ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ମୁସଲମାନ୍‌ ପରିବାର ,ଜାଣନ୍ତୁ କାହିଁକି

ଭାରତରେ ଏମିତି କେତେକ ମନ୍ଦିର ରହିଛି ଯାହାର କିଛି ସ୍ୱାତନ୍ତ୍ର୍ୟ ରହିଛି। ଏମିତି ଏକ ମନ୍ଦିର ଅଛି ହିନ୍ଦୁମାନଙ୍କର ଦର୍ଶନ ସ୍ଥଳୀ ହେଲେ ମଧ୍ୟ ଏହାର ଯତ୍ନ ନେଇଥାନ୍ତି ପାଖରେ ରହୁଥିବା ମୁସଲିମ୍‌ ପରିବାର। ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜବାନ୍‌ମାନେ ମଧ୍ୟ ସେହି କାମ କରନ୍ତି ।ଏହି ମନ୍ଦିର ପାଖରେ କୌଣସି ହିନ୍ଦୁମାନଙ୍କର ବାସସ୍ଥାନ ନାହିଁ । ତିନି ପଟେ ପାକିସ୍ତାନ ସୀମା ଘେରି ରହିଥିବା ପୁଂଛ ଘାଟୀର ଉତ୍ତର ଭାଗରେ ପୁଂଛ ସହରରୁ ୨୩ କି.ମିରେ ଦୂରରେ ଥିବା ବୁଢ଼ା ଅମରନାଥଙ୍କର ମନ୍ଦିର ସାଂପ୍ରଦାୟିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଛି ।

 

କୁହାଯାଏ ଯେ ଭଗବାନ୍‌ ଶିବ କାଶ୍ମୀର ସ୍ଥିତ ଅମରନାଥଙ୍କର ଗୁମ୍ଫାରେ ମାତା ପାର୍ବତୀଙ୍କୁ ଯେଉଁ କଥା ଶୁଣାଉଥିଲେ ତାହାର ଆରମ୍ଭ ବୁଢ଼ା ଅମରନାଥଙ୍କର ସ୍ଥାନରୁ ଆରମ୍ଭ କରିଥିଲେ । ଏଣୁ ଲୋକମାନେ ଏହା ମାନନ୍ତି ଯେ ଏହି ମନ୍ଦିରର ଦର୍ଶନ ବିନା ଅମରନାଥଙ୍କର ଯାତ୍ରା ସଂପୂର୍ଣ୍ଣ ହୁଏନି ।ବୁଢ଼ା ଅମରନାଥଙ୍କର ଦର୍ଶନ ବିନା ଅମରନାଥ ଯାତ୍ରା ଏବଂ କଥା ସଂପୂର୍ଣ୍ଣ ହୁଏନି । ମନ୍ଦିର ନଗରୀ ଜାମ୍ମୁ ଠାରୁ ୨୪୬ କି.ମି ଦୂରରେ ଥିବା ପୁଂଛ ଘାଟୀର ରାଜପୁରା ମଣ୍ଟି କ୍ଷେତ୍ରକୁ ଯେଉଁଠାକୁ ପହଞ୍ଚିବା ପାଇଁ ପଦଯାତ୍ରା କରିବାକୁ ପଡେନି । କାଶ୍ମିରର ସୁନ୍ଦର ଲୋଇନ୍‌ ଘାଟୀରେ ସ୍ଥିତ ବୁଢା ଅମରନାଥଙ୍କର ମନ୍ଦିର ଚକ୍‌ମକ୍‌ ପଥରରେ ତିଆରି ହୋଇଛି । ଅନ୍ୟ ସମସ୍ତ ଶିବ ମନ୍ଦିରଠାରୁ ଏହା ସଂପୂର୍ଣ୍ଣ ଭିନ୍ନ ।

ମନ୍ଦିରର ଚାରିକାନ୍ଥ କାଠରେ ତିଆରି କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଯାହା ଖୁବ୍‌ ପୁରୁଣା । ପୀରପଞ୍ଜାଳ ପର୍ବତ ଶୃଙ୍ଖଳର ପାଦଦେଶରେ ସ୍ଥିତ ମନ୍ଦିର ପାଖରେ ଥିବା ପାହାଡ଼ ବର୍ଷସାରା ବରଫ ଦ୍ୱାରା ଆଚ୍ଛାଦିତ । ଯାହାର ସୌନ୍ଦର୍ଯ୍ୟ ଖୁବ୍‌ ଚମତ୍କାର । ବରଫ ଦ୍ୱାରା ଆଚ୍ଛାଦିତ ପର୍ବତ ଶ୍ରେଣୀ, ତା ପାଖରେ ବହିଯାଉଥିବା ନଦୀରୁ ଥଣ୍ଡା ଜଳ, ଚାରିପଟେ ଘେରି ରହିଥିବା ଉଚ୍ଚନିଚ୍ଚ ପର୍ବତ କାରଣରୁ ଏହି ଅଞ୍ଚଳ ଏକ ରମଣୀୟ ହିଲ୍‌ଷ୍ଟେସନ୍‌ ଠାରୁ କିଛି କମ୍‌ ନୁହେଁ । ବୁଢା ଅମରନାଥଙ୍କର ଦର୍ଶନ ପାଇଁ କୌଣସି ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ନ ଥାଏ ।

ସମ୍ବନ୍ଧିତ ଖବର