ଜଣେ ହିନ୍ଦୁ ଅନାଥ ଝିଅର ବିବାହ ମନ୍ଦିରରେ କରାଇଲେ ମୁସଲମାନ ପରିବାର!

ଆମ ଦେଶ ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଯେଉଁଠାରେ ବିଭିନ୍ନ ଧର୍ମ, ପରମ୍ପରା ଓ ଜାତିର ଲୋକ ବସବାସ କରନ୍ତି । ଏଠାରେ ସଂସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଜଣେ ଅନ୍ୟ ଜଣଙ୍କର ସମ୍ମାନ କରନ୍ତି । ଏଠାରେ ପରସ୍ପର ମଧ୍ୟରେ ଭାଇଚାରା ଦେଖିବାକୁ ମିଳେ। ତଥାପି ବେଳେବେଳ ଜାତିପ୍ରଥା ଓ ଧର୍ମକୁ ନେଇ ଦେଶରେ ଅରାଜକତା ସୃଷ୍ଟି ହୁଏ। ତେବେ ଧର୍ମନିରପେକ୍ଷ ହୋଇ ମଧ୍ୟ ଗୋଟିଏ ମୁସଲମାନ ପରିବାର ଜଣେ ଅନାଥ ହିନ୍ଦୁଝିଅର ବିବାହ ହିନ୍ଦୁ ରୀତିନୀତି ଅନୁସାରେ କରାଇ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗୋଟିଏ ମୁସଲମାନ୍‌ ପରିବାର ହିନ୍ଦୁ ରୀତିନୀତି ଅନୁସାରେ ଜଣେ ଅନାଥ ହିନ୍ଦୁ ଝିଅର ବିବାହ କରାଇଛନ୍ତି। ଖୁବ୍‌ ଧୁମ୍‌ଧାମ୍‌ରେ ଗତ ମଙ୍ଗଳବାର ଦିନ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଏକ ମନ୍ଦିରରେ ଅନାଥ ହିନ୍ଦୁ ଝିଅର ବିବାହ ସମ୍ପନ୍ନ ହୋଇଛି ।

ସୂଚନାଯୋଗ୍ୟ ଯେ, ଉକ୍ତ ଝିଅର ନାମ ହେଲା ସୁମନ। ସୁମନର ମା ୧୫ ବର୍ଷ ପୂର୍ବରୁ ଓ ବାପା ୩ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଥିଲେ। ଆଉ ସେତେବେଳ ସୁମନଙ୍କୁ ହୋଇଥିଲା ମାତ୍ର ୧୫ ବର୍ଷ । ମା-ବାପାଙ୍କ ବିନା ଗୋଟେ ଝିଅ ବର୍ତ୍ତମାନ ସମାଜରେ ଜୀବନ ବିତାଇବା ବହୁତ ମୁସ୍କିଲ। ବାପାମା’ଙ୍କ ମୃତ୍ୟୁ ପରେ କିଛି ଦିନ ପର୍ଯ୍ୟନ୍ତ ସୁମନ ଆଖପାଖ ଘରେ କାମ କରି ଦୁଃଖକଷ୍ଟରେ ଜୀବନ ବିତାଉଥିଲା। ଏଭଳି ପରିସ୍ଥିତିରେ ଉକ୍ତ ମୁସଲମାନ ପରିବାରର ଆଖି ସୁମନ ଉପରେ ପଡ଼ିଥିଲା। ସୁମନର କଷ୍ଟ ସେମାନେ ଦେଖିପାରୁନଥିଲେ। ଆଉ ସୁମନର ବିବାହ କରାଇବା ପାଇଁ ସେମାନେ ମନସ୍ଥ କରିଥିଲେ। ଶେଷରେ ଖୁବ ଧୁମ୍‌ଧାମରେ ଏକ ମନ୍ଦିରରେ ସୁମନର ବିବାହ କରାଇଥିଲେ ମୁସଲମାନ୍‌ ପରିବାର। ସୁମନର ବିବାହ ଦେଖିବା ପାଇଁ ମନ୍ଦିରରେ ଅନେକ ଲୋକଙ୍କ ଭିଡ଼ ଜମିଥିଲା । ମୁସଲମାନ୍‌ ପରିବାର ଜଣେ ଅନାଥ ହିନ୍ଦୁ ଝିଅର ବିବାହ କରାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର