ନିଆରା ବାହଘର: ହିନ୍ଦୁ ଦମ୍ପତ୍ତି ମୁସଲମାନ ପାଳିତ କନ୍ୟାକୁ ଉଭୟ ହିନ୍ଦୁ ଓ ମୁସଲମାନ ରୀତିନୀତିରେ ବିବାହ ଦେଲେ

ରାଜକୋଟ: ୫ ବର୍ଷ ବୟସର ହୋଇଥିବା ବେଳେ ମାଆ ହଠାତ ଆରପାରିକୁ ଚାଲିଗଲେ। ଆଉ ଟ୍ରକ୍‌ ଡ୍ରାଇଭର ବାପା ଛୋଟ ଶିଶୁଟିକୁ କିପରି ଲାଳନପାଳନ କରିବେ ଜାଣି ନ ପାରି ଆଉ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ଝିଅର ଦାୟିତ୍ୱ ନେବାକୁ ଅନୁରୋଧ କଲେ। କୁନି ଝିଅଟି ମୁସଲମାନ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ପାଳିତ ପିତା ହେଉଛନ୍ତି ଜଣ ହିନ୍ଦୁ। ମାତ୍ର ଶିଶୁ କନ୍ୟାଟିର ଦୁଃଖ ସହି ପାରିଲେ ନାହିଁଁ ହିନ୍ଦୁ ଟ୍ରକ୍‌ ଡ୍ରାଇଭରଙ୍କ ପତ୍ନୀ। ନିଜର ଦୁଇପୁଅ ଓ ଗୋଟିଏ ଝିଅ ଥିବା ସତ୍ତ୍ୱେ ଆପଣେଇ ଆଣିଲେ କୁନି ଝିଅଟିକୁ। ତେବେ ଏହି ଘଟଣାର ୯ ବର୍ଷ ପରେ ନାବାଳିକା ଝିଅର ଜନ୍ମିତ ବାପା ତାଙ୍କ ସହର ଛାଡ଼ି ସବୁ ଦିନ ପାଇଁ କେଉଁଆଡେ ଚାଲିଗଲେ। ମାତ୍ର ହିନ୍ଦୁ ପରିବାର ମଧ୍ୟରେ ରହୁଥିଲେ ମଧ୍ୟ ଏଠାରେ କୁନିଝିଅଟିକୁ ଇସଲାମ ଧର୍ମ ଅନୁଯାୟୀ ଚଳିବାକୁ ସୁଯୋଗ ମିଳିଥିଲା। ଏବେ ସେହି କୁନି ଝିଅଟି ୨୦ ବର୍ଷର ଯୁବତୀ। କେବଳ ସେତିକି ନୁହେଁ, ଏହି ମୁସଲମାନ ଯୁବତୀଙ୍କ ପାଇଁ ଜଣେ ମୁସଲମାନ ଯୋଗ୍ୟ ବର ଯୋଗାଡ଼ କରି ତାଙ୍କର ବିବାହ ଦେଇଛନ୍ତି ଏହି ହିନ୍ଦୁ ପରିବାର। ହିନ୍ଦୁ ଦମ୍ପତିଙ୍କ ଏହି କାର୍ଯ୍ୟ ଏବେ ଗୁଜୁରାଟର ରାଜକୋଟ ସହରରେ ଚର୍ଚ୍ଚାର ବିଷୟ ହୋଇଛି।


ମିଳିଥିବା ସୂଚନା ଅନଯାୟୀ, ଗୁଜୁରାଟର ଉପକୂଳ ସହର ଭେରାଭାଲର ସବ୍‌ନମ ଶେଖ୍‌ଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ତାଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା।ତାଙ୍କ ଟ୍ରକ୍‌ ଡ୍ରାଇଭର ବାପା କମ୍ମରୁଦ୍ଦିନ ଶେଖ୍‌ ଝିଅଟିକୁ ନେଇ ଚିନ୍ତାରେ ଥିବା ବେଳେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ତାଙ୍କ ହିନ୍ଦୁ ବନ୍ଧୁ ମେରାମ ଜୋରା। ତେବେ ଶବନମ୍‌୍‍ ଯେତେବେଳେ ମାତ୍ର ୧୪ ବର୍ଷ ବୟସର ତାଙ୍କ ବାପା କମ୍ମରୁଦ୍ଦିନ ଶେଖ୍‌ ହଠାତ ସହର ଛାଡ଼ି କେଉଁଆଡେ ଚାଲିଗଲେ। ନିଜ ଜନ୍ମିତ ବାପାମାଙ୍କ ଠାରୁ ଏପରି ଦୂରରେ ରହିଥିବା ସବନମ୍‌ ଶେଖ୍‌ ହିନ୍ଦୁ ପରିବାରରେ ବଢ଼ୁଥିବା ବେଳେ ନିଜ ଭବିଷ୍ୟତ ନେଇ ଚିନ୍ତାରେ ଥିଲେ। ତେବେ ସବୁଦିନ ସମାନ ଯାଏ ନାହିଁ। ଏବେ ସବନମ୍‌ଙ୍କ ଜୀବନରେ ଖୁସି ଆସିଛି। ଜୋରା ଫାମିଲ ତାଙ୍କ ପାଇଁ ଜଣେ ଯୋଗ୍ୟ ମୁସଲମାନ ବର ଠିକ୍‌ କରି ତାଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନ ରତିନୀତିରେ ବିବାହ ଦେଇଛନ୍ତି। ଆଉ ହିନ୍ଦୁ- ମୁସଲମାନ ସମ୍ପ୍ରିତିର ଏକ ନିଆରା କାହାଣିର ମୁଖ୍ୟ ଆକର୍ଷଣ ହୋଇଛନ୍ତି ଜୋରା ପରିବାର।


ଜୋରା ପରିବାରରେ ଥିବା ବେଳେ ସବ୍‌ନମଙ୍କୁ ମିଳୁଥିଲା ସମ୍ପୂର୍ଣ୍ଣ ଧାର୍ମିକ ସ୍ୱାଧିନତା। ସେ ନମାଜ ପଢ଼ୁଥିଲେ, କୋରାନ ପାଠ କରୁଥଷଲ ମଧ୍ୟ।ଏହା ସହିତ ହିନ୍ଦୁ ଉତ୍ସବ ଗୁଡ଼ିକ ମଧ୍ୟ ପାଳନ କରୁଥିଲେ। ତେବେ ଜୋରା ୨୦ ବର୍ଷର ହେବା ପରେ ଜୋରା ପରିବାରର ଚିନ୍ତା ବଢ଼ିଥିଲା। ତାଙ୍କ ପାଖ୍‌ରେ ସବନମ୍‌ଙ୍କ ବାପା କମ୍ମରୁଦ୍ଦିନଙ୍କର କୌଣସି ଠିକଣା ନ ଥିଲା। ୨୦୧୨ରୁ କମ୍ମରୁଦ୍ଧିନ ସବନମ୍‌ଙ୍କୁ ଛାଡ଼ି ଅହମ୍ମଦାବାଦ ଯାଉଛନ୍ତି ବୋଲି କହି ଚାଲି ଯାଇଛନ୍ତି ଯେ ଏ ପର୍ଯ୍ୟନ୍ତ ଆଉ ଥରୁଟିଏ ଝିିଅକୁ ଦେଖିବାକୁ ଆସି ନାହାଁନ୍ତି। ତେବେ ଏପରି ଧର୍ମ ସଙ୍କଟରେ ପଡ଼ିଥିବା ଜୋରା ପରିବାର ସ୍ଥାନୀୟ ମୁସଲମାନ ଲୋକଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚାହିଁଥିଲେ। ଆଉ ତଲଲା ତହସିଲ ଅନ୍ତଗତ ଜଭନ୍ତ୍ରୀ ଗାଁର ଅଟୋ ଚଳାଉଥିବା ଆବାସ ନାମକ ଜଣେ ଯୁବକଙ୍କୁ ସବ୍‌ନମଙ୍କ ପାଇଁ ଠିକ୍‌ କରିଥିଲେ।ଏଥିପାଇଁ ଜୋରା ପରିବାର ହିନ୍ଦୁ ରୀତିନୀତି ଅନୁଯାୟୀ କନ୍ୟାଦାନ ଓ ମୁସଲମାନ ପ୍ରଥା ଅନୁଯାୟୀ ସବ୍‌ନମଙ୍କ ନିକାହା ଆବାସଙ୍କ ସହିତ ହୋଇଥିଲା।ଏ ସମ୍ପର୍କରେ ଜୋରାଙ୍କ ପୁଅ ଗୋପାଳ କହିଛନ୍ତି ଯେ ଆମେ ସବନମଙ୍କୁ ଆମ ଭଉଣୀ ପରି ଦେଖୁଥିଲୁ।ସେ ଆମ ପରିବାରର ଜଣେ ସଦସ୍ୟ। ତେଣୁ ତ ସବ୍‌ନମଙ୍କ ବିବାହ ପାଇଁ କଥା ଉଠିଲା ବେଳେ ଆବାସ ମଧ୍ୟ ଉଭୟ ହିନ୍ଦୁ ଓ ମୁସଲମାନ ପରମ୍ପରା ଅନୁଯାୟୀ ବିବାହ କରିବାକୁ ରାଜି ହୋଇଥିଲେ। ତେଣୁ ମେହେନ୍ଦୀ, ଗଣେଶ ପୂଜା ଓ କ୍ୟୃାଦାନ ପରି ହିିନ୍ଦୁ ନୀତି ଅନୁଯାୟୀ ବାହାଘର ଓ ମୁସଲବାନ ମୌଲବୀଙ୍କ ଦ୍ୱାରା ନିକାହା କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଳା। ଏ ନେଇ ସବନମ୍‌ କହିଛନ୍ତି ଯେ ଏହି ପରିବାର ସେ ନିଜ ପରିବାର ଠାରୁ ଅଧିକ ସ୍ୱାଧୀନତା, ସ୍ନେହ ଓ ଭଲପାଇବା ପାଇଛନ୍ତି। ତେଣୁ ଏହା ମୋ ଘର ଓ ଏମୋନେ ମୋ ପରିବାର ବୋଳି ସବ୍‌ନମ କହିଛନ୍ତି।

 

ସମ୍ବନ୍ଧିତ ଖବର