍ୟ ତାଙ୍କ ମନର ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଜଣା ପଡ଼ି ଯାଉଥିଲା ।  ବିମାନ ଆଗରେ ଭାରତର ଜାତୀୟ ପତାକା ଉଡ଼ାଇ ସେ ନିଜ ଖୁସିକୁ ପାଳନ କରିଥିଲେ ।

Image result for mumbai-girl-aarohi-pandit-becomes-first-woman-to-fly-solo-across-atlantic-and-pacific-ocean
New Indian Express

ତେବେ ୨୩ବର୍ଷ ବୟସରେ ଏକା ଦୁଇଟି ମହାସାଗର ପାର୍‌ କରିବାରେ ପ୍ରଥମ ମହିଳା ପାଇଲଟ୍‌ ସାଜିଛନ୍ତି ଆରୋହୀ । ବିଶ୍ୱ ଭ୍ରମଣ କରିବା ଆରମ୍ଭ କରିବା ପୂର୍ବରୁ ସେ ୭ମାସ ଟ୍ରେନିଂ ନେଇଥିଲେ । ଟ୍ରେନିଂରେ ତାଙ୍କୁ ଭାରତ, ଗ୍ରୀନ୍‌ଲ୍ୟାଣ୍ଡ, ସାଇବେରିଆ ଓ ଇଟାଲୀରେ ଥିବା ମହାସାଗର, ବରଫାଛନ୍ନ ଅଞ୍ଚଳ ଏବଂ ବଡ଼ ବଡ଼ ପାହାଡ଼ ଉପରେ ବିମାନ ଉଡ଼ାଇବାର ପ୍ରଶିକ୍ଷଣ ଦିଆଯାଇଥିଲା । ୧୩ମାସ ପୂର୍ବରୁ ସେ ଉଡ଼ାଣ ଆରମ୍ଭ କରିଥିବା ବେଳେ ଏ ପର୍ଯ୍ୟନ୍ତ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର