ଶୀତ ଋତୁରେ ମୁନ୍ନାର ଭ୍ରମଣର ମଜା ନିଆରା

ଯଦି ଶୀତ ଋତୁରେ ଆପଣ କୌଣସି ଶୈଳ ନିବାସ ପର୍ଯ୍ୟଟନରେ ଯିବା ପାଇଁ ଇଚ୍ଛା କରୁଥାଆନ୍ତି, ତେବେ ‘ ମୁନ୍ନାର’ ହେଉଛି , ଏଥିପାଇଁ ଉତ୍ତମ ସ୍ଥାନ । ଆପଣ ସପରିବାର ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ଉଠାଇପାରିବେ । ଉତ୍ତର କେରଳର ଇଡୁକ୍କି ଜିଲ୍ଲାରେ ଅବସ୍ଥିତ ‘ ମୁନ୍ନାର’ ହେଉଛି ଦକ୍ଷିଣ ଭାରତର ସବୁଠୁଁ ଲୋକପ୍ରିୟ ହିଲ୍‌ଷ୍ଟେସନ । ‘ ମୁନ୍ନାର’ ଅବଶ୍ୟ ‘ ଚାହା ବଗିଚା’ ପାଇଁ ଖୁବ୍‌ ପ୍ରସିଦ୍ଧ । ଏତଦ୍‌ବ୍ୟତୀତ ଏଠାରେ ପର୍ଯ୍ୟଟକ ମଦୁପେଟିଟ୍ୟାମ୍‌ ଇକୋ ପଏଣ୍ଟ, କୁଣ୍ଡଳ ଡ୍ୟାମ୍‌ , ରାଜମହଲ ନେସନାଲ୍‌ ପାର୍କ, ନ୍ରାମ୍‌ କକଡ୍‌ ଜଳପ୍ରପାତ, ନ୍ୟାମ୍‌ କକଡ ଭ୍ୟୁ ପଏଣ୍ଟ, ଥଲୟାର୍‌ ଭ୍ୟୁ ପଏଣ୍ଟ ।

photo-travelplanet.in/

ଲୁକୋମ୍‌ଜଳ ପ୍ରପାତ, ଚଳନ ବନ, ଚିନାର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ମଧ୍ୟ ଦେଖିପାରିବେ । ନୀଳ ରଙ୍ଗ, କିନ୍ତୁ ଯେତେବେଳେ ଏହା ଫୁଟେ, ସେତେବେଳେ ପାହାଡରେ ନୀଳ ଚାଦର ଭଳି ଯୋଡେଇ ହୋଇଯାଏ । ‘ କୋଚି’ ହେଉଛି ମୁନ୍ନାର ନିକଟତମ ବିମାନବନ୍ଦର, ଯାହାର ଦୂରତ୍ୱ ହେଉଛି ପ୍ରାୟ ୧୧୦ କିଲୋମିଟର । ଏଠାରୁ ନିକଟତର ରେଳଷ୍ଟେସନ୍‌ ଅର୍ଣ୍ଣାକୁଲମ୍‌ର ଦୂରତା ହେଉଛି ୧୩୦ କିଲୋମିଟୀର । ‘ ମୁନ୍ନାର’ ଭ୍ରମଣ ପାଇଁ ସେପ୍ଟେମ୍ବରରୁ ମଇ ମାସ ପ୍ରଯୁକ୍ତ ସମୟ ।

ସମ୍ବନ୍ଧିତ ଖବର